ପୁଣିଥରେ ସିଂଘମ ହେବାକୁ ଚାହୁଁଛନ୍ତି ଅଜୟ

ମୁମ୍ବାଇ: କରୋନା ଭାଇରସ ସହ ଲଢିବାକୁ ଏବେ ଯୋଦ୍ଧା ହୋଇ ଆଗଧାଡିରେ ଅଛନ୍ତି ଡାକ୍ତର, ନର୍ସ ଓ ପୋଲିସ। ଏହି ଯୁଦ୍ଧରେ ଜିତିବାକୁ ସମସ୍ତେ ଚେଷ୍ଟା ଚଳାଇଥିବା ବେଳେ ବଲିଉଡ୍‌ ମଧ୍ୟ ଏଥିପାଇଁ ସବୁବେଳେ ସହଯୋଗର ହାତ ବଢାଇଛି। ଏ କ୍ଷେତ୍ରରେ ନିଜର ଚିନ୍ତାଧାରାକୁ ନେଇ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବଲିଉଡ୍‌ ନାୟକ ଅଜୟ ଦେବଗନ। ଲକ୍‌ଡାଉନ୍‌ ସମୟରେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଅଜୟ ଏବେ ମୁମ୍ବାଇ ପୋଲିସର ଖୁବ୍‌ ପ୍ରଶଂସା କରିଛନ୍ତି। କରୋନା ସହ ଲଢିବାକୁ ମୁମ୍ବାଇ ପୋଲିସ ଯେଉଁଭଳି କାମ କରୁଛି ତା’ର ସେ ପ୍ରଶଂସା କରିଛନ୍ତି। ଆହୁରି ମଧ୍ୟ ସେ ତାଙ୍କ ଟୁଇଟରରେ ମୁମ୍ବାଇ ପୋଲିସ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେତେବେଳେ ପୋଲିସକୁ ତାଙ୍କର ଆବଶ୍ୟକତା ପଡିବ ସେତେବେଳେ ଖାକି ପୋଷାକ ପିନ୍ଧି ତାଙ୍କ ସହ ସିଂଘମ ଠିଆହେବ ବୋଲି ସେ କହିଛନ୍ତି। ଅଜୟଙ୍କ ଏହି ଚିନ୍ତାଧାରାକୁ ତାଙ୍କ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଛନ୍ତି। କେହି କେହି ଲେଖିଛନ୍ତି ଅଜୟ ପୁଣିଥରେ ସିଂଘମ ହେବାକୁ ଚାହୁଁଛନ୍ତି। ନିକଟରେ କରୋନା ସହ ଲଢିବାକୁ ସେ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜକୁ ୫୧ ଲକ୍ଷ ଟଙ୍କା ଦାନ କରିଥିଲେ। ଏହା ମାଧ୍ୟମରେ ସେ ଜୁନିୟର ଆର୍ଟିଷ୍ଟ, ଷ୍ଟଣ୍ଟ ଆର୍ଟିଷ୍ଟ, ଲାଇଟ୍‌ ମ୍ୟାନ, ସ୍ପଟ ବୟ ଆଦିଙ୍କୁ ସାହାଯ୍ୟ କରିଥିବା ଜଣାପଡିଛି। କରୋନା ଭାଇରସ ପାଇଁ ଏବେ ଲକ୍‌ଡାଉନ ଥିବାରୁ ଅଜୟ ନିଜ ପରିବାର ସହ ଘରେ ରହି ସମୟ କାଟୁଛନ୍ତି। କରୋନା ସଂକ୍ରମଣ ପୂର୍ବରୁ ତାଙ୍କ ଫିଲ୍ମ ‘ତାନାଜୀ’ ରିଲିଜ୍‌ ହୋଇଥିବା ବେଳେ ଏହା ବକ୍ସ ଅଫିସରେ ଭଲ ବିଜନେସ୍‌ କରି ୩ଶହ କୋଟି କ୍ଲବରେ ସାମିଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri