ପାରାଦୀପରେ ହ୍ରାସ ପାଉଛି ଜନସଂଖ୍ୟା

ପାରାଦୀପ,୧୧ା୭(ସ୍ବ.ପ୍ର.): ବିଶ୍ୱର କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ନେଇ ଏବେ ସବୁ ଦେଶରେ ଉଦ୍‌ବେଗ ପ୍ରକାଶ ପାଉଛି। ଏପରି କି ଜନସଂଖ୍ୟା ନିୟନ୍ତ୍ରଣ ପାଇଁ କେତେକ ଦେଶରେ କଡ଼ାକଡି ଆଇନ ପାଳନ କରାଯାଉଛି। ଆମ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସରକାରୀସ୍ତରରେ ସଚେତନତା ସୃଷ୍ଟି କରାଯାଉଛି। ତେବେ ଉଲ୍ଲେଖନୀୟ କଥା ହେଲା ଆମ ଦେଶର ପ୍ରତ୍ୟେକ ଅଞ୍ଚଳରେ ଜନସଂଖ୍ୟା ବଢୁଥିବାବେଳେ ପାରାଦୀପରେ ତାହାର ବ୍ୟତିକ୍ରମ ଦେଖାଯାଉଛି। ଅର୍ଥାତ୍‌ ପାରାଦୀପରେ ୨୦୦୧ରୁ କ୍ରମାଗତ ଭାବେ ଜନସଂଖ୍ୟା ହ୍ରାସ ପାଉଛି। ୨୦୦୧ ସରକାରୀ ଜନଗଣନା ଅନୁସାରେ ପାରାଦୀପ ପୌରାଞ୍ଚଳର ଜନସଂଖ୍ୟା ଥିଲା ୭୩,୬୨୫। କିନ୍ତୁ ୨୦୧୧ ଜନଗଣନା ବେଳେ ଏହି ସଂଖ୍ୟା ହ୍ରାସ ପାଇ ୬୮,୩୧୦ରେ ପହଞ୍ଚତ୍ଥିଲା। ସେଥିରେ ପୁରୁଷ ୩୭,୧୪୬ ଓ ମହିଳା ୩୧୧୬୪ ଥିଲେ। ଅର୍ଥାତ୍‌ ୧୦ ବର୍ଷରେ ୫୩୧୫ ହ୍ରାସ ପାଇଥିଲା। ଏବେ ପୁଣି ୨୦୨୧ ଜନଗଣନା ପାଇଁ ସରକାରୀ ଭାବେ ପ୍ରସ୍ତୁତି ଆରମ୍ଭ ହେଲାଣି। ଏଥିରେ ଆଉ କିଛି ଜନସଂଖ୍ୟା କମିବାର ସମ୍ଭାବନା ଥିବା କୁହାଯାଉଛି। ଏହାର ମୁଖ୍ୟ କାରଣ ହେଉଛି ଘରୋଇକରଣ ଓ ଯାନ୍ତ୍ରିକୀକରଣ। ୨୦୦୧ରେ ପାରାଦୀପ ବନ୍ଦର କର୍ମଚାରୀ ସଂଖ୍ୟା ୭୫୦୦ ଓ ଶ୍ରମିକଙ୍କ ସଂଖ୍ୟା ୧୦ହଜାରରୁ ଊର୍ଦ୍ଧ୍ୱ ଥିଲା। ସମୟ କ୍ରମେ ଏହି ସଂଖ୍ୟା କମିବାରେ ଲାଗିଲା। ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ବନ୍ଦର କର୍ମଚାରୀଙ୍କ ସଂଖ୍ୟା ୭୦୦ ମଧ୍ୟରେ ରହିଛି। ସେହିପରି ଶତାଧିକ ଶ୍ରମିକଙ୍କ କାମ ଏବେ ମାତ୍ର ଗୋଟିଏ ମେଶିନ କରୁଛି। ନୂତନ ନିଯୁକ୍ତି ମଧ୍ୟ ନାହିଁ କହିଲେ ଚଳେ। ପାରାଦୀପରେ ଅନେକ ସଂସ୍ଥା ବନ୍ଦ ହୋଇଗଲାଣି। ଶିଳ୍ପ ସଂସ୍ଥାରେ ଯେଉଁମାନେ କାମ କରୁଛନ୍ତି, ସେମାନେ ଠିକା ଶ୍ରମିକ। ଠିକା ସଂସ୍ଥାର କାମ ସରିଲେ ଶ୍ରମିକଙ୍କ ଚାକିରି ଶେଷ। ଏଥିପାଇଁ ଇନ୍ଦିରା ପାର୍କ, ଘନଗଳିଆ, ସାନପଡ଼ିଆ, ପତ୍ରିକା ମହଲ, ନେହେରୁ ବଙ୍ଗଳା ସିଆଇଏସ୍‌ଏଫ୍‌ କମ୍ପ୍ଲେକ୍ସ, ୟୁଗୋସ୍ଲୋଭାକିଆ କଲୋନୀ ପାରାଦୀପ ମାନଚିତ୍ରରୁ ଲିଭିଗଲାଣି। ଏବେ ସେଠାରେ ମେଶିନ ଓ ପଣ୍ୟ ସାମଗ୍ରୀ ଦେଖିବାକୁ ମିଳୁଛି। ଜନସଂଖ୍ୟା ହ୍ରାସ ପାଇବା ଦ୍ୱାରା ପୌର ପାଳିକା ପ୍ରତି ବିପଦ ସୃଷ୍ଟି ହୋଇଛି। ୫୦ହଜାରରୁ ଅଧିକ ଜନସଂଖ୍ୟା ଥିଲେ ପୌର ପାଳିକା ଓ କମ୍‌ ଥିଲେ ବିଜ୍ଞାପିତ ଅଞ୍ଚଳ ହେବ ବୋଲି ନିୟମ ରହିଛି। ୨୦୨୧ ଜନଗଣନାରେ ଯଦି ଜନସଂଖ୍ୟା ହ୍ରାସ ପାଏ, ତେବେ ପାରାଦୀପ ପୁଣି ବିଜ୍ଞାପିତ ଅଞ୍ଚଳ(ଏନ୍‌ଏସି) ହୋଇପାରେ। ୧୯୭୯ରେ ପାରାଦୀପକୁ ଏନଏସି ମାନ୍ୟତା ମିଳିଥିଲା। ୨୦୦୨ରେ ପୌର ପାଳିକା ମାନ୍ୟତା ମିଳିଲା। ୨ବର୍ଷ ହେଲା ପୌର ପାଳିକାକୁ ବିସ୍ତାର କରିବାକୁ ଉଦ୍ୟମ ଚାଲିଛି। ଇଫ୍‌କୋ, ତୈଳ ବିଶୋଧନାଗାର, ମୂଷାଡିଆ, ବିଜୟଚନ୍ଦ୍ରପୁର, ଉଦୟ ବିହାର, ଗଡ଼ ପଞ୍ଚାୟତ ଅଞ୍ଚଳକୁ ସାମିଲ କରାଯିବ ବୋଲି ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ କହୁଛନ୍ତି। ଏହା ହେଲେ ଜନସଂଖ୍ୟା ବଢିଯିବ। ନଚେତ ମ୍ୟୁନିସିପାଲିଟିରୁ ଏନ୍‌ଏସି ହେବାକୁ ଏଡାଇ ଦିଆଯାଇ ନ ପାରେ। ଏ ସମ୍ପର୍କରେ ନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତି କହିଛନ୍ତି ଯେ, ବନ୍ଦରାଞ୍ଚଳ ସୀମା ଭିତରେ ପୌର ପରିଷଦର ସୀମା। ବନ୍ଦର କର୍ମଚାରୀ ହ୍ରାସ ପାଇବାରୁ ସେମାନେ ଗଁାକୁ ପଳାଉଛନ୍ତି। ତେଣୁ ଜନସଂଖ୍ୟା ହ୍ରାସ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ପୂବରୁ ଆଖିବୁଜିଲେ ଖଳନାୟକ, ଛାତିରେ ହେଲା ଯନ୍ତ୍ରଣା…

ନୂଆପଡ଼ା/ଜଗତସିଂହପୁର,୨୬।୧୨(ମକାରୁ ବେମାଲ ): ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ଆକସ୍ମିକ ଦେହାନ୍ତ ହୋଇଛି। ଅଭିନୟ କରିବାକୁ ନୂଆପଡ଼ା ଯାଇଥିବା ବେଳେ ହଠାତ୍‌ ଛାତିରେ ଯନ୍ତ୍ରଣା ହୋଇଥିଲା।...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ବିଳମ୍ବ କଲେ ଏମ୍‌ପି, ଚାଲିଗଲେ ବିଧାୟକ

ଜଗତ୍‌ସିଂହପୁର, ୨୪ା୧୨ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାର ଉଦ୍‌ଘାଟନୀ ଉତ୍ସବରେ ସୋମବାର ବିଶୃଙ୍ଖଳା ଦେଖାଦେଇଛି। କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ...

ଶ୍ମଶାନରେ ଗୁଣିଆଙ୍କ ତନ୍ତ୍ର ସାଧନା: ପ୍ରେମିକାଙ୍କ ନାଁରେ ଭୁବନେଶ୍ୱରରେ ଯୁବକ କିଣିଥିଲେ ପ୍ଲଟ ଓ ଆଉ ଗାଡ଼ି, ଧରାଛୁଆଁ ନ ଦେବାରୁ…

ବାଲିକୁଦା,୨୨।୧୨(ତାପସ ସ୍ବାଇଁ): ବାଲିକୁଦା ବ୍ଲକ ମରିଚପୁର ଗ୍ରାମ୍ୟ ଶ୍ମଶାନରେ ଶନିବାର ବିଳମ୍ବିତ ରାତିରେ କୌଣସି ଗୁଣିଆ ତନ୍ତ୍ର ସାଧନା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।...

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...

ମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର

ଜଗତସିଂହପୁର,୧।୧୨: ଶିଳ୍ପ ମନ୍ତ୍ରୀଙ୍କ ଏସ୍କର୍ଟ ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର ହୋଇଛନ୍ତି। କଟକ-ପାରାଦୀପ ରାସ୍ତାର ତାରପୁର ଛକରେ ଏହି ଦୁର୍ଘଟଣା ହୋଇଛି। ବୃଦ୍ଧ ଜଣଙ୍କ ରାସ୍ତା...

ବାଂଲାଦେଶୀ ଲିଙ୍କ: ସିକନ୍ଦର ଆଲାମଙ୍କ ସହ ଭାଇ ଅବ୍‌ଦୁଲ ଗିରଫ, ପୁଅ ଅଟକ

ଜଗତସିଂହପୁର,୨୨।୧୧: ବାଂଲାଦେଶୀ ଲିଙ୍କରେ ସିକନ୍ଦର ଆଲାମ ଗିରଫ। ତାଙ୍କୁ ଯାଜପୁରରରୁ ଜଗତସିଂହପୁର ପୋଲିସ ଗିରଫ କରିଛି। ସିକନ୍ଦର ଠାରୁ ପାସ୍ପୋର୍ଟ ଓ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri