ପିଏମ୍‌ଇଜିପି ଅଗ୍ରଗତି ନୈରାଶ୍ୟଜନକ: ଜିଲାସ୍ତରୀୟ କମିଟିର ନିଷ୍ପତ୍ତି ମାନୁନାହାନ୍ତି ବ୍ୟାଙ୍କ, ନିଯୁକ୍ତି ସୁଯୋଗ ସୃଷ୍ଟି ସଙ୍କୁଚିତ

ଯାଜପୁର ଅଫିସ,୧୬ା୬- ପ୍ରଧାନମନ୍ତ୍ରୀ କର୍ମନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ(ପିଏମ୍‌ଇଜିପି) ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଯୋଜନା। ସ୍ଥାନୀୟ ସମ୍ବଳକୁ ବ୍ୟବହାର କରି ଆମତ୍ନିଯୁକ୍ତି ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ବ୍ୟାଙ୍କଗୁଡ଼ିକ ପିଏମ୍‌ଇଜିପି ହିତାଧିକାରୀଙ୍କୁ ଅର୍ଥ ଯୋଗାଣରେ ସହାୟତା କରି ଆସୁଛନ୍ତି। ଜିଲାସ୍ତରୀୟ ଟାସ୍କଫୋର୍ସ କମିଟିରେ ହିତାଧିକାରୀଙ୍କ ନାମ ଅନୁମୋଦନ ହେବା ପରେ ପ୍ରତ୍ୟେକ ମାସରେ ବ୍ୟାଙ୍କଗୁଡ଼ିକୁ ଆବଶ୍ୟକ ଅର୍ଥ ଯୋଗାଣ କରିବାକୁ ସୁପାରିଶ କରାଯାଉଛି। ହେଲେ ଗତ କିଛିଦିନର ଧାରାକୁ ଅବଲୋକନ କଲେ ଅଧିକାଂଶ ବ୍ୟାଙ୍କ ଜିଲାସ୍ତରୀୟ କମିଟିର ନିଷ୍ପତ୍ତିକୁ ମାନୁ ନାହାନ୍ତି। ଏପରିକି ବାତ୍ୟା ଫନି ଫଳାଫଳ ଅନୁସାରେ ଉଦ୍ୟୋଗୀମାନଙ୍କୁ ବିଭିନ୍ନ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରିବାକୁ ବ୍ୟାଙ୍କମାନେ କୌଣସି ପ୍ରକାର ସହାୟତା କରୁ ନାହାନ୍ତି। ତେଣୁ ଯେତେ ଶୀଘ୍ର ସମ୍ଭବ ଜିଲାର ବିଭିନ୍ନ ସ୍ଥାନରେ ଋଣମେଳା ଆୟୋଜନ କରାଯାଇ ପୂର୍ବବର୍ଷର ବାକି ପଡିଥିବା ଓ ଚଳିତ ବର୍ଷର ପିଏମଇଜିପି ହିତାଧିକାରୀଙ୍କୁ ଅର୍ଥଯୋଗାଣ କରିବାକୁ ଜିଲାପାଳ ରଞ୍ଜନ କୁମାର ଦାସ ପରାମର୍ଶ ଦେଇଛନ୍ତି।
ଜିଲାର ଶିଳ୍ପ ବିକାଶ ପାଇଁ ଗୁରୁଦାୟିତ୍ୱ ବହନ କରୁଥିବା ଆଞ୍ଚଳିକ ଶିଳ୍ପକେନ୍ଦ୍ର, ବ୍ୟାଙ୍କ/ଆରଆରବି ଏବଂ କେଭିଆଇସି(ଖଦି ଓ ଗ୍ରାମୀଣ ଶିଳ୍ପ ପରିଷଦ) ଦ୍ୱାରା ପିଏମ୍‌ଇଜିପି ଯୋଜନା କାର୍ଯ୍ୟକାରୀ ହୋଇ ଆସୁଛି। ୨୦୧୮-୧୯ ଆର୍ଥତ୍କ ବର୍ଷରେ ୨୮୩ଟି ପିଏମ୍‌ଇଜିପି ଆବେଦନ ବ୍ୟାଙ୍କରେ ପଡ଼ି ରହିଛି। କେବଳ ଗତ ମେ ମାସରେ ୩୦ଟି ଏମ୍‌ଏସ୍‌ଏମ୍‌ଇ ଋଣ ପ୍ରସ୍ତାବ ଯାଜପୁରରୋଡ ବିଜୟା ବ୍ୟାଙ୍କ, କାଳିଆପାଣି ଆନ୍ଧ୍ର ବ୍ୟାଙ୍କ, ଯଖପୁରା ୟୁକୋ ବ୍ୟାଙ୍କ, ବିଞ୍ଝାରପୁର ସିବିଆଇ, ମିର୍ଜାପୁର କାନାଡା ବ୍ୟାଙ୍କ, ଯାଜପୁର କର୍ପୋରେସନ ବ୍ୟାଙ୍କ, ମଙ୍ଗଳପୁର ଆଇଓବି, ହରିପୁରହାଟ ପିଏନ୍‌ବି, ବାରବାଟି ବିଜୟା ବ୍ୟାଙ୍କ, ବାଲିଆ ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ବରିମାଉଣ୍ଟ ଗ୍ରାମ୍ୟ ବ୍ୟାଙ୍କ, ବରୀ କାନାଡା ବ୍ୟାଙ୍କ, ସୁକିନ୍ଦା ଏସ୍‌ବିଆଇ, କଟକ ୟୁବିଆଇ ପ୍ରଭୃତି ବ୍ୟାଙ୍କଗୁଡ଼ିକରେ ଫାଇଲ ତଳେ ପଡି ରହିଛି। ଏନେଇ ଜିଲା ପ୍ରଶାସନ ଓ ଆଞ୍ଚଳିକ ଶିଳ୍ପକେନ୍ଦ୍ର ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଉଥିଲେ ହେଁ ବ୍ୟାଙ୍କ କର୍ତ୍ତୃପକ୍ଷ କାହାରି କଥା ଶୁଣୁ ନାହାନ୍ତି। ପିଏମ୍‌ଇଜିପି ଅନ୍‌ଲାଇନ ପୋର୍ଟାଲ ୨୦୧୬ ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଛି। ପିଏମ୍‌ଇଜିପିର କାର୍ଯ୍ୟକାରୀକୁ ନେଇ ବିଭିନ୍ନ ପ୍ରକ୍ରିୟା ଯଥା ଆବେଦନ, ଋଣ ମଞ୍ଜୁର ଆଦି ଅନ୍‌ଲାଇନ ମାଧ୍ୟମରେ ସମ୍ପନ୍ନ ହେଉଛି। ଜିଲାସ୍ତରୀୟ ଟାସ୍କଫୋର୍ସ କମିଟିର ମଞ୍ଜୁର ପରେ ଆବେଦନଗୁଡିକୁ ବ୍ୟାଙ୍କ ନିକଟକୁ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଆଯାଉଛି । ଚଳିତ ୨୦୧୯-୨୦ ବର୍ଷରେ ୨୬୩ଟି ଆବେଦନ ଜିଲାର ବିଭିନ୍ନ ବ୍ୟାଙ୍କକୁ ପ୍ରେରଣ ହୋଇଛି। ସେଥିରୁ ମାତ୍ର ୫୬ଟି ଆବେଦନ ମଞ୍ଜୁର କରାଯାଇ ୧୬୫.୮୨ ଲକ୍ଷ ଟଙ୍କା(ସବ୍‌ସିଡିି) ପ୍ରଦାନ କରାଯାଇଛି। ରାଜ୍ୟର ଅନ୍ୟ ଜିଲାଗୁଡ଼ିକରେ ପିଏମ୍‌ଇଜିପିର ଅଗ୍ରଗତି ସନ୍ତୋଷଜନକ ଥିବାବେଳେ ଯାଜପୁର ଜିଲାରେ ନୈରାଶ୍ୟଜନକ ହୋଇଥିବା ଜଣାପଡିଛି । ଏହି ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଦିନକୁ ଦିନ କାର୍ଯ୍ୟକ୍ରମ ମୂଳ ଲକ୍ଷ୍ୟଠାରୁ ଦୂରେଇ ଯିବାରେ ଲାଗିଛି। ସାମଗ୍ରୀକ ଶିଳ୍ପ ବିକାଶକୁ ତ୍ୱରାନ୍ବିତ କରିବା ପରିବର୍ତ୍ତେ ଆବେଦନକାରୀଙ୍କୁ ବିଭିନ୍ନ ଆଳ ଦେଖାଇ ଭୁଆଁ ବୁଲାଯାଉଛି । ପିଏମ୍‌ଇଜିପି ଯୋଜନାରେ ଋଣ ପରିମାଣ ଓ ରିହାତିକୁ ବୃଦ୍ଧି କରାଯାଇଛି ସତ ହେଲେ ଏଥିରେ କେବଳ ଧନୀଶ୍ରେଣୀର ହିତାଧିକାରୀ ସୁଯୋଗ ପାଉଥିବାବେଳେ ଗରିବ ଶ୍ରେଣୀର ଆଶାୟୀ ଯୁବତୀଯୁବକ ବଞ୍ଚତ୍ତ ରହୁଛନ୍ତି ବୋଲି ଅଭିଯୋଗ ହୋଇଆସୁଛି। ଏହାଦ୍ୱାରା କର୍ମନିଯୁକ୍ତି ସୃଷ୍ଟି ହେବା ତ ଦୂରର କଥା କ୍ରମଶଃ କର୍ମନିଯୁକ୍ତି ସଙ୍କୁଚିତ ହେବାରେ ଲାଗିଛି। ଜିଲାସ୍ତରୀୟ ଟାସ୍କଫୋର୍ସ କମିଟିର ଅଧ୍ୟକ୍ଷ ତଥା ଜିଲାପାଳ ଦାସ ତାଙ୍କ ପତ୍ରସଂଖ୍ୟା ୧୩୮୩/୧୨ା୬ା୨୦୧୯ ତାରିଖରେ ଏହି ଦୁର୍ବଳ ଅଗ୍ରଗତି ଉପରେ କ୍ଷୋଭ ପ୍ରକାଶ କରିବା ସହିତ ଜିଲାର ବିଭିନ୍ନ ବ୍ୟାଙ୍କ ମ୍ୟାନେଜରଙ୍କୁ ଏନେଇ ପରାମର୍ଶ ଦେଇଛନ୍ତି। ଉପଯୁକ୍ତ ଆବେଦନଗୁଡ଼ିକୁ ତୁରନ୍ତ ଅନ୍‌ଲାଇନ ମାଧ୍ୟମରେ ମଞ୍ଜୁର କରି ସମ୍ପୃକ୍ତ ତାଲିମ କେନ୍ଦ୍ରଗୁଡ଼ିକୁ ଅବଗତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ମଧ୍ୟ ଜିଲାପାଳ ଏହି ମର୍ମରେ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ ହେଁ ପିଏମ୍‌ଇଜିପି ଯୋଜନାର ଅଗ୍ରଗତି ନୈରାଶ୍ୟଜନକ ହୋଇ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଧରମ ଝିଅକୁ ୫ମାସର ଗର୍ଭବତୀ କରି ୨୦ବର୍ଷ ଜେଲ ଗଲେ ଦିବ୍ୟାଙ୍ଗ ବାପା।

କଳିଙ୍ଗନଗର, ୧୬।୫ (ଶୁଭାଶିଷ ରାଉତ): ଯାଜପୁର ଜିଲା ଧର୍ମଶାଳା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଦଣ୍ଡାଦେଶ ହୋଇଛି।…

୨ଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ ସେବା ଠପ୍‌, ଅସନ୍ତୋଷ ପ୍ରକାଶ କଲେ ଲୋକେ, ଏସଡିଓ କହିଲେ…

ଧର୍ମଶାଳା,୧୫।୫(ଶିବ ପ୍ରସାଦ ମହାନ୍ତି ): ଯାଜପୁର ଜିଲା ଜାରକା ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଖରା ଦିନ…

ଏକାବେଳେ ଦୁଇ ଭଉଣୀଙ୍କୁ କରିଦେଲେ ଗର୍ଭବତୀ

କଳିଙ୍ଗନଗର,୧୦।୫(ଶୁଭାଶିଷ ରାଉତ):  ଯାଜପୁର ଜିଲା କଳିଙ୍ଗନଗର ଥାନା ଅଞ୍ଚଳର ୨ ନାବାଳିକା ଭଉଣୀଙ୍କୁ ଦୁଇ ସାଙ୍ଗ ବିବାହ ପ୍ରଲୋଭନ ଦେଖାଇ ଗର୍ଭବତୀ କରିଥିବା ଅଭିଯୋଗ ପରେ ପୋଲିସ…

ବାହାଘର ଭୋଜିରୁ ଫେରିବାବେଳେ ମର୍ମନ୍ତୁଦ ଦୁର୍ଘଟଣା: ବୋଲେରୋ-ହାଇଓ୍ବା ଧକ୍କା, ଚାଲିଗଲା ୫ ଜୀବନ

ଧର୍ମଶାଳା,୪ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ବରଡ଼ା ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୋଲେରୋ ସହିତ ହାଇଓ୍ବା…

ବାଇକ୍‌ରେ ଯାଉଥିବା ବେଳେ ଉପରେ ପଡ଼ିଲା ତାଳ ଗଛ: ଚାଲିଗଲା ଯୁବକଙ୍କ ଜୀବନ,ଖବର ପାଇ ବିଷ ପିଇଦେଲେ ସ୍ତ୍ରୀ

ଯାଜପୁର,୨।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ବଡଚଣା ବଡ଼ବାଲିକିୁଦା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି।  ତାଳଗଛ…

ଅହେତୁକ ବିଦ୍ୟୁତକାଟ ପ୍ରତିବାଦରେ ଏସଡିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା, ପ୍ରତିଶ୍ରୁତି ମିଳିବା ପରେ…

ଧର୍ମଶାଳା,୨୮।୪(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା କୁଆଖିଆ ଅଞ୍ଚଳରେ ଅହେତୁକ ବିଦ୍ୟୁତକାଟ ପ୍ରତିବାଦରେ ସ୍ଥାନୀୟ ବିଦ୍ୟୁତ ଏସଡିଓ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାନୀୟ ଉପଭୋକ୍ତାମାନେ ଗଣଧାରଣା ଦେଇଛନ୍ତି। ବର୍ତ୍ତମାନ…

କାଲିଠୁ ୨୫ ଯାଏ ସ୍କୁଲ ଛୁଟି: ହିଟ୍‌ ଓ୍ବେଭ୍‌କୁ ନେଇ ଏହି ଜିଲାରେ…

ଭୁବନେଶ୍ୱର,୨୧।୪: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ହିଟ ୱେଭ (Heat Wave) କୁ ଦୃଷ୍ଟିରେ ରଖି ଯାଜପୁର ଜିଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ଏମିତି ରାଗ ଯେ ଛାତ୍ରଙ୍କୁ ବିଛୁଆତିରେ ମାଡ଼ ମାରି ପ୍ୟାଣ୍ଟରେ ପୁରାଇ ଦେଇଥିଲେ, ଚାକିରିରୁ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ 

କଳିଙ୍ଗନଗର,୨୧।୪(ଶୁଭାଶିଷ ରାଉତ): ଶିକ୍ଷାର ମନ୍ଦିରରେ ଗୁରୁଙ୍କ ଅମାନବୀୟ କାଣ୍ଡ। କୋମଳମତି ପିଲାଙ୍କୁ ଦଣ୍ଡ ଦେବା ନାଁରେ ପିଲାଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ନିର୍ଯାତନା ଦେଇଥିବା ଅଭିଯୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri