Categories: ଖେଳ

ପିତା-ଭଉଣୀ କଂଗ୍ରେସ, ସ୍ତ୍ରୀ ଭାଜପା: ଜାଡେଜା କହିଲେ, ‘ମୁଁ ଭାଜପାକୁ ସମର୍ଥନ କରୁଛି’

ନୂଆଦିଲ୍ଲୀ, ୧୬।୪: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଭାଜପାକୁ ସମର୍ଥନ କରି ଏକ ଟୁଇଟ କରିଛନ୍ତି। ବିଶ୍ୱକପ୍‌ ଦଳରେ ଚୟନ ହେବାର କିଛି ଘଣ୍ଟା ପରେ ସେ ନିଜ ଟୁଇଟର ଆକାଉଣ୍ଟରେ ଭାଜପାର ଦଳୀୟ ଚିହ୍ନ ‘ପଦ୍ମ’ ଅପଲୋଡ କରି କ୍ୟାପସନ୍‌ରେ ଲେଖିଛନ୍ତି, ‘ମୁଁ ଭାଜପାକୁ ସମର୍ଥନ କରୁଛି’। ସୂଚନାଯୋଗ୍ୟ, ଜାଡେଜାଙ୍କ ସ୍ତ୍ରୀ ରିଭା ସୋଲାଙ୍କି ପୂର୍ବରୁ ଭାଜପାରେ ସାମିଲ ହୋଇସାରିଛନ୍ତି। କିନ୍ତୁ ତାଙ୍କ ପିତା ଏବଂ ଭଉଣୀ କଂଗ୍ରେସରେ ଯୋଗଦେଇଛନ୍ତି।

Share