ପୁଣି ଏଭରେଷ୍ଟ ଅଭିଯାନରେ କଳ୍ପନା ଦାଶ

ଢେଙ୍କାନାଳ ଅଫିସ, ୧୮।୪- ପୃଥିବୀର ସର୍ବୋଚ୍ଚ ଗିରିଶୃଙ୍ଗରୁ ଗୁଞ୍ଜରିତ ହେବ ବିଶ୍ୱଶାନ୍ତି, ନାରୀ ସଶକ୍ତୀକରଣ ବାର୍ତ୍ତା। ମାଉଣ୍ଟ ଏଭରେଷ୍ଟରେ ପାଦ ରଖି ପୁଣିଥରେ ଇତିହାସ ରଚିବେ ଢେଙ୍କାନାଳର କଳ୍ପନା ଦାଶ। ଏଥିପାଇଁ ସେ ବୁଧବାର ପହଞ୍ଚତ୍ଛନ୍ତି ନେପାଳର ଲୁକଲାରେ।  ଏହି ଅଭିଯାନରେ ସାମିଲ ହୋଇଛନ୍ତି ନେପାଳର କାଞ୍ଚତ୍ମାୟା ତମାଙ୍ଗ ଏବଂ ଚାଇନାର ଲିଆମୁ ମା। ୧୮ଥର ଏଭରେଷ୍ଟ ଆରୋହଣ କରିଥିବା ମାଉଣ୍ଟେନର ପେମ୍ବା ଧୀରଜେ ସେରପାଙ୍କ ନେତୃତ୍ୱରେ ଏହି ଅଭିଯାନ ଆରମ୍ଭ ହେବ। ଏ ନେଇ ହ୍ବାଟସଆପ୍‌ରେ ସୂଚନା ଦେଇଛନ୍ତି କଳ୍ପନା। ସାରା ବିଶ୍ୱବାସୀଙ୍କ ନିକଟରେ ବିଶ୍ୱଶାନ୍ତି, ବିଶ୍ୱ ଭ୍ରାତୃତ୍ୱ, ନାରୀ ସଶକ୍ତୀକରଣ ବାର୍ତ୍ତା ପହଞ୍ଚାଇବା ସର୍ବୋପରି ମହିଳାଙ୍କୁ ଦୁଃସାହସିକ କ୍ରୀଡ଼ା ପ୍ରତି ଆକୃଷ୍ଟ କରାଇବା ଏହି ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ ବୋଲି କଳ୍ପନା ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, କଳ୍ପନା ଦାଶ ୨୦୦୮ରେ ଏଭରେଷ୍ଟ ଆରୋହଣ କରିଥିଲେ। ଏହାକୁ ବାଦ୍‌ ଦେଲେ ସେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆରେ ମଧ୍ୟ ପର୍ବତ ଆରୋହଣ କରିଛନ୍ତି। କଳ୍ପନାଙ୍କ ସହ ଅଭିଯାନରେ ସାମିଲ ହୋଇଥିବା ଅନ୍ୟ ଦୁଇଜଣ ମହିଳା ପୂର୍ବରୁ ଏଭରେଷ୍ଟ ଆରୋହଣ କରିଥିବା ଜଣାପଡ଼ିଛି।