ପାହାଡ଼ରେ ସିଡ୍‌ବଲ୍‌ ମାଧ୍ୟମରେ ହେବ ମଞ୍ଜି ରୋପଣ

ବ୍ରହ୍ମପୁର ଅଫିସ,୧୦ା୭-ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଗଞ୍ଜାମ ଜିଲା। କିନ୍ତୁ ଏବେ ଏହାର ସୌନ୍ଦର୍ଯ୍ୟ କ୍ରମଶଃ ହ୍ରାସ ପାଇବାକୁ ବସିଲାଣି। ପଥର, ମାଟି ସଂଗ୍ରହ ସମେତ ଅନ୍ୟାନ୍ୟ କାରଣରୁ ଜିଲାର ବିଭିନ୍ନ ଅଞ୍ଚଳରୁ ଜଙ୍ଗଲ କ୍ଷୟ ହେବା ସହ ମାଳ ଅଞ୍ଚଳରେ ଥିବା ପାହାଡଗୁଡିକ ମଧ୍ୟ ବୃକ୍ଷଶୂନ୍ୟ ହେବାରେ ଲାଗିଛି। ସେହି ବୃକ୍ଷଶୂନ୍ୟ ତଥା ଲଣ୍ଡା ପାହାଡର ପ୍ରାକୃତିକ ସୌନ୍ଦର୍ଯ୍ୟ ପୁନଃ ଫେରାଇ ଆଣିବାକୁ ଏବେ ଅଣ୍ଟାଭିଡିଛି ବ୍ରହ୍ମପୁରର ସାମାଜିକ ଅନୁଷ୍ଠାନ ଆର୍ଯ୍ୟଭଟ୍ଟ ଫାଉଣ୍ଡେଶନ। ଲଣ୍ଡା ପାହାଡ଼କୁ ପୁଣି ସବୁଜିମାରେ ପରିଣତ କରିବାକୁ ଆରମ୍ଭ କରିଛି ଏକ ନୂଆ ପ୍ରୟାସ। ବିିଭିନ୍ନ ପ୍ରକାର ବୃକ୍ଷ ମଞ୍ଜିକୁ ସିଡ୍‌ ବଲ ମାଧ୍ୟମରେ ପାହାଡରେ ରୋପଣ କରିବାକୁ ଫାଉଣ୍ଡେଶନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଦେଢମାସ ମଧ୍ୟରେ ପ୍ରାୟ ଲଣ୍ଡା ପାହାଡଗୁଡିକରେ ୩ ଲକ୍ଷ ବିିଭିନ୍ନ ବୃକ୍ଷର ମଞ୍ଜି ରୋପଣ କରିବାକୁ ମଧ୍ୟ ଯୋଜନା ରଖାଯାଇଥିବା ଫାଉଣ୍ଡେଶନ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ମଙ୍ଗଳବାର ଫାଉଣ୍ଡେଶନ ପକ୍ଷରୁ ସିଡ ବଲ ପ୍ରସ୍ତୁତି ମେଶିନର ଶୁଭାରମ୍ଭ ହୋଇଛି। ମଧ୍ୟପ୍ରଦେଶ ଇନ୍ଦୋରର ସ୍ବେଚ୍ଛାସେବୀ ଅନୁଷ୍ଠାନ ସାଇନଟେକ ଇକୋ ଫାଉଣ୍ଡେଶନ ଦ୍ୱାରା ପ୍ରଦତ୍ତ ଏହି ମେଶିନକୁ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଆଶିଷ କୁମାର ବେହେରା ଆର୍ଯ୍ୟଭଟ୍ଟ ପରିସରରେ ଉଦ୍‌ଘାଟନ କରିଛନ୍ତି। ଏହି ମେଶିନ ଦ୍ୱାରା ଖତ,ମାଟି ସହ ମଞ୍ଜି ସମ୍ମିଶ୍ରଣରେ ସିଡ୍‌ ପ୍ରସ୍ତୁତ ହେବ। ସେହି ସିଡ୍‌ବଲକୁ ଫାଉଣ୍ଡେଶନ ଦ୍ୱାରା ଗଞ୍ଜାମ ଜିଲାର ବିଭିନ୍ନ ଲଣ୍ଡା ପାହାଡରେ ରୋପଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ଚିିକିଟି ପେଣ୍ଠ ଅଞ୍ଚଳର ବାଳକୁମାରୀ, ଋଷିଦଲ୍ଲୀ, ରାମଚନ୍ଦ୍ରପଲ୍ଲୀ ପାହାଡ, ଶହଶପୁର ଓ ହିଞ୍ଜିଳିକାଟୁ ପ୍ରମୁଖ ଅଞ୍ଚଳରେ ଥିବା ପାହାଡରେ ସିଡବଲ ମାଧ୍ୟମରେ ମଞ୍ଜି ରୋପଣ କରାଯିବ। ଆସନ୍ତା ଶୁକ୍ରବାରରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଫାଉଣ୍ଡେଶନର ଚେୟାରମ୍ୟାନ ସୁଧୀର କୁମାର ରାଉତ ସୂଚନା ଦେଇଛନ୍ତି। ଦେଢମାସ ମଧ୍ୟରେ ଉକ୍ତ ପାହାଡରେ ନିମ, ବାଉଁଶ, କରଞ୍ଜ, ସୀମାରୁଆ, ରକ୍ତ ଚନ୍ଦନ, ଆକାଶିଆ ଓ ପଣସ ପ୍ରଭୃତ ବୃକ୍ଷର ପ୍ରାୟ ୩ ଲକ୍ଷ ମଞ୍ଜିକୁ ସିଡ୍‌ବଲ ଜରିଆରେ ରୋପଣ କରାଯିବାକୁ ଯୋଜନା ରହିଛି। ଏଥିପାଇଁ ମଞ୍ଜି ଜୟପୁର, ଭୁବନେଶ୍ୱରରୁ ଅଣାଯିବାକୁ ଥିବା ବେଳେ ମଞ୍ଜି ବାବଦକୁ ୫୦ ହଜାର ଟଙ୍କା ଫାଉଣ୍ଡେଶନ ପକ୍ଷରୁ ବିନିଯୋଗ କରାଯିବ ବୋଲି ଚେୟାରମ୍ୟାନ ସୂଚାଇଛନ୍ତି। ମେଶିନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲା ଇକୋ କ୍ଲବ ସଂଯୋଜକ ଡ. ଶଙ୍କର ନାରାୟଣ ବେଜ, ଫାଉଣ୍ଡେଶନର ଶ୍ୟାମସୁନ୍ଦର ଖାଡଙ୍ଗା, ସୁରେଶ ତ୍ରିପାଠୀ, ଭୀମାରାଜୁ ପାତ୍ର, କେ. ଅବିନାଶ, ଫୋରମ ଫର ଗଞ୍ଜାମର ଇ. ତେଜେଶ୍ୱର ରାଓ, ଜାମୁଲା ସୁରେଶ, ଜାମୁଲା ସତ୍ୟନାରାୟଣ, ମାନସ ପାତ୍ର, ଭୀଷ୍ମାଚାର୍ଯ୍ୟ ଚୌଧୁରୀ ଓ ସ୍ବରାଜ୍ୟ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...

ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ

ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...

ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨(ଦିଲ୍ଲୀପ ସାମଲ): ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri