ପାହାଡ଼ରେ ବେଆଇନ ପଥର ବ୍ଲାଷ୍ଟଂ: ଥରିଲା ଗାଁ

ଖୋର୍ଦ୍ଧା ଅଫିସ,୨୭ା୪ : ଲକ୍‌ଡାଉନ ଖଟକଣାକୁ ଫୁ କରି ବେଆଇନ ଭାବେ ପାହାଡରେ ପଥର ବ୍ଲାଷ୍ଟିଂ ସାଙ୍ଗକୁ କ୍ରଶର ୟୁନିଟ ଚାଲିଛି। ଅନ୍ୟପକ୍ଷେ ପଥର ମାଫିଆମାନେ ପାହାଡରୁ ଦିନରାତି ବ୍ଲାଷ୍ଟିଂ କରି ଚାଲିଛନ୍ତି। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଦେଉଳି ପଞ୍ଚାୟତରେ ଥିବା ପାହାଡରେ ପଥର ବ୍ଲାଷ୍ଟିଂ ଯୋଗୁ ଗାଁ ଥରି ଉଠିଥିଲା। କେତେଜଣ ଲୋକଙ୍କ ଘରର କାନ୍ଥ ଫାଟି ଯାଇଛି। ରବିବାର ରାତିରେ ଉତ୍ତେଜିତ ଗ୍ରାମବାସୀ ପାହାଡ ପାଖରେ ପହଞ୍ଚି ବ୍ଲାଷ୍ଟିଂକୁ ବନ୍ଦ କରିଥିଲେ। ସୋମବାର ପୁଣି ଅପରାହ୍ନରେ ପଥର ବ୍ଲାଷ୍ଟିଂକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀ ଏଡାକୁ ପୁଣି ବନ୍ଦ କରିଛନ୍ତି। ଏ ନେଇ ତହସିଲଦାର ବିବେକାନନ୍ଦ ପରିଡାଙ୍କୁ ପଚାରିବାରେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଚାଲିଥିବା ଠିକାଦାରଙ୍କୁ ୩ ମାସ ପାଇଁ ପଥର ଖନନ ଲାଗି ଅନୁମତି ଦିଆଯାଇଥିଲା। ଏଥିମଧ୍ୟରେ ୨ ମାସ ବିତି ଯାଇଛି। ଏବେ ଲକ୍‌ଡାଉନ ଯୋଗୁ ଏହା ଉପରେ ରୋକ ଲଗାଯାଇଛି। ଯଦି ପାହାଡ ବ୍ଲାଷ୍ଟିଂ ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆସେ ତେବେ ତାଙ୍କ ଲିଜ୍‌କୁ ରଦ୍ଦ ଲାଗି ଜିଲାପାଳଙ୍କ ସହ ଆଲୋଚନା କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ସ୍ଥାନୀୟ ସରପଞ୍ଚ ନିରୁପମା ସାମଲଙ୍କ ଅଗୋଚରରେ ପଥର ବ୍ଲାଷ୍ଟିଂକୁ କିପରି ଅନୁମତି ଦିଆଯାଇଛି ଏ ନେଇ ସେ ପ୍ରଶ୍ନ କରିଛନ୍ତି। ଦେଉଳି ପଞ୍ଚାୟତରେ ଏହି ପାହଡ ରହିଛି। ଏ ନେଇ ସେ ତହସିଲଦାରଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି। ପାହାଡ ଖନନ ପାଇଁ କେଉଁ ଆଧାରରେ ଲିଜ୍‌ ଦିଆଯାଇଛି। କେତେ ପରିମାଣର ପଥର ଖନନ କରାଯିବ ତାହାର ସୂଚନା ମଧ୍ୟ ସରପଞ୍ଚ ଜଣାଯାଇନାହିଁ। ସେନେଇ ସ୍ଥାନୀୟ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଏଥିରେ ମୋଟା ଅଙ୍କର ଟଙ୍କା କାରବାର ହୋଇଥିବା କେତେଜଣ ଗ୍ରାମବାସୀ ଅଭିଯୋଗ ବାଢିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅର୍ଣ୍ଣବ’: ଆଖି ହେଲା ଦୃଶ୍ୟମାନ

ଭୁବନେଶ୍ୱର, ୨୬।୧୦: ବଙ୍ଗୋପସାଗର ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ-ପୂର୍ବ ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି। ଏହି ବାତ୍ୟାର ନାମ…

ଦାଦନ ଖଟିବାକୁ ଯାଇ ଚାଲିଗଲା ଯୁବକଙ୍କ ଜୀବନ, ଗାଁରେ ଶୋକର ଛାୟା

ଗୁଡାରି,୨୬।୧୦(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମପଂଚାୟତ ଅନ୍ତର୍ଗତ ଗୌଡ଼ ଢ଼େପାଗୁଡା ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସୁଦୂର ଗୁଜରାଟ ରାଜ୍ୟକୁ…

ଲେଖି ରଖନ୍ତୁ ଯଦି…ରୋହିତ-କୋହଲିଙ୍କୁ ନେଇ ଏମିତି କଥା କହିଦେଲେ ସୁରେଶ ରାଇନା, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୨୬।୧୦:ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା। ‘ମିଷ୍ଟର…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରଶାସନ ତତ୍ପର, କାଲି ସ୍ବାସ୍ଥ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ

ଭବାନୀପାଟଣା,୨୬।୧୦(ଉତ୍ତମ କୁମାର ଦାଶ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ର ମୁକାବିଲା ତଥା ପୂର୍ବ ପ୍ରସ୍ତୁତି ନେଇ କଳାହାଣ୍ଡି ଜିଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି ।…

ଜାତୀୟ ରାଜପଥରେ କାରକୁ ଧକ୍କା ଦେଲା ଟ୍ରକ: ୫ ଗୁରୁତର

ମାର୍ଶାଘାଇ ୨୬।୧o(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):ଚଣ୍ଡିଖୋଲ-ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥର ମାର୍ଶାଘାଇ ଥାନା ଅନ୍ତର୍ଗତ କୁସୁନପୁର ଆଖଣ୍ଡଳମଣି ମନ୍ଦିର ନିକଟରେ କାରକୁ ଏକ ଦ୍ରୁତଗାମୀ ଟ୍ରକ ଧକ୍କା…

କୋହଲି-ରୋହିତଙ୍କ ପରେ ଏହି ୨ ଖେଳାଳି ଭାରତର ସୁପରଷ୍ଟାର: ପୂର୍ବତନ ଅଲ୍‌ରାଉଣ୍ଡଙ୍କ ମନ୍ତବ୍ୟ ସମସ୍ତଙ୍କୁ କଲା ଚକିତ

ନୂଆଦିଲ୍ଲୀ,୨୬।୧୦: ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରେ ଭାରତୀୟ କ୍ରିକେଟ୍‌ର ଦାୟିତ୍ୱ ନେବାକୁ ନୂଆ ପିଢ଼ି ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲ୍‌ରାଉଣ୍ଡର ଲାନ୍ସ କ୍ଲୁଜନର…

IPL 2027: ଚେନ୍ନାଇ ସୁପର କିଙ୍ଗ୍ସକୁ ମିଳିଲେ ନୂଆ କୋଚ୍, ଦାୟିତ୍ୱ ସମ୍ଭାଳିବେ…

ନୂଆଦିଲ୍ଲୀ,୨୬।୧୦: ଆଇପିଏଲ୍‌ ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର କୋଚିଂ ଷ୍ଟାଫ୍‌ରେ ନୂଆ ନିଯୁକ୍ତି ହୋଇଛି । ଇଂଲଣ୍ଡର ପୂର୍ବତନ ବୋଲର ଗାରେଥ୍ ବ୍ୟାଟିଙ୍କୁ ଦଳର…

କୋଟିଆ ବିବାଦ, ଓଡିଶା ପୋଲିସ୍ ପୋଷ୍ଟ୍ ସ୍ଥାପନର ୨୪ ଘଣ୍ଟା ନପୁରୁଣୁ ଆନ୍ଧ୍ରର ଫୋର୍ସ ମୁତୟନ

ପଟ୍ଟାଙ୍ଗି,୨୬।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା କୋଟିଆ ପଞ୍ଚାୟତକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?