ପୁଣି ଥରିବ କଣ୍ଟିପାଳର କୁଆମରା ହୁଡ଼ି

ଆନନ୍ଦପୁର,୨୯। ୭(ସ୍ବ.ପ୍ର.)- ଆନନ୍ଦପୁର ବ୍ଲକ କଣ୍ଟିପାଳରେ ଥିବା କୁଆମରା ହୁଡିରେ ପୁଣି ବ୍ଲାଷ୍ଟିଂ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ବର୍ଷକ ତଳୁ କୁଆମରା ହୁଡିରେ ଆବଶ୍ୟକ ମାଇନିଂ ପ୍ଲାନ୍‌, ପରିବେଶ ମଞ୍ଜୁରି ନଥିବାରୁ ଏଠାରେ ବେଆଇନ୍‌ ବ୍ଲାଷ୍ଟିଂ ଏବଂ କ୍ରସରକୁ ବନ୍ଦ କରିଦିଆଯାଇଥିଲା। ପୁନର୍ବାର ଏହି ହୁଡିରେ ବ୍ଲାଷ୍ଟିଂ କରାଯାଇ ପଥର ଉତ୍ତୋଳନ କାର୍ଯ୍ୟ କରିବା ଏବଂ କ୍ରସର ବସାଯାଇ ଏହାକୁ ବିଭିନ୍ନ ସାଇଜ୍‌ର ଚିପ୍ସ ବାହାର କରାଯାଇ ବାହାରକୁ ଚାଲାଣ କରାଯିବାର ଯୋଜନା ଆରମ୍ଭ ହୋଇଛି। ଏଥିପାଇଁ କମ୍ପାନୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ପରିବେଶ ମଞ୍ଜୁରୀ ପାଇଁ ସ୍ଥାନୀୟ ବନ ବିଭାଗ ଜରିଆରେ ଅବାଦେନ କରିଥିବା ଶୁଣାଯାଉଛି। ଏଭଳି ପଦକ୍ଷେପକୁ ପ୍ରଶାସନ ମଞ୍ଜୁରୀ ଦେଲେ ସ୍ଥାନୀୟ ଅଞ୍ଚଳର ଚାଷ ଜମି ଅନେକାଂଶରେ କ୍ଷତି ଗ୍ରସ୍ତ ହେବା ସହିତ ବ୍ଲାଷ୍ଟିଂ ପ୍ରଭାବରେ ଜନଜୀବନ ହାନି ହେବାର ଆଶଙ୍କା ପ୍ରକାଶ ପାଇଛି। ଏତଦବ୍ୟତୀତ ସବୁଜିମା ଭରା ଜଙ୍ଗଲ ପରିବେଶ ନଷ୍ଟ ହେବା ସହିତ ବନ୍ୟଜନ୍ତୁ ଲୋପ ପାଇବାର ଆଶଙ୍କା ମଧ୍ୟ ଦେଖାଦେଇଛି।
ପୂର୍ବରୁ ଆନନ୍ଦପୁର ବୈତରଣୀ ବ୍ୟାରେଜ ଡିଭିଜନ ଅଧୀନ ବୈତରଣୀ ବାମପାର୍ଶ୍ୱ କେନାଲ୍‌ ନିର୍ମାଣ କାର୍ଯ୍ୟ ସମୟରେ ବ୍ୟବହାର ହେବାକୁ ଥିବା ଗ୍ରାନାଇଟ୍‌ ପଥର ପ୍ରତିବଦଳରେ କମ୍ପାନୀ କର୍ତ୍ତୃପକ୍ଷ କୁଅମରା ହୁଡିରୁ ରଫ୍‌ ହ୍ବାଇଟ୍‌ ସଲ୍‌ଟି ଷ୍ଟୋନ୍‌ ଉତ୍ତୋଳନ କରି ବ୍ୟବହାର କରିଆସୁଥିଲେ। ଉନ୍ନୟନ କାର୍ଯରେ ବ୍ୟବହାର ହେଉଥିବାରୁ ଆନନ୍ଦପୁର ତହସିଲ ପକ୍ଷରୁ ଟିପ ଜରିଆରେ ଅନୁମତି ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହାର ଅବଧି ପୁରଣ ହେବା ପରେ ମଧ୍ୟ ବେଆଇନ୍‌ ଭାବେ ବିଳମ୍ବିତ ରାତିରେ ବ୍ଲାଷ୍ଟିଂ କରାଯାଇ ପଥର ଆମଦାନି କରିବା ସହିତ କ୍ରସର୍‌ ଜରିଆରେ ଚିପ୍ସ କରି ସ୍ଥାନୀୟ ଅଞ୍ଚଳ ସହିତ ପଡୋଶୀ ଜିଲା ଏପରିକି ବାହାର ରାଜ୍ୟକୁ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଚଞ୍ଚକତା କରି ଚଲାଇଆସିଥିଲେ। ଏହ ସମୟରେ ବେଆଇନ୍‌ ଭାବେ ଉଚ୍ଚଶକ୍ତି ସମ୍ପନ୍ନ ବିସ୍ଫୋରକ ଦ୍ରବ୍ୟ ବ୍ୟବହାର କରି ବ୍ଲାଷ୍ଟିଂ କରାଯାଉଥିବା ଏବଂ ଏହାର ପ୍ରଭାବରେ ଆଖପାଖ ଦୁଇ ଗୋଟି ପଞ୍ଚାୟତ କାଠକଟା ଓ କଣ୍ଟିପାଳ ପଞ୍ଚାୟତର ପାଖାପାଖି ୧୫ ଗୋଟି ଗ୍ରାମର ଜନସାଧାରଣ ଏଥିରେ ପ୍ରଭାବିତ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ହୁଡି ସଂଲଗ୍ନ କଣ୍ଟିପାଳ ପଞ୍ଚାୟତର ଚତୁରୀ ସାହି, ଖିଲାର ସାହି, ବେହେରା ସାହି, କୋହ୍ଲ ସାହି, ରାଇପାଳ ମୁଣ୍ଡା ସାହି ଏବଂ କାଠକଟା ମହାନ୍ତ ସାହିର ବହୁ ଗରୀବ ଚାଷୀ ଭାଇମାନଙ୍କର ଚାଷ ଜମି ସହିତ ଗୋଚର ଜମି ବି ପ୍ରଭାବିତ ହୋଇଥିଲା। ଏଭଳି ଘଟଣା ବାବଦରେ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ ଓ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆନନ୍ଦପୁର ତହସିଲ ପକ୍ଷରୁ ଚଢାଉ କରାଯାଇ ଜରିମାନା ଆଦାୟ କରାଯାଇଥିଲା। ପରବର୍ତ୍ତୀ ସମୟରେ କମ୍ପାନୀ କର୍ତ୍ତୃପକ୍ଷ ଏହି ବେଆଇନ୍‌ କ୍ରସର ୟୁନିଟକୁ ସ୍ଥାନାନ୍ତର କରିଥିଲେ। ପୁନର୍ବାର ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ତଳ ସ୍ତରରୁ ଉଚ୍ଚ ସ୍ତର ପର୍ଯ୍ୟନ୍ତ ଉଦ୍ୟମ ହେଉଥିବା ଆଲୋଚନାର ମୁଖ୍ୟ ବିଷୟ ସାଜିଛି। ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କୁ କୁଆମରା ହୁଡିରେ ପୁନର୍ବାର କ୍ରସର୍‌ ୟୁନିଟ୍‌ ବସାଇବାକୁ ଅନୁମତି ଦେବା ପୂର୍ବରୁ ପ୍ରଶାସନିକ ଅଧିକାରୀମାନେ ସାଧାରଣ ଜନତାଙ୍କ ସ୍ବାର୍ଥକୁ ଗୁରୁତର ଭାବେ ଚିନ୍ତା କରି ନିଷ୍ପତ୍ତି ନେବା ଜରୁରୀ ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri