ପାରାଦୀପ ଟ୍ରକ୍‌ ସଂଘ ବିବାଦ ପ୍ରସଙ୍ଗ: ବୈଠକ ବସିଲା, ସମାଧାନ ହେଲାନି

ପାରାଦୀପ,୧୦।୧ (ସ୍ବ.ପ୍ର.): ପାରାଦୀପ ଟ୍ରକ ମାଲିକ ସଂଘଗୁଡ଼ିକ ମଧ୍ୟରେ ଚାଲିଥିବା ବିବାଦ ସମାଧାନ ପାଇଁ ଗୁରୁବାର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ତ୍ରିପାକ୍ଷିକ ବୈଠକ ବସିଥିଲେ ବି କିଛି ନିଷ୍କର୍ଷ ବାହାରି ପାରିନାହିଁ। ହାଇକୋର୍ଟ ନିଷ୍ପତ୍ତିକୁ ନେଇ ଅଙ୍କ ଛିଡୁ ନ ଥିବାରୁ ପୁଣି ଥରେ ବୈଠକ ବସିବ ବୋଲି ଏଡିଏମ୍‌ କାହ୍ନୁଚରଣ ଧୀର୍‌ କହିଛନ୍ତି।
ପାରାଦୀପର ୩ ଟ୍ରକ ମାଲିକ ସଂଘ (ପାରାଦୀପ ଟ୍ରକ ମାଲିକ ସଂଘ, ଜଗନ୍ନାଥ ଟ୍ରକ ମାଲିକ ସଂଘ ଓ ଜଗତ୍‌ସିଂପୁର ଜିଲା ଟ୍ରକ ମାଲିକ ସଂଘ) ପାରାଦୀରେ ପରିରବହନକୁ ବ୍ୟବସ୍ଥିତ କରିବା ପାଇଁ ଜଏଣ୍ଟ କୋଅର୍ଡିନେଶନ କମିଟି (ଜେସିସି) ଗଠନ କରିଛନ୍ତି। ଏଥିରେ ସଂଘ ମଧ୍ୟରେ ପଣ୍ୟ ପରିବହନ ପାଇଁ ବ୍ୟବସ୍ଥା ହୋଇଛି। ଅର୍ଥାତ୍‌ ୧୦୦ ଗାଡ଼ି ଆବଶ୍ୟକ ହେଲେ ସେଥିରେ ପାରାଦୀପ ସଂଘ ୫୨, ଜଗନ୍ନାଥ ସଂଘ ୩୩ ଓ ଜଗତ୍‌ସିଂହପୁର ସଂଘ ୧୫ଟି ଗାଡ଼ି ଦେବେ। ଏଥିସହ ଯେକୌଣସି ସଂସ୍ଥାର ପଣ୍ୟ ପରିବହନ କ୍ଷେତ୍ରରେ ଜାଲିଆତି, ଚୋରି ଆଦି ହେଲେ ଜେସିସି ଉତ୍ତରଦାୟୀ ରୁହେ। ଏହା ମଧ୍ୟରେ କୌଣସି ନୂଆ ମାଲିକଙ୍କ ସଦସ୍ୟତା ଗ୍ରହଣ କରିବା କ୍ଷେତ୍ରରେ ଅଙ୍କୁଶ ଲଗାଯାଇଥିବାରୁ ବର୍ଷେ ହେଲା ୪-ଟି (ଟ୍ରକ୍‌, ଟିପ୍ପ, ଟ୍ରଲର ଓ ଟ୍ୟାଙ୍କର) ସଂଘ ମୁଣ୍ଡ ଟେକିଛି। ଏହି ସଂଘ ପ୍ରଥମ କରି ପିପିଏଲ୍‌ରେ ଜିପସମ୍‌ ପରିବହନ ପାଇଁ ଗତ ଡିସେମ୍ବରରେ ଅଗ୍ରାଧିକାର ପାଇଥିଲା। ମାତ୍ର ୪-ଟି ସଂଘ ପିପିଏଲ୍‌ ଭିତରକୁ ଯାଉଥିବା ବେଳେ ଅନ୍ୟ ୩ ପୁରୁଣା ସଂଘ ଏହାକୁ ବିରୋଧ କରିଥିଲେ। ଏପରିକି ପରିବହନ କାମ ଉଦ୍‌ଘାଟନ କରିବାକୁ ଆସିଥିବା ମନ୍ତ୍ରୀ, ବିଧାୟକ ଅଧାରୁ ଫେରି ଯାଇଥିଲେ। ଏହା ବିରୋଧରେ ଗତ ୨ ତାରିଖରେ ୪-ଟି ସଂଘ ଏଡିଏମ୍‌ ଅଫିସ୍‌ ଆଗରେ ଧାରଣା ଦେଇଥିଲେ। ସେହି ଆଧାରରେ ଗୁରୁବାର ଆଲୋଚନା ପାଇଁ ଦିନ ସ୍ଥିର କରାଯାଇଥିଲା। ଆଲୋଚନାରେ ଜେସିସି ଦର୍ଶାଇଥିଲା ଯେ, ୨୦୧୨ରେ ସେମାନେ ଜିପସମ୍‌ ପରିବହନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେତେବେଳେ ହାଇକୋର୍ଟ ତାଙ୍କ ଜିପସମ୍‌ ପରିବହନର ୩୦ ପ୍ରତିଶତ ଟ୍ରକ ସଂଘକୁ ଦେବେ ବୋଲି ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ମୁତାବକ, ସେହି ୩୦ ପ୍ରତିଶତକୁ କିଏ ପରିବହନ କରିବ ତାହା ସ୍ପଷ୍ଟ କରନ୍ତୁ ବୋଲି ଯୁକ୍ତି ବାଢ଼ିଥିଲେ। ତେଣୁ ଆଗାମୀ ବୈଠକରେ ହାଇକୋର୍ଟଙ୍କ ନିଷ୍ପତ୍ତି ସମ୍ପର୍କରେ ତର୍ଜମା କରାଯିବ। ସେତେବେଳେ ବୈଠକରେ ସଂଘ ବ୍ୟତୀତ ପିପିଏଲ୍‌, ଟ୍ରାନ୍ସପୋର୍ଟ ସଂସ୍ଥା ପ୍ରମୁଖ ଉପସ୍ଥିତ ରହିବେ ବୋଲି ଏଡିଏମ୍‌ ଧୀର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri