Categories: ଖେଳ

ପିକେଏଲ୍‌: ବେଙ୍ଗାଲୁରୁ, ୟୁ ମୁମ୍ବା ସେମିଫାଇନାଲରେ

ଅହମ୍ମଦାବାଦ, ୧୫।୧୦ (ପି.ଟି.)- ଡିଫେଣ୍ଡିଂ ଚାମ୍ପିୟନ ବେଙ୍ଗାଲୁରୁ ବୁଲ୍ସ ଓ ୟୁ ମୁମ୍ବା ଚଳିତ ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌) ୭ମ ସିଜନର ସେମିଫାଇନାଲରେ ପ୍ରବେଶ କରିଛି। ସୋମବାର ଖେଳାଯାଇଥିବା ପ୍ରଥମ ଏଲିମିନେଟର୍‌ ମ୍ୟାଚ୍‌ରେ ବେଙ୍ଗାଲୁରୁ ୪୮-୪୫ ପଏଣ୍ଟରେ ୟୁପି ଯୋଦ୍ଧାକୁ ପରାସ୍ତ କରିଛି। ସେହିଭଳି ଏଲିମିନେଟର୍‌-୨ରେ ୟୁ ମୁମ୍ବା ୪୬-୩୮ ପଏଣ୍ଟରେ ହରିୟାଣା ଷ୍ଟିଲସକୁ ହରାଇ ସେମିଫାଇନାଲରେ ହାରିଯାଇଛି। ଫଳରେ ପିକେଏଲ୍‌ର ସେମିଫାଇନାଲ ଲାଇନଅପ୍‌ ଚୂଡ଼ାନ୍ତ ହୋଇଯାଇଛି। ଆସନ୍ତା ବୁଧବାର ଅହମ୍ମଦାବାଦରେ ଖେଳାଯିବାକୁ ଥିବା ପ୍ରଥମ ସେମିଫାନାଲରେ ବେଙ୍ଗାଲୁରୁର ମୁକାବିଲା ଦବଙ୍ଗ ଦିଲ୍ଲୀ ସହ ହେବ। ସେହିଭଳି ସେହି ସମାନ ଦିନରେ ବେଙ୍ଗଲ ଓ୍ବାରିୟର୍ସ ଓ ୟୁ ମୁମ୍ବା ମଧ୍ୟରେ ୨ୟ ସେମିଫାଇନାଲ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।

Share