ପାରାଭାଡ଼ି ପାହାଡ଼ରେ ବେଆଇନ ଖନନ

ଚଣ୍ଡିଖୋଲ,୧୩।୩(ଡିଏନଏ): ପ୍ରାଚୀନ ବୌଦ୍ଧ କିର୍ତ୍ତୀରାଜି ପରିପୂର୍ଣ୍ଣ ପାରାଭାଡ଼ି ପାହାଡ଼ ଏବେ ବିପଦରେ। ଏହି ପାହାଡ଼କୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ହାତକୁ ନେଇଥିବାବେଳେ ଏଠାରୁ ବିଶ୍ୱପ୍ରସିଦ୍ଧ ଖୀ.ପୂ. ଦ୍ୱିତୀୟ ଶତାଦ୍ଦୀର ଏ୍ୟତିହାସିକ ପାରାଭାଡ଼ି ସ୍ତୂପ ଆବିଷ୍କୃତ ହୋଇଥିଲା। କେବଳ ପାରାଭାଡ଼ି ସ୍ତୂପ ନୁହେଁ, ବୌଦ୍ଧ ଯୁଗୀୟ ହାତୀ ଗୁମ୍ଫା ସହ ବହୁ ପ୍ରାଚୀନ ମୂର୍ତ୍ତୀ ଆବିଷ୍କାର କରାଯାଇଥିଲା। ସେଥିପାଇଁ ସମ୍ପୃକ୍ତ ପାହାଡ଼ଟିକୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ତରଫରୁ ସଂରକ୍ଷିତ ତାଲିକାରେ ରଖାଯାଇଛି। ଏହାବାଦ ଏହି ପାହାଡ଼ର କୌଣସି ସ୍ଥାନରୁ ଖନନ କରାଯାଇପାରିବ ନାହିଁ ବୋଲି ଜିଲା ପ୍ରଶାସନ ଓ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ରହିଛି। ଏହାସତ୍ତ୍ୱେ କେତେକ ପାହାଡ଼ ମାଫିଆ ଏଠାରୁ ବେଆଇନଭାବେ ଖନନ କରି ବାହାରକୁ ମୋରମ ଓ ବୋଲଡର ଚୋରା ଚାଲାଣ କରୁଛନ୍ତି।
ତହସିଲ ଅଧୀନ ୫୩ନଂ ଜାତୀୟ ରାଜପଥ କଡ଼ରେ ବନ୍ଦରେଶ୍ୱର ରାଜସ୍ବ ଗ୍ରାମ ମଧ୍ୟରେ ରହିଛି ଏହି ପାରାଭାଡ଼ି ପାହାଡ଼। ଏହାକୁ ବନ୍ଦରେଶ୍ୱର ପାହାଡ଼ ବୋଲି ମଧ୍ୟ କୁହାଯାଏ। ପାହାଡ଼ ଶିଖରରେ ପା୍ରଚୀନ ବୌଦ୍ଧ ସ୍ତୂପ ପାରାଭାଡ଼ି ରହିଥିବାବେଳେ ଏହାର ପାଦଦେଶରେ ଲଙ୍ଗୁଳି ମଠ ରହିଛି। ଗତ ୨୦୦୬ରେ ଏହି ପାହାଡ଼କୁ ଦର୍ପଣ ତହସିଲ ତରଫରୁ ଲିଜ ଦିଆଯାଇଥିବାବେଳେ ଏହାକୁ ବନ୍ଦ କରିବା ପାଇଁ ‘ବୁଦ୍ଧାୟନ’ ତରଫରୁ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। ଏହାର ବିଚାର କର ହାଇକୋର୍ଟ ଯାଜପୁର ଜିଲା ପ୍ରଶାସନ ଓ ଭାରତୀୟ ପ୍ରତ୍ନତତ୍ତ ବିଭାଗକୁ ମିଳିତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମିଳିତ ଭାବେ ଏହାର ତଦନ୍ତ କରାଯାଇ ସମ୍ପୃକ୍ତ ପାହାଡ଼ରୁ ଆଦୌ ଖନନ କରାଯିବ ନାହିଁ ବୋଲି ତତ୍କାଳୀନ ଯାଜପୁର ଜିଲାପାଳ ଶାଶ୍ୱତ ମିଶ୍ର ହାଇକୋର୍ଟକୁ ଜଣାଇଥିଲେ। ଏହାପରେ ସମ୍ପୃକ୍ତ ପାହାଡ଼ର ଖନନ ବନ୍ଦ କରାଯାଇଥିଲା। ଭାରତୀୟ ପ୍ରତ୍ନତ୍ତ୍ୱ ବିଭାଗ ଅଧୀନରେ ଏହାର ୨ଶହ ଏକର ରହିଥିବା ବେଳେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ତରଫରୁ ଲଙ୍ଗୁଳି ମଠ ପାଇଁ ୫ଏକର ପରିମିତ ଜମି ରହିଛି। ଏହାର ପରିସୀମାରୁ ୨ଶହ ମିଟର ବାଦ ଦେବା ପରେ ପାହାଡ଼ର କୌଣସି ଅଂଶକୁ ଖନନ କରାଯାଇ ପାରିବ ନାହିଁ ବୋଲି ସେତେବେଳେ ହାଇକୋର୍ଟଙ୍କ ତରଫରୁ ନିର୍ଦ୍ଦେଶନାମା ମିଳିଥିଲା। ତେବେ ଏହି ପାହାଡ଼ର କୌଣସି ସ୍ଥାନ ଲିଜ ଦିଆଯାଇ ନ ଥିବାବେଳେ ଲଙ୍ଗୁଳି ମଠ ନିକଟରୁ ବେଆଇନଭାବେ ଖନନ କରି ଶହ ଶହ ଟ୍ରିପ ମୋରମ ଓ ବୋଲଡର ଚୋରା ଚାଲାଣ କରାଯାଉଛି। ଏଥିପ୍ରତି ପ୍ରଶାସନ ତରଫରୁ ଦୃଷ୍ଟି ଦିଆଯାଉ ନାହିଁ। ଏପରିକି ଏହାର ମାତ୍ର ୫ଶହ ମିଟର ଦୂରରେ ବନ୍ଦରେଶ୍ୱର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରହିଥିବାବେଳେ ସେ କିପରି ଜାଣିପାରୁ ନାହାନ୍ତି, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତୁରନ୍ତ ଏହି ବେଆଇନ ଖନନକୁ ବନ୍ଦ କରିବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଦର୍ପଣ ତହସିଲଦାର ବରଣେନ୍ଦୁ ମହାନ୍ତିଙ୍କୁ ପଚାରିବାରେ, ସମ୍ପୃକ୍ତ ପାହାଡ଼ର କୌଣସି ସ୍ଥାନ ଲିଜ ଦିଆଯାଇ ନାହିଁ। ତୁରନ୍ତ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କୁ ‘ସାନ ଭଉଣୀ’ ବୋଲି କାହିଁକି କହିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ନୂଆଦିଲ୍ଲୀ,୨।୭: ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କକୁ ଗୁରୁବାର ଏକ ଗଭୀର ବ୍ୟକ୍ତିଗତ ଏବଂ ଭାବପ୍ରବଣ ମୁହୂର୍ତ୍ତ ଭାବରେ ଚିହ୍ନିତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଥର…

ଅଙ୍ଗନଓ୍ବାଡ଼ି ପାଚିକାଙ୍କୁ ରୋଷେଇ କରିବାକୁ ବିରୋଧ, ଅଭିଯୋଗ ଆଣି କହିଲେ ମୋ’ ହାତରୁ…

ଝାରବନ୍ଧ,୨ା୭(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ଅନର୍ଗତ ଦଓ୍ବୋନପାଲି ଗ୍ରାମରେ ଜାତିବାଦକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ଦଓ୍ବୋନପାଲି ଗ୍ରାମରେ…

ଶରଦ ପାୱାରଙ୍କ NCP-SPର କଂଗ୍ରେସ ସହିତ ମିଶ୍ରଣକୁ ନେଇ ଆସିଲା ବଡ଼ ଅପଡେଟ, ଦଳୀୟ ନେତା କହିଲେ…

ନୂଆଦିଲ୍ଲୀ,୨।୭: ମହାରଷ୍ଟ୍ର କଂଗ୍ରେସ ନେତା ନାନା ପାଟୋଲେ କହିଛନ୍ତି ଯେ ଶରଦ ପାୱାରଙ୍କ ଦଳର କଂଗ୍ରେସ ସହିତ ମିଶ୍ରଣ ସମ୍ପର୍କରେ କୌଣସି ଆଲୋଚନା ହେଉନାହିଁ। ସେ ଏହି…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଜଡିତ ସମସ୍ତ ଟ୍ରେଡ ଡିଲ୍‌ କେବଳ ଗୁଜବ; ମୁମ୍ବାଇ ଇଣ୍ଡିଆନ୍ସରୁ ଆସୁଥିବା ଖବର ଆପଣଙ୍କ ହୋସ୍‌ ଉଡାଇ ଦେବ

ନୂଆଦିଲ୍ଲୀ,୨।୭: ୨୦୨୪ ପରି, ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଆଲୋଚନାର ବିଷୟ ପାଲଟିଛନ୍ତି। ତିନି ବର୍ଷ ପୂର୍ବେ ମୁମ୍ବାଇ ଇଣ୍ଡିଆନ୍ସ ଏକ ଟ୍ରେଡ ଡିଲ୍‌ ମାଧ୍ୟମରେ ହାର୍ଦ୍ଦିକଙ୍କୁ…

ପ୍ରଦୂଷିତ ହେଉଛି ସହର, ସବୁଠି ଗଛ ଲଗାଇବାକୁ ଆହ୍ବାନ ଦେଲେ…

ଭଞ୍ଜନଗର,୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ଗାଲେରୀ ରେଞ୍ଜ ସାମରଡ଼ା ବନ ସୁରକ୍ଷା ସମିତି ଅଞ୍ଚଳରେ ପାଳିତ ହୋଇଯାଇଛି।…

Video: ଶାହରୁଖ ଖାନଙ୍କ କ୍ରିକେଟ ଷ୍ଟାଡିୟମ! ଅଲିମ୍ପିକ୍ସ ସମୟରେ ଏହି ସ୍ଥାନରେ ଖେଳାଯିବ ମ୍ୟାଚ, ପୂଜାରୀଙ୍କୁ ଡାକି ହେଲା ପୂଜା

ନୂଆଦିଲ୍ଲୀ,୨।୭: ୧୨୮ ବର୍ଷର ଲମ୍ବା ଅପେକ୍ଷା ପରେ ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ପୁନରାଗମନ କରୁଛି, ଏବଂ ପ୍ରଶଂସକମାନେ ଏହାକୁ ନେଇ ଅତ୍ୟନ୍ତ ଉତ୍ସାହିତ। ଚଳିତ…

ଆତ୍ମସମର୍ପଣ କରିବ କି ୟୁକ୍ରେନ? ରୁଷିଆ ଆକ୍ରମଣରେ ଦୋହଲିଗଲା କ୍ୱିଭ, ଆୟରଲ୍ୟାଣ୍ଡ ଯାତ୍ରାକୁ ଅଧାରେ ଛାଡି ଫେରିଲେ ଜେଲେନସ୍କି

କ୍ୱିଭ,୨।୭: ତୈଳ ବିଶୋଧନାଗାର ଏବଂ ଡିପୋ ଉପରେ ଡ୍ରୋନ ଆକ୍ରମଣ ଯୋଗୁ କ୍ରୋଧିତ ହୋଇ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ରାଜଧାନୀ କ୍ୱିଭ ଉପରେ ବଡ଼…

ହାଇଓ୍ବା ଧକ୍କାରେ ସ୍କୁଟିଚାଳକ ମୃତ: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଟ୍ରକ୍‌କୁ ଦ୍ରୁତଗତିରେ ଆସି ଜଣେ ବାଇକ୍‌କୁ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri