କାୟକଳ୍ପ ଆୱାର୍ଡ ପାଇଁ ଆକଳନ: ବହୁ ପଛରେ ଗଞ୍ଜାମର ୨୦ ସ୍ବାସ୍ଥ୍ୟକେନ୍ଦ୍ର

ଛତ୍ରପୁର,୨୯ା୭(ଡି.ଏନ.ଏ.)-କାୟକଳ୍ପ ଆୱାର୍ଡ ପାଇବା ପାଇଁ ଗଞ୍ଜାମ ଜିଲାରେ ଥିବା ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରର ଇଣ୍ଟରନାଲ ଆସେସମେଣ୍ଟ ସରିଛି । ଏଥିରୁ ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁରସ୍ଥିତ ସିଟି ହସ୍ପିଟାଲ ସମେତ ୨୦ ସ୍ବାସ୍ଥ୍ୟକେନ୍ଦ୍ର ଆଓ୍ବାର୍ଡ ପାଇଁ ଥିବା ସମସ୍ତ ସର୍ତ୍ତ ପୂରଣ କରିବାରେ ବହୁତ ପଛରେ ରହିଥିବାରୁ କାୟକଳ୍ପ ପାଇଁ ଯୋଗ୍ୟ ନ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ୧୦୦ରୁ ୭୦ ପ୍ରତିଶତ ମାର୍କ ମିଳିଲେ କାୟକଳ୍ପ ଆୱାର୍ଡ ପାଇଁ ସ୍ବାସ୍ଥ୍ୟକେନ୍ଦ୍ର ଯୋଗ୍ୟ ବିବେଚିତ ହୋଇଥାଏ । ମାର୍କ ଅନୁସାରେ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ବତନ୍ତ୍ର ଅନୁଦାନ ମିଳିଥାଏ। ପ୍ରତିବର୍ଷ ଏଥିପାଇଁ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକର ଇଣ୍ଟରନାଲ ଆସେସମେଣ୍ଟ ହୋଇଥାଏ। ପରେ ଏକ୍ସଟର୍ନାଲ ଆସେସମେଣ୍ଟ ହୋଇ ଚୂଡାନ୍ତ ହୋଇଥାଏ। ସୋରଡ଼ା ସ୍ବାସ୍ଥ୍ୟକେନ୍ଦ୍ରକୁ ୬୯ ପ୍ରତିଶତ ମାର୍କ ମିଳିଥିବା ବେଳେ କବିସୂର୍ଯ୍ୟନଗରକୁ ୬୮, ବଡ଼ଗଡ଼କୁ ୬୭, ବୋମକେଇ ୬୭, ଖଲ୍ଲିିକୋଟ ଓ ଦିଗପହଣ୍ଡିକୁ ୬୫ ପ୍ରତିଶତ ମାର୍କ ମିଳିଛି। ସେହିପରି ଆଡପଡା ସ୍ବାସ୍ଥ୍ୟକେନ୍ଦ୍ରକୁ ୬୪, ସିଟି ହସ୍ପିଟାଲକୁ ୬୩, ବେଲଗୁଣ୍ଠାକୁ ୬୨, ମୁନିସିପେଣ୍ଠକୁ ୬୧, ଖଣ୍ଡଦେଉଳି, ଶେରଗଡ଼, ବାଲିସିରା, ସୁମଣ୍ଡଳକୁ ୫୨ ପ୍ରତିଶତ ଲେଖାଏ ମାର୍କ ମିଳିଛି। ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ୫୦ ପ୍ରତିଶତ, ଗିରିଶୋଲକୁ ୪୮, କେଲୁଆପାଲି ଓ କୁକୁଡ଼ାଖଣ୍ଡିକୁ ୪୨ ପ୍ରତିଶତ ଲେଖାଏ, ଗାଲେରିକୁ ୪୧ ଓ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ୬୮ ପ୍ରତିଶତ ମାର୍କ ମିଳିଛି । ଏସବୁ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକ ୭୦ ପ୍ରତିଶତରୁ ବହୁତ ତଳେ ରହିଛି। ଅନ୍ୟପକ୍ଷରେ ଛତ୍ରପୁର ଉପଖଣ୍ଡ ହସ୍ପିଟାଲ ସମେତ ୧୩ ସ୍ବାସ୍ଥ୍ୟକେନ୍ଦ୍ରକୁ ୭୦ ଓ ତାଠାରୁ ଅଧିକ ମାର୍କ ମିଳିଛି । ସେଗୁଡିକ ହେଲା ଛତ୍ରପୁର ଓ ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲ, କୋଦଳା, ଆସିକା, ଭାଟକୁମରଡ଼ା, ପୁରୁଷୋତ୍ତମପୁର, ପୋଲସରା, ଗୋବରା, ବେଲଗାଁ, ହିଞ୍ଜିଳି, ବୁଗୁଡ଼ା, ଧରାକୋଟ ଓ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ।
ଛତ୍ରପୁର ହସ୍ପିଟାଲକୁ ୯୧ ପ୍ରତିଶତ ମାର୍କ ମିଳିଛି ଯାହାକି ଜିଲାରେ ପ୍ରଥମ।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ବେଳେ ହଠାତ ବଢ଼ିଗଲା ପାଣିର ସ୍ରୋତ, ବୁଡ଼ିଯାଉଥିବା ବେଳେ ୨ ଜଣଙ୍କୁ…

କେନ୍ଦୁଝର, ୩୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାସ୍ଥିତ କାନପୁର ବୃହତ ଜଳସେଚନ ପ୍ରକଳ୍ପ କେନାଲରେ ଗାଧୋଇବା ସମୟରେ ପ୍ରବଳ ସ୍ରୋତରେ ଭାସି ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ…

ସାଙ୍ଗମାନଙ୍କ ସହ ଶୋଇଥିଲେ, ସାପ କାମୁଡ଼ାରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ଅଞ୍ଚଳରେ…

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତର ବାର୍ଷିକୋଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାପ…

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

ଦୁର୍ଗମ ଗାଁରେ ଉପଜିଲାପାଳଙ୍କ ଗସ୍ତ, ଆଦିବାସୀଙ୍କ ସମସ୍ୟା ଶୁଣିଲେ

ବଞ୍ଚୋ, ୩୧ ଜୁଲାଇ (ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପନସଡ଼ିହା ପଞ୍ଚାୟତର ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ଉପଜିଲାପାଳ ନୀଳମାଧବ ସୁନା, ବିଡିଓ…

ପିକ୍ଅପ  ଧକ୍କାରେ ସାଇକେଲ ଆରୋହୀ ମୃତ:  ମୃତଦେହ ଜବତ

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗୋକର୍ଣ୍ଣପୁର ଗ୍ରାମ ଶିବାନନ୍ଦ ଆଶ୍ରମ ନିକଟରେ ଏକ ମହିନ୍ଦ୍ରା ପିକ୍ଅପ…

ସ୍ମାର୍ଟ ସ୍କୁଲରେ ତାଲା, ବାରଣ୍ଡାରେ ପାଠପଢ଼ା

ମୋହନା,୩୦।୭(ମନ୍ମଥ ମିଶ୍ର): ପୂର୍ବ ସରକାରଙ୍କ ୫-ଟି ଯୋଜନାରେ ରୂପାନ୍ତରିତ ସ୍ମାର୍ଟ ସ୍କୁଲ, କିନ୍ତୁ ସ୍ମାର୍ଟ ଶିକ୍ଷା କେବଳ ସରକାରୀ ଦସ୍ତାବିଜରେ ସୀମିତ ରହିଯାଇଛି। ଏଠାରେ ସ୍ମାର୍ଟ କ୍ଲାସରୁମରେ…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ

ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି…

ଶନିବାର ଭଦ୍ରକ ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୩୧।୭: ଜିଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶନିବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri