ପାରାଦୀପରେ ମତ୍ସ୍ୟଜୀବୀଙ୍କ ମହା ସମାବେଶ, ସମସ୍ୟା ସମାଧାନ ପାଇଁ ଗଠନ ହେବ କମିଟି

ପାରାଦୀପ,୧୯ା୧(ସ୍ବ.ପ୍ର.): ପାରାଦୀପ ମାଛଧରା ବନ୍ଦର ପରିସରରେ ଶନିବାର ମତ୍ସ୍ୟଜୀବୀଙ୍କ ଏକ ମହା ସମାବେଶ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟଅତିଥିଭାବେ କୃଷି, ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗଦେଇ କହିଥିଲେ, ମତ୍ସ୍ୟଜୀବୀଙ୍କ ସମସ୍ୟା ସମ୍ପର୍କରେ ମୁଁ ପୂର୍ବରୁ ଅବଗତ ଅଛି। ବିଭାଗୀୟ ମନ୍ତ୍ରୀ ହିସାବରେ ଏଠାକୁ ଆସିଛି। ଆଗକୁ ମତ୍ସ୍ୟଜୀବୀଙ୍କ ସମସ୍ୟା ସମାଧାନ ପାଇଁ ଜିଲାର ଏମ୍‌ପି, ବିଧାୟକ ଓ ମନ୍ତ୍ରୀଙ୍କୁ ନେଇ ଏକ କମିଟି ଗଠନ କରାଯିବ। ଏହି କମିଟି ମାଧ୍ୟମରେ ମତ୍ସ୍ୟଜୀବୀଙ୍କ ସମସ୍ୟାର ସମାଧାନ କରାଯିବ। କମିଟି ଗଠନ ପରେ ଆମେ ବୈଷୟିକ ଅଧିକାରୀଙ୍କୁ ନେଇ ଆସନ୍ତା ଫେବୃୟାରୀରେ ପୁଣି ଥରେ ଆସିବୁ। ରାଜ୍ୟର ୧୦ରୁ ୧୨ ଲକ୍ଷ୍ୟ ମତ୍ସ୍ୟଜୀବୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ସେହି ମଧ୍ୟରେ ପାରାଦୀପ ସମସ୍ୟାକୁ ସହୃଦୟତାର ସହ ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥିଭାବେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଏମ୍‌ପି ରାଜଶ୍ରୀ ମଲିକ, ବିଧାୟକ ସମ୍ବିତ ରାଉତରାୟ, ଅଖିଳ ଓଡ଼ିଶା ମତ୍ସ୍ୟ ଉତ୍ପାଦକ ମହାସଂଘ ସଭାପତି କାମେଶ୍ୱର ନାରାୟଣ ପ୍ରହରାଜ ପ୍ରମୁଖ ଯୋଗ ଦେଇଥିଲେ। ଓମ୍ଫା ସଭାପତି ସୁମନ୍ତ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମାଛଧରା ବନ୍ଦରର ବହୁବିଧ ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କୁ ଏକାଧିକ ସଂଗଠନ ପକ୍ଷରୁ ଅବଗତ କରାଯାଇଥିଲା। ଓଡ଼ିଶା ପାରମ୍ପରିକ ମତ୍ସ୍ୟ ୟୁନିୟନ ସଭାପତି ପ୍ରସନ୍ନ ବେହେରା ମତ୍ସ୍ୟଜୀବୀଙ୍କ ସମସ୍ୟା, ଟ୍ରଲର ଶିଳ୍ପରେ ବ୍ୟବହାର ହେଉଥିବା ଇଞ୍ଜିନ କ୍ଷମତାକୁ ଅପବ୍ୟବହାର କରାଯାଉଥିବା ପ୍ରସଙ୍ଗ, ସମୁଦ୍ରରେ ମୃତ୍ୟୁବରଣ କରୁଥିବା ମତ୍ସ୍ୟଜୀବୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ୪ଲକ୍ଷ ଟଙ୍କା ନ ମିଳିବା, ଓଡ଼ିଶାରୁ ଉତ୍ପାଦିତ ୭.୫୦ ମେଟ୍ରିକ ଟନ୍‌ ମାଛ ପାଇଁ ନିଜସ୍ବ ସୁପର ବଜାର ହଳଦିଆଠାରେ କରିବା, ହାଇଜେନିକ୍‌ମୁକ୍ତ ଶୁଖୁଆ ତିଆରି କରିବା, ସାମୁଦ୍ରିକ ମତ୍ସ୍ୟ କଟକଣା ସମୟରେ ସମସ୍ତ ମତ୍ସ୍ୟଜୀବୀଙ୍କୁ ସରକାରୀ ସହାୟତା, ଡିଜେଲ ମୂଲ୍ୟରେ ସବ୍‌ସିଡ୍‌, ନୋଳିଆ ମତ୍ସ୍ୟଜୀବୀଙ୍କ ପାଇଁ ସ୍ବତନ୍ତ୍ର ବର୍ଥ, ଜଳାଶୟ, ଫନୀ ବାତ୍ୟା କ୍ଷତିଗସ୍ତ ହୋଇଥିବା ମହାନଦୀ ଅତଡ଼ାକୁ ମରାମତି କରିବା ପ୍ରସଙ୍ଗ ଉଠାଇଥିଲେ। ସମାନ ପ୍ରସଙ୍ଗରେ ବିଧାୟକ ରାଉତରାୟ ଓ ଏମ୍‌ପି ମଲିକ ମନ୍ତ୍ରୀ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମନ୍ତ୍ରୀ ବେହେରା କହିଥିଲେ, ସବୁକିଛି ସରକାରଙ୍କ ଉପରେ ଛାଡ଼ିଲେ ଚଳିବ ନାହିଁ। କିଛି କାମ ମତ୍ସ୍ୟ କମ୍ୟୁନିଟି କରିବାକୁ ପଡ଼ିବ। ଏହି ଅବସରରେ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ (ଓମ୍ଫା)ର ପ୍ରାକ୍ତନ ସଭାପତି ସ୍ବର୍ଗତ ତରୁଣ ପଟ୍ଟନାୟକଙ୍କ ଅର୍ଦ୍ଧ ଅବୟବ ପ୍ରତିମୂର୍ତ୍ତି ଅନାବରଣ କରାଯାଇଥିଲା। ଶେଷରେ ସଂଘ ସମ୍ପାଦକ ସୁବାସ ରାଉତ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri