Categories: ଖେଳ

ପିଚ୍‌ ଯୋଗୁ ଶେଫିଲ୍ଡ ଶିଲ୍ଡ ମ୍ୟାଚ୍‌ ବାତିଲ

ମେଲବୋର୍ନ,୮।୧୨- ସ୍ଥାନୀୟ ମେଲବୋର୍ନ କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ଗ୍ରାଉଣ୍ଡରେ ଭିକ୍ଟୋରିଆ ଓ ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ ବାତିଲ ହୋଇଯାଇଛି। ଖରାପ ପିଚ୍‌ ଯୋଗୁ ମ୍ୟାଚ୍‌ର ପ୍ରଥମ ଦିନ କେବଳ ୪୦ ଓଭର ଖେଳାଯାଇଥିଲା। ପରେ ବଲର ଅସମତଳ ବାଉନ୍ସ ଯୋଗୁ ଷ୍ଟମ୍ପ୍ସ କରାଯାଇଥିଲା। ଦ୍ୱିତୀୟ ଦିନ ଧାର୍ଯ୍ୟ ସମୟର ଅଧ ଘଣ୍ଟା ଆଗରୁ ଖେଳାଯିବାର ଥିଲା। କିନ୍ତୁ ରବିବାର ଫିଲ୍ଡ ଅମ୍ପାୟର ଫିଲିପ ଗିଲେସ୍ପି ଓ ଜିଓଫ ଜୋଶୁଆ, ଉଭୟ ଦଳର ଅଧିନାୟକ ପିଟର ହାଣ୍ଡସ୍କମ୍ବ ଓ ଶନ ମାର୍ଶ ପିଚ୍‌ ଇନସ୍ପେକଶନ କରିବା ପରେ ସମ୍ପୂର୍ଣ୍ଣ ମ୍ୟାଚ୍‌କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମ୍ୟାଚ୍‌ ରେଫରି ବବ ପାରି ମଧ୍ୟ ପରାମର୍ଶ ମଧ୍ୟ ନିଆଯାଇଥିଲା। ଏଠାରେ ଆଉ ଖେଳ ସମ୍ଭବ ନୁହେଁ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ବିବୃତିରେ କୁହାଯାଇଛି। ଉଲ୍ଲେଖଥାଉ କି, ମ୍ୟାଚ୍‌ର ପ୍ରଥମ ଦିନରେ ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ ଦଳର ବ୍ୟାଟ୍ସମ୍ୟାନ ମାର୍କସ ଷ୍ଟୋଇନିସ ଆହତ ହୋଇଥିଲେ।

Share