ପିଠା ଖାଇ ୨ ଭାଇ ମୃତ, ମା’ ବାପା ଗୁରୁତର: ଫୁଡ ପଏଜନିଂ ହୋଇଥିବା ସନ୍ଦେହ

ଚନ୍ଦାହାଣ୍ଡି,୧୨।୨(ଡି.ଏନ.ଏ):  ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଦଣ୍ଡାମୁଣ୍ଡା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ପିଠା ଖାଇ ଗୋଟିଏ ପରିବାର ୨ ଶିଶୁ ପୁତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ଓ ବାପା ଗୁରୁତର ହୋଇଛନ୍ତି। ତେବେ ପରିବାରର ୨ ଝିଅ ବଞ୍ଚିଯାଇଛନ୍ତି। ମୃତ ୨ ଶିଶୁପୁତ୍ର ହେଲେ ଅମୂଲ୍ୟ ଗୌଡ (୬) ଓ ଗିରିଧାରୀ ଗୌଡ(୪)।
ଦଣ୍ଡାମୁଣ୍ଡା ଗ୍ରାମର ବେଣୁଧର ଗୌଡ (୩୮), ସ୍ତ୍ରୀ ଶକୁନ୍ତଳା ଗୌଡ(୩୫), ଝିଅ କୁମାରୀ ଗୌଡ (୧୨), ତୁଳସୀ ଗୌଡ (୯), ପୁଅ ଅମୂଲ୍ୟ ଓ ଗିରିଧାରୀ ମଙ୍ଗଳବାର ରାତିରେ ଆଳୁ ବାଇଗଣ ତରକାରି ଖାଇ ଶୋଇଥିଲେ। ଭୋରୁ ବେଣୁଧର, ଶକୁନ୍ତଳା ଏବଂ ଦୁଇ ପୁଅ ଅମୂଲ୍ୟ ଓ ଗିରିଧାରୀଙ୍କ ପ୍ରବଳ ଝାଡା ହୋଇଥିଲା। ଅମୂଲ୍ୟ ଓ ଗିରିଧାରୀ ଅଚେତ ହୋଇଯାଇଥିଲେ । ବେଣୁଧର ଓ ଶକୁନ୍ତଳା ଗୁରୁତର ହୋଇ ପଡିଥିଲେ। ମା’, ବାପା ଓ ୨ ଭାଇଙ୍କ ଅବସ୍ଥା ଦେଖି କୁମାରୀ ଓ ତୁଳସୀ ପାଖ ପଡୋଶୀଙ୍କୁ ଡାକିଥିଲେ। ସେମାନେ ସମସ୍ତଙ୍କୁ ନେଇ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ୨ ଶିଶୁପୁତ୍ରଙ୍କ ମୃତ୍ୟୁ ହୋଇଯାଇଥିବା ଡାକ୍ତର କଳ୍ପେସ ସୁନା କହିଥିଲେ। ବେଣୁଧର ଓ ଶକୁନ୍ତଳାଙ୍କ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ସଦର ମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମୃତ ୨ ଶିଶୁପୁତ୍ରଙ୍କ ବ୍ୟବଚ୍ଛେଦ ପରେ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ଫୁଡ ପଏଜନିଂରୁ ଏପରି ହୋଇଥିବା ଡାକ୍ତର କଳ୍ପେସ ସୁନା କହିଛନ୍ତି। ତୁଳସୀ ଓ କୁମାରୀଙ୍କ କହିବା ଅନୁଯାୟୀ କିଛିଦିନ ତଳେ ଘରକୁ ଆଈ ପିଠା ଆଣିକି ଆସିଥିଲେ। ମଙ୍ଗଳବାର ମା’, ବାପା ଓ ୨ ଭାଇ ପିଠା ଖାଇଥିଲେ। କିନ୍ତୁ ସେମାନେ ଖାଇ ନ ଥିଲେ। ଆଳୁ-ବାଇଗଣ ତରକାରି ୨ ଭାଇ ଖାଇ ନ ଥିଲେ। ପିଠା ବିଷାକ୍ତ ହୋଇ ଯାଇଥିବାରୁ ଏପରି ହୋଇଥିବା ସନ୍ଦେହ କରାଯାଉଛି। ଖବର ପାଇ ନବରଙ୍ଗପୁର ମେଡିକାଲ ଏଡିଏମ(ପିଏଚ) ଚୌଧୁରୀ ଶୋଭାରାଣୀ ମିଶ୍ର, ମାଇକ୍ରୋ ବାୟୋଲୋଜିଷ୍ଟ ଅର୍ଦ୍ଧେନ୍ଦୁ ପ୍ରହରାଜ, ଡାକ୍ତର କଳ୍ପେସ ସୁନା, ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଗୌରୀ ଶଙ୍କର ବେତ୍ସା, ଆୟୁଷ ଡାକ୍ତର ବସନ୍ତ କୁମାର ଷଡଙ୍ଗୀ, ଉମରକୋଟ ଏସଡିପିଓ ହେମନ୍ତ କୁମାର ପାଢୀ, ଚନ୍ଦାହାଣ୍ଡି ଆଇଆଇସି ଅଭୟ ବେହେରା ଘଟଣାସ୍ଥଳରେ ପହଞ୍ଚିଥିଲେ। ବେଣୁଧରଙ୍କ ଘର ବାହାରେ ପକାଯାଇଥିବା ଭାତ ଓ ତରକାରିର ନମୁନା ସଂଗ୍ରହ କରିଥିଲେ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଶୋଭାରାଣୀ କହିଛନ୍ତି। ଚନ୍ଦାହାଣ୍ଡି ଥାନାରେ ଏକ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?