Categories: ଖେଳ

ପିଙ୍କ୍‌ ବଲ ଟେଷ୍ଟର ପ୍ରଥମ ୪ ଦିନର ଟିକେଟ ବିକ୍ରି

ମୁମ୍ବାଇ,୨୦।୧୧(ପି.ଟି.)- ଇଡେନ ଗାର୍ଡେନ୍ସଠାରେ ଖେଳାଯିବାକୁ ଥିବା ଐତିହାସିକ ପିଙ୍କ୍‌ ବଲ ଟେଷ୍ଟର ପ୍ରଥମ ୪ ଦିନର ଟିକେଟ ବିକ୍ରି ହୋଇଯାଇଛି ବୋଲି ବିସିସିଆଇ କ୍ରିକେଟ ସଭାପତି ସୌରଭ ଗାଙ୍ଗୁଲି ମଙ୍ଗଳବାର କହିଛନ୍ତି। ଏଥିନେଇ ସେ ବହୁତ ଖୁସି ଥିବା କହିଛନ୍ତି। ଆସନ୍ତା ୨୨ ତାରିଖରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦିବାରାତ୍ର ଟେଷ୍ଟ ଖେଳାଯିବ। ଏହି ଭିତ୍ତିରେ ଉଭୟ ଦଳ ପ୍ରଥମ ଥର ଖେଳିବେ। ଐତିହାସିକ ମ୍ୟାଚ୍‌ ଲାଗି ଅବଗଣନା ଗତ ରବିବାରଠାରୁ ଆରମ୍ଭ ହୋଇଯାଇଛି। ସହର ବିଭିନ୍ନ ଅଞ୍ଚଳକୁ ଗୋଲାପୀ ରଙ୍ଗରେ ସଜା ଯାଇଛି। ପୂର୍ବରୁ ଗାଙ୍ଗୁଲି ମ୍ୟାଚ୍‌ ଅଫିସିଆଲ ମାସ୍କଟ ପିଙ୍କୁ ଓ ଚୁଙ୍କୁଙ୍କୁ ଉନ୍ମୋଚନ କରିଥିଲେ। ଦେଶର ଅନ୍ୟତମ ବଡ଼ ଗ୍ରାଉଣ୍ଡରେ ୬୭ ହଜାର ଦର୍ଶକ ବସିବାର ବ୍ୟବସ୍ଥା ରହିଛି।

Share