ପିଲାଙ୍କୁ ବାଣ୍ଟିଲେ ପାଠ୍ୟ ଉପକରଣ

ଯୋଡ଼ା, ୧୦।୫(ଡି.ଏନ.ଏ.)-କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସମଗ୍ର ଦେଶରେ ଲକଡାଉନ୍‌ ଘୋଷଣା କରାଯାଇଛି। ଏହି କାରଣରୁ ସମଗ୍ର ଦେଶରେ ସ୍କୁଲ୍‌ ଗୁଡିକ ବନ୍ଦ ରହିଛି। ଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ୍‌ର ଛାତ୍ରୀଛାତ୍ରଙ୍କୁ ଘରେ ରହି ମୋବାଇଲ ଫୋନ ଦ୍ୱାରା ଅନଲାଇନ୍‌ କ୍ଲାସରେ ପଢିବାର ସୁବିଧା କରାଯାଇଛି। ମାତ୍ର ବିଭିନ୍ନ ସରକାରୀ ସ୍କୁଲରେ ପାଠ ପଢୁଥିବା କେତେକ ଗରିବ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଖରେ ଆଣ୍ଡ୍ରଏଡ ମୋବାଇଲ ନ ଥିବାରୁ ସେମାନେ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏହି ଗରିବ ଶ୍ରେଣୀର ଛାତ୍ରୀଛାତ୍ରମାନଙ୍କ ପାଖରେ ଲକଡାଉନ୍‌ ସମୟରେ ପାଠ୍ୟ ଉପକରଣ ମଧ୍ୟ ନାହିଁ। ଫଳରେ ସେମାନେ ନିୟମିତ ପାଠ ପଢାରେ ହଇରାଣ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶନିବାର ପୂର୍ବାହ୍ନରେ ଯୋଡା ଆରଏସ୍‌ଏସ୍‌ ଶାଖା ପକ୍ଷରୁ କୁନ୍ଦୁରୁନାଲା ଅଞ୍ଚଳରେ ରହୁଥିବା ସ୍କୁଲ୍‌ ଛାତ୍ରୀଛାତ୍ରମାନଙ୍କୁ ଖାତା, କଲମ, ପେନସିଲ୍‌, ରବର ଆଦି ପାଠ୍ୟ ଉପକରଣ ବଣ୍ଟାଯାଇଛି। ଆଗାମୀ ଦିନରେ ସାମାଜିକ ଦୂରତାପାଳନ କରାଯାଇ ଯୋଡା ସହରର ବିଭିନ୍ନ ଓ୍ବାର୍ଡରେ ରହୁଥିବା ଗରିବ ଛାତ୍ରୀଛାତ୍ରଙ୍କ ଘରକୁ ଘର ଯାଇ ପାଠ୍ୟ ଉପକରଣ ଦିଆଯିବ ବୋଲି ଯୋଡା ଆରଏସଏସ ଶାଖାର ସଦସ୍ୟ ପିଣ୍ଟୁ ସିଂ କହିଛନ୍ତି। ଏହି ଉପକରଣ ବିତରଣ ସମୟରେ ଯୋଡା ଆରଏସଏସ ଶାଖାର ସଦସ୍ୟ ଆନନ୍ଦ ବାରିକ, ରାକେଶ ଶର୍ମା, ଚନ୍ଦନ ଗୁପ୍ତା ଏବଂ ଶିକ୍ଷୟିତ୍ରୀ ପଦ୍ମିନୀ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁମୁଖରୁ ଯୁବତୀଙ୍କୁ ବଞ୍ଚାଇଥିଲେ ସାହସୀ ଯୁବକ ବଳରାମ, ଏବେ ମିଳିଲା…

କଲ୍ୟାଣସିଂହପୁର,୨୫ା୭(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଥିବା ଏକ ଅଭାବନୀୟ ଘଟଣା ମଧ୍ୟରେ ମାନବିକତା, ସାହସ ଓ କର୍ତ୍ତବ୍ୟନିଷ୍ଠାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ଉଦାହରଣ…

ଦିଗପହଣ୍ଡି ରେ ସନ୍ଥ ଅରକ୍ଷିତ ଦାସଙ୍କ ଜନ୍ମୋତ୍ସବ:  ପ୍ରତିମୂର୍ତ୍ତୀରେ …

ଦିଗପହଣ୍ଡି,୨୫|୭ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ରେ ମହାପୁରୁଷ ସନ୍ଥ ଅରକ୍ଷିତ ଦାସ ଙ୍କ ପବିତ୍ର ଜନ୍ମତ୍ସୋବ ଶନିବାର ପାଳିତ ହୋଇଯାଇଛି। ଦିଗପହଣ୍ଡି ସହର…

ଅନାସ୍ଥା ଆସିବା ପରେ ମୁହଁ ଖୋଲିଲେ ଚାମେଲି, କହିଲେ ମୋ’ ବିରୋଧରେ…

ମହାକାଳପଡ଼ା,୨୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ୨୨ରୁ ୨୧ ଜଣ ଓ୍ବାର୍ଡ ସଭ୍ୟା/ସଭ୍ୟ ଅନାସ୍ଥା ଆଣିଛନ୍ତି।…

କାଇଁଚପୁର ପଞ୍ଚାୟତକୁ ଗଡୁନି ମୁଖ୍ୟମନ୍ତ୍ରୀ ବସ୍, ବିଡ଼ିଓ କହିଲେ….

ଗଞ୍ଜାମ,୨୫ା୭(ବିଦ୍ୟାଧର ସାହୁ ): ପନ୍ଦର ପଞ୍ଚାୟତକୁ ନେଇ ଗଠିତ ହୋଇଛି ଗଞ୍ଜାମ ବ୍ଲକ । ପଞ୍ଚାୟତବାସୀ କିଭଳି ସରକାରଙ୍କ ବିଭିନ୍ନ ସେବା ପାଇ ପାରିବେ ସେଥିପାଇଁ ପ୍ରଶାସନ…

ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଆସିଲା ଅନାସ୍ଥା ପ୍ରସ୍ତାବ

ମହାକାଳପଡ଼ା,୨୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଆସିଛି ଅନାସ୍ଥା ପ୍ରସ୍ତାବ। ୨୨ ଜଣ…

କେସିଙ୍ଗା ଅଞ୍ଚଳରେ ବୃଦ୍ଧି ପାଉଛି ମଦ ବ୍ୟବସାୟ: ଯୁବପିଢି ନିଶାରେ ଆଶକ୍ତ

କେସିଙ୍ଗା,୨୫।୭:(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା, କାଣ୍ଡେଲ, ବୋରିଆ, ନୁନ ମାଠ, ତୁର୍ଳାଖମାନ, ତୁଣ୍ଡଳା, ବେଲଖଣ୍ଡି, ଗୋକୁଳେଶ୍ୱର, ଅଧମୁଣ୍ଡା, ଆଦି ଗ୍ରାମପଞ୍ଚାୟତ ଅଞ୍ଚଳରେ ଦେଶୀ,…

ରାମେଶ୍ୱର ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା, ସୁନାମଧନ୍ୟ ନୃତ୍ୟଶିଳ୍ପୀଙ୍କ ସମେତ ୩ ମୃତ

ଗୁଣପୁର,୨୫।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ଶେଫାଳୀ ପାହାଡ଼ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏଥିରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ…

ନିଶା କାରବାରରେ ପୋଲିସର ହାତ: ମୁହଁ ଖୋଲିଲେ ଇନ୍‌ଫର୍ମର

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ଥମିବା ନାଁ ନେଉନାହିଁ। ତେବେ କିଛି ପୋଲିସ କର୍ମଚାରୀ ନିଶା ବେପାରୀଙ୍କ ସହିତ ସମ୍ପର୍କ ରଖିଥିବା ଯୋଗୁ ଏଭଳି କାରବାରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri