ପୁଣି ଖନନ ହେବ ମହାନଦୀ ମୁହାଣ: ଉପକୃତ ହେବେ ୫୦ ହଜାର ମତ୍ସ୍ୟଜୀବୀ

ପାରାଦୀପ,୧୧ା୧୨(ସ୍ବ.ପ୍ର.): ପାରାଦୀପ ମାଛଧରା ବନ୍ଦର ଓ ମତ୍ସ୍ୟ ଶିଳ୍ପର ଦୁଃଖ ବୋଲି କୁହାଯାଉଥିବା ମହାନଦୀ ମୁହାଣ ଅଞ୍ଚଳକୁ ପୁଣି ଥରେ ଖନନ କରାଯିବ। ଏହାକୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଖନନ କରିବେ। ଆସନ୍ତା ଜାନୁୟାରୀ ପ୍ରଥମ ସପ୍ତାହରୁ ଦେଶର ଅଗ୍ରଣୀ ଖନନକାରୀ ସରକାରୀ ଉଦ୍ୟୋଗ ଡିସିଆଇ (ଡ୍ରେଜିଂ କର୍ପୋରେଶନ ଅଫ୍‌ ଇଣ୍ଡିଆ) ଏହି ଖନନ କରିବ ବୋଲି ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ସୂଚନା ଦେଇଛନ୍ତି। ଏହା ସଫଳ ହେଲେ ମତ୍ସ୍ୟଶିଳ୍ପ ଉପରେ ନିର୍ଭରଶୀଳ ୫୦ ହଜାର ମତ୍ସ୍ୟଜୀବୀ ଉପକୃତ ହେବେ ବୋଲି ରାୟ କହିଛନ୍ତି। ଗତବର୍ଷ ଯେଉଁ ଡ୍ରେଜିଂ ସଂସ୍ଥା ସେଠାରେ ଖନନ କରିବାକୁ ସ୍ବୀକୃତି ପାଇଥିଲା, ସେଥିରେ ସେ ଅସଫଳ ହୋଇଥିଲା। ଫଳରେ ସଂସ୍ଥା ଅଧାରୁ କାମ ବନ୍ଦ କରି ପଳାଇଥିଲା। ଏବେ ମୁହାଣ ଅଞ୍ଚଳକୁ ଖନନ କରିବା ପାଇଁ ଡିସିଆଇ ସହ କଥାବାର୍ତ୍ତା ସରିଛି। ଚଳିତ ମାସ ୨୫ରୁ ୨୮ ତାରିଖ ମଧ୍ୟରେ ଡିସିଆଇର ଡ୍ରେଜର କଲମ୍ବୋରୁ ପାରାଦୀପ ଆସିବ।
ସୂଚନାଯୋଗ୍ୟ, ମହାନଦୀ ମୁହାଣ ୧୯୯୮-୯୯ ମସିହାରେ ଖନନ କରାଯାଇ ୧୩ ମିଟର ଗଭୀର କରାଯାଇଥିଲା। ସେତେବେଳେ ମାଛଧରା ବନ୍ଦର କେନ୍ଦ୍ର ସରକାରଙ୍କ ଅଧୀନରେ ଥିଲା। ସେହିପରି ସ୍ଥାନୀୟ ୟୁଗୋସ୍ଲାଭିଆ କଲୋନୀ ୫ନଂ ଗେଟ୍‌ ପାଖରେ ଥିବା ମାଛଧରା ବନ୍ଦରକୁ ସେତେବେଳେ ନେହେରୁ ବଙ୍ଗଳାକୁ ସ୍ଥାନାନ୍ତର କରାଯାଇଥିଲା। ତା’ପରଠାରୁ ମୁହାଣ ଅଞ୍ଚଳ ଖନନ ନ ହେବା ଫଳରେ କ୍ରମଶଃ ପୋତି ହେବାରେ ଲାଗିଛି। ଏବେ ସେଠାରେ ଜୁଆର ସମୟରେ ୨ ମିଟର ଗଭୀର ରହୁଥିବାବେଳେ ଅନ୍ୟ ସମୟରେ ୫ ଫୁଟ୍‌ ଗଭୀର ରହୁଛି।
ମୁହାଣ ପୋତି ହେବା ଫଳରେ ଅଞ୍ଚଳରେ ଅଧିକ କରେଣ୍ଟ (ଅନ୍ତଃସ୍ରୋତ) ରହୁଛି। ଯଦ୍ଦ୍ବାରା ମାଛଧରା ଟ୍ରଲର ଡଙ୍ଗା ଯାତାୟାତରେ ବାଧା ଉପୁଜୁଛି। ଏପରି କି ପ୍ରତିବର୍ଷ ଏକାଧିକ ଦୁର୍ଘଟଣାରେ ଅନେକ ଧନଜୀବନ ହାନି ହୋଇସାରିଲାଣି। ଏହା ମଧ୍ୟରେ ୨୦୧୧ ନଭେମ୍ବରରେ ମାଛଧରା ବନ୍ଦରକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଦେଇଛନ୍ତି। ମାଛଧରା ବନ୍ଦର ପରିଚାଳନା ପାଇଁ ରାଜ୍ୟ ମତ୍ସ୍ୟ ବିଭାଗ ପକ୍ଷରୁ ଏକ ପରିଚାଳନା କମିଟି ଗଠନ କରାଯାଇଛି। ପ୍ରତିବର୍ଷ ମହାନଦୀ ମୁହାଣ ଖନନ ପାଇଁ ମତ୍ସ୍ୟଜୀବୀଙ୍କ ଦାବିକୁ ରାଜ୍ୟ ସରକାର ଏଡାଇ ଚାଲିଥିଲେ। ୨୦୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ହସ୍ତେକ୍ଷେପ କରି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। କେନ୍ଦ୍ର ମନ୍ତ୍ରୀଙ୍କ ସୁପାରିସ କ୍ରମେ ସାଗରମାଳା ପ୍ରକଳ୍ପ ଅଧୀନରେ ପାରାଦୀପ ବନ୍ଦର ପକ୍ଷରୁ ଏହି ମୁହାଣ ଖନନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ୨୦୧୮ ମସିହାରେ ପାରାଦୀପ ବନ୍ଦର ସିଏସ୍‌ଆର ଅର୍ଥରେ ଏହାକୁ ଖନନ କରିବ ବୋଲି ଘୋଷଣା କରିଥିଲା। ଏଥିପାଇଁ ୧୫ କୋଟି ଟଙ୍କା ବ୍ୟୟ ଅଟକଳରେ ଟେଣ୍ଡର ହୋଇଥିଲା। ମାତ୍ର ଯେଉଁ ସଂସ୍ଥା ଏହି ଖନନ କାର୍ଯ୍ୟ କରୁଥିଲା ସେ ବିଫଳ ହେବାରୁ ଅଧାରୁ କାମ ବନ୍ଦ କରି ପଳାଇଥିଲା। ଏବେ ବନ୍ଦର ଅଧ୍ୟକ୍ଷଙ୍କ ଏହି ଘୋଷଣାକୁ ଓମ୍ଫା (ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ) ସଭାପତି ସୁମନ୍ତ ବିଶ୍ୱାଳ ସ୍ବାଗତ କରିଛନ୍ତି। ଏହାଦ୍ୱାରା ଗରିବ ମତ୍ସ୍ୟଜୀବୀ ଉପକୃତ ହେବେ ବୋଲି ସେ କହିଛନ୍ତି। ରାଜ୍ୟ ମତ୍ସ୍ୟ ବିଭାଗର ଜିଲା ମତ୍ସ୍ୟ ଅଧିକାରୀ ସୁବ୍ରତ କୁମାର ଦାଶ ମଧ୍ୟ ପାରାଦୀପ ବନ୍ଦର ପଦକ୍ଷେପକୁ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri