ପାରିବାରିକ କଳହର କରୁଣ ପରିଣତି: ୨ ଭଉଣୀଙ୍କ ଆତ୍ମହତ୍ୟା, ବାପା ଅଟକ

କବିସୂର୍ଯ୍ୟନଗର,୧୪।୬- ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଗୁଡିଆଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହ ଓ ବାପାଙ୍କ ମାଡଗାଳି ଅସହ୍ୟ ହେବାରୁ ୨ ଭଉଣୀ ମୂଷାମରା ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ସେମାନେ ହେଲେ ଦୀପା ଭୂୟଁା (୧୭) ଓ ଜିତା ଭୂୟଁା (୧୧)। ପୋଲିସ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ନଂ.୭/୧୯ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ନାବାଳିକାଙ୍କ ବାପା ପଦ୍ମନାଭ ଭୂୟଁାଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି।
ପ୍ରକାଶ ଯେ, ପଦ୍ମନାଭ ଶେରଗଡ ବ୍ଲକ ଢିଙ୍କିଶାଳ ଗ୍ରାମର ରୀତା ଭୂୟଁାଙ୍କୁ ବିବାହ କରିଥିଲେ। ସେମାନଙ୍କର ୨ ଝିଅ ଦୀପା ଓ ଜିତା ଏବଂ ପୁଅ ଅଂଶୁ। ୪ବର୍ଷ ତଳେ କୌଣସି ଏକ ରୋଗରେ ରୀତାଙ୍କ ମୃତ୍ୟୁ ଘଟିଥିଲା। ମା’ଙ୍କ ମୃତ୍ୟୁପରେ ବଡଝିଅ ଦୀପା ନବମରୁ ପାଠ ଛାଡି ନିକଟରେ ଥିବା ଏକ ମିକ୍ସଚର ଫ୍ୟାକ୍ଟ୍ରିରେ କାମ କରୁଥିଲେ। ସାନଝିଅ ଜିତା ନିକଟସ୍ଥ ଏକ ସ୍କୁଲରେ ୫ମ ଶ୍ରେଣୀରେ ପଢୁଥିଲେ। ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁର ବର୍ଷକ ପରେ ପଦ୍ମନାଭ ଶେରଗଡ଼ ପଞ୍ଚାୟତ ଖମାର ଗ୍ରାମର ନମିତା ଭୂୟାଁ (୩୫)ଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଅନ୍ୟ ରାଜ୍ୟରେ ଶ୍ରମିକ ଭାବେ କାମ କରୁଥିବାରୁ ଅଧିକାଂଶ ସମୟ ସେ ବାହାରେ ରୁହନ୍ତି। ଯାହା ରୋଜଗାର କରନ୍ତି ନିଶା ସେବନରେ ଚାଲିଯାଏ ବୋଲି କୁହନ୍ତି ସ୍ତ୍ରୀ ନମିତା। ଘରକୁ ଆସିଲେ ପିଲାମାନଙ୍କୁ ମାରଧର କରନ୍ତି। ସପ୍ତାହକ ତଳେ ପଦ୍ମନାଭ ସୁରଟରୁ ଘରକୁ ଆସିଥିଲେ। କୌଣସି ଏକ ସାମାନ୍ୟ କଥାକୁ ନେଇ ସେ ପିଲାମାନଙ୍କ ସହ ନମିତାଙ୍କୁ ମାର୍‌ପିଟ କରିଥିଲେ। ସାହିଲୋକେ ମିଶି ବୁଧବାର ଗ୍ରାମରେ ସଭା କରି ଶାନ୍ତିରେ ରହିବାକୁ ପଦ୍ମନାଭଙ୍କୁ ତାଗିଦ୍‌ କରିଥିଲେ। ମାତ୍ର ଗୁରୁବାର ପୁଣି ପଦ୍ମନାଭ ସ୍ତ୍ରୀ ଓ ୨ ଝିଅଙ୍କୁ ମାରଧର କରିଥିଲେ। ଏଥିରେ ଅତିଷ୍ଠ ହୋଇ ସନ୍ଧ୍ୟାରେ ୨ଝିଅ ଦୀପା ଓ ଜିତା ମୂଷାମରା ବିଷ ଖାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଗ୍ରାମବାସୀ କବିସୂର୍ଯ୍ୟନଗର ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଜିତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଦୀପାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କୁ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।
୨ ଭଉଣୀ ବିଷ ଖାଇବା ଘଟଣାରେ ପଦ୍ମନାଭଙ୍କୁ ଦାୟୀ କରି ଗୁରୁବାର ରାତିରେ ଗ୍ରାମବାସୀ ତାଙ୍କ ଘର ଆଗରେ ପାଟିତୁଣ୍ଡ କରିଥିଲେ। ଖବର ପାଇ ଆଇଆଇସି ତପନ କୁମାର ପତି ସଦଳବଳ ଗଁାରେ ପହଞ୍ଚତ୍ ପଦ୍ମନାଭଙ୍କୁ ଧରି ଥାନାକୁ ନେଇଛନ୍ତି। ତଦନ୍ତକାରୀ ଅଧିକାରୀ ଏସ. ଏନ. ପଟ୍ଟନାୟକ ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି କହିଛନ୍ତି। ଶୁକ୍ରବାର ୨ ଭଉଣୀଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇ ସନ୍ଧ୍ୟାରେ ଗଁାରେ ପହଞ୍ଚତ୍ବା ପରେ ଗ୍ରାମବାସୀ ସତ୍କାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri