ପିଏମ୍‌ସି ବ୍ୟାଙ୍କ ଉପରେ ଲାଗିଲା କଟକଣା;ଗ୍ରାହକ ଏକାଥରକେ ଉଠାଇପାରିବେ ୧୦୦୦ ଟଙ୍କା

ମୁମ୍ବାଇ,୨୫-୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆର୍ଥିକ ଅନୀୟମିତତା ଅଭିଯୋଗରେ ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ ଲିମିଟେଡ(ପିଏମ୍‌ସି ବ୍ୟାଙ୍କ), ମୁମ୍ବାଇର ଦୈନନ୍ଦିନ କାର୍ଯ୍ୟ ଉପରେ ୬ ମାସ ପର୍ଯ୍ୟନ୍ତ କଟକଣା ଜାରି କରିଛି। କେନ୍ଦ୍ରୀୟ ବ୍ୟାଙ୍କର ନିର୍ଦ୍ଦେଶ ମୁତାବକ ବ୍ୟାଙ୍କ ଆକାଉଣ୍ଟଧାରୀମାନେ ନିଜ ଆକାଉଣ୍ଟରୁ ଦୈନିକ ମାତ୍ର ୧ହଜାର ଟଙ୍କା କାଢ଼ିପାରିବେ ବୋଲି ଆର୍‌ବିଆଇର ଚିଫ୍‌ ଜେନେରାଲ ମ୍ୟାନେଜର ଯୋଗେଶ ଦୟାଲ କହିଛନ୍ତି। ଏଥିସହିତ ବ୍ୟାଙ୍କ କୌଣସି ନୂଆ ଋଣ ଜାରି କରିପାରିବ ନାହିଁ। ଆର୍‌ବିଆଇର କଟକଣା ଜାରି ଖବର ପ୍ରଚାରିତ ହେବା ମାତ୍ରେ ପିଏମ୍‌ସି ବ୍ୟାଙ୍କର ମୁମ୍ବାଇରେ ଥିବା ପ୍ରତ୍ୟେକ ଶାଖାରେ ଗ୍ରାହକଙ୍କ ଭିଡ ପରିଲକ୍ଷିତ ହୋଇଛି। ପିଏମ୍‌ସି ବ୍ୟାଙ୍କର ଏକାଧିକ ରାଜ୍ୟରେ ଶାଖା ରହିଛି। ମହାରାଷ୍ଟ୍ର, ଦିଲ୍ଲୀ, କର୍ନାଟକ, ଗୋଆ, ଗୁଜରାଟ, ଆନ୍ଧ୍ରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ଶାଖା ରହିଛି। ୧୯୮୪ରେ ମୁମ୍ବାଇର ଏକ ଛୋଟିଆ ଘରେ ପ୍ରତିଷ୍ଠା ହୋଇଥିବା ଏହି ବ୍ୟାଙ୍କର ବର୍ତ୍ତମାନ ୬ ରାଜ୍ୟରେ ୧୩୭ ଶାଖା ରହିଛି।
ପିଏମ୍‌ସି ବ୍ୟାଙ୍କ ଅନୀୟମିତତା ମାମଲାରେ ଜଡିତ ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର, ତାଙ୍କ ପୁତୁରା ଅଜିତ ପାଓ୍ବାର ଓ ବ୍ୟାଙ୍କର ପୂର୍ବତନ ୭୦ ଅଧିକାରୀଙ୍କ ବିରୋଧରେ ଏତଲା ଦାଏର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Gen-Zଙ୍କୁ ବଡ଼ ବାର୍ତ୍ତା ଦେଲେ ମୋଦି

ଭଦୋଦରା,୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୁଜରାଟର ଭଦୋଦରାରେ ପହଞ୍ଚିଥିଲେ। ସେଠାରେ ସେ ଗୁଜରାଟ ଏବଂ ମଧ୍ୟପ୍ରଦେଶ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର ଉଦଘାଟନ…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ୩୭୫ କେଜି ଜବତ କଲା ଅଡବା ପୋଲିସ

ମୋହନା,୮।୯( ମନ୍ମଥ ମିଶ୍ର ): ଅଡବା ପୋଲିସକୁ ପୁଣି ସଫଳତା ମିଳିଛି । ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଅଡବା ପୋଲିସର ପାଟ୍ରୋଲିଂ…

ଚୁଗୁଲି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ୬୭ ବର୍ଷୀୟା ମହିଳା: କରିସାରିଲେଣି ୨ ଘର, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ପଡ଼ୋଶୀଙ୍କ ଘରର ଖବର ରଖିବା କିମ୍ବା ଗାଁ-ସାହିରେ ଚୁଗୁଲି କରିବାକୁ ସାଧାରଣତଃ ସମୟ ନଷ୍ଟ ବୋଲି କୁହାଯାଏ। କିନ୍ତୁ କଲମ୍ବିଆର ଜଣେ ୬୭ ବର୍ଷୀୟ ବୃଦ୍ଧା ଏହି…

ସ୍କୁଲରେ ଚାଞ୍ଚଲ୍ୟ; ପାଇଖାନାରୁ ମିଳିଲା ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତଦେହ

ଲକ୍ଷ୍ନୌ,୮।୯: ଉତ୍ତରପ୍ରଦେଶର ମବାନା ଅଞ୍ଚଳର ଏକ ଘରୋଇ ସ୍କୁଲରେ ଘଟିଛି ଦୁଃଖଦ ଘଟଣା। ସପ୍ତମ ଶ୍ରେଣୀର ୧୩ ବର୍ଷୀୟ ଛାତ୍ର କୁନାଲ ଶର୍ମାଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ…

RBIର ବଡ଼ ଘୋଷଣା: UPI ଓ QR କୋଡ ବ୍ୟବହାରକାରୀ ସାବଧାନ! ୧୫ ସେପ୍ଟେମ୍ବରରୁ ବ୍ଲକ ହୋଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ ଏବଂ ଦୋକାନରେ QR କୋଡ କିମ୍ବା UPI ମାଧ୍ୟମରେ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ…

ଦିଲ୍ଲୀ ଆସିବା ପୂର୍ବରୁ ଭାରତର ଖୁବ ପ୍ରଶଂସା କଲା ଇରାନ, କହିଲା…

ତେହରାନ,୮।୯: ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ନୂଆଦିଲ୍ଲୀ ଗସ୍ତ ପୂର୍ବରୁ, ତେହରାନ ଭାରତ ସହିତ ଏହାର ସମ୍ପର୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲାପାଳ: ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ

ଭଞ୍ଜନଗର,୮।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାପାଳ କୀର୍ତ୍ତି ଭାସନ ଭି ସୋମବାର ଭଞ୍ଜନଗର ଗସ୍ତରେ ଆସିଥିବା ସମୟରେ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି…

ସରକାରୀ କର୍ମଚାରୀଙ୍କ ବଢ଼ିବ ଦରମା! ସାମ୍ନାକୁ ଆସିଲା ୮ମ ବେତନ ଆୟୋଗର ନୂଆ ଅପଡେଟ୍

ନୂଆଦିଲ୍ଲୀ,୮।୯: କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍‌ଭୋଗୀଙ୍କ ପାଇଁ ୮ମ ବେତନ ଆୟୋଗର ଆଲୋଚନା ଜୋରଦାର ହୋଇଛି। ଆୟୋଗ ୭ ଓ ୮ ସେପ୍ଟେମ୍ବରରେ ଚେନ୍ନାଇରେ କର୍ମଚାରୀ ସଂଗଠନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri