ପାନ୍‌ଡେମିକ୍‌ କ’ଣ ଓ କେବେ ହୋଇଥିଲା

ବର୍ତ୍ତମାନ କରୋନା ଭାଇରସ୍‌ ‘ପାନ୍‌ଡେମିକ’ ସମଗ୍ର ପୃଥିବୀର ଛାତି ଥରାଇ ଦେଇଛି ା ଚାଇନାର ଉହାନ ସହରରୁ ଡିସେମ୍ବର ୨୦୧୯ରେ ଆରମ୍ଭ ହୋଇ ବିଶ୍ୱର ସମସ୍ତ ଦେଶକୁ ବ୍ୟାପିଗଲାଣି ା ଏହା ଏକ ନୂତନ ଭାଇରସ୍‌ ା ବୈଜ୍ଞାନିକମାନେ ନାମ ଦେଇଛନ୍ତି କୋଭିଡ୍‌-୧୯ ା ମାନବଜାତିର ଇତିହାସରେ ବହୁ ପାନ୍‌ଡେମିକ୍‌ ଘଟିଯାଇଛି ା ବହୁ ଜନସାଧାରଣ ମୃତ୍ୟୁବରଣ କରିଛନ୍ତି ା
ତଥାପି ମନୁଷ୍ୟ ତିଷ୍ଠି ରହି ଉତ୍ତରୋତ୍ତର ଉନ୍ନତି କରି ଅତ୍ୟାଧୁନିକ ଇଣ୍ଟରନେଟ ଯୁଗରେ ପ୍ରବେଶ କରିଛି ା
ପାନ୍‌ଡେମିକ୍‌ ଶବ୍ଦଟି ଗ୍ରୀକ୍‌ରୁ ଆସିଛି ା ପାନ୍‌ ଓ ଡିମୋସ୍‌, ଯାହା ବିସ୍ତୃତ ଭୌଗୋଳିକ ଅଞ୍ଚଳ, ମହାଦେଶ ବା ସମଗ୍ର ପୃଥିବୀକୁ ବ୍ୟାପିଯାଏ ା ବସନ୍ତ, ଟ୍ୟୁବରକ୍ୟୁଲୋସିସ୍‌, ବ୍ଲାକଡେଥ, ଏଚଆଇଭି, ୧୯୧୮ରେ ଇନ୍‌ଫ୍ଲୁଏନ୍‌ଜା ଓ ୨୦୦୯ରେ ସ୍ବାଇନ ଫ୍ଲୁ ଆଦିର ପାନ୍‌ଡେମିକ ଦେଖାଦେଇଥିଲା ା ଜନସମାଜ ଆତଙ୍କିତ ଅବସ୍ଥାରେ ମୃତ୍ୟୁର ଶିକାର ହୋଇଥିଲେ। ଏଥେନ୍ସରେ ଖ୍ରୀଷ୍ଟପୂର୍ବ ୪୩୦ରୁ ୪୨୬ ମଧ୍ୟରେ ପ୍ଲେଗ, ପାନ୍‌ଡେମିକ୍‌ ଆକାରରେ ଦେଖାଦେଇଥିଲା। ଏହାର କାରଣ ଜଣାଯାଇ ନ ଥିଲା ା ଆଣ୍ଟୋନି ପ୍ଲେଗ ଖ୍ରୀଷ୍ଟାବ୍ଦ ୧୬୫ରୁ ୧୮୦ ମଧ୍ୟରେ ଘଟିଥିଲା ା ତା’ପରେ ସାଇପ୍ରସ୍‌ ଓ ରୋମରେ ପ୍ଲେଗ ହୋଇଥିଲା। ବ୍ୟୁବୋନିକ୍‌ ପ୍ଲେଗ ବହୁବର୍ଷ ଧରି ଖ୍ରୀଷ୍ଟାବ୍ଦ ୫୪୧ରୁ ୭୫୦ ପର୍ଯ୍ୟନ୍ତ ଲାଗି ରହିଥିଲା। ଇଜିପ୍ଟରୁ ଆରମ୍ଭ ହୋଇ କନଷ୍ଟାନଟିନୋପଲ ଦେଇ ଦିନକୁ ୧୦ ହଜାର ବ୍ୟକ୍ତିଙ୍କର ଜୀବନ ନେଇ ପ୍ରାୟ ସମଗ୍ର ପୃଥିବୀରେ ବ୍ୟାପ୍ତ ହୋଇଥିଲା। ଏହାଦ୍ୱାରା ଇଉରୋପର ଜନସଂଖ୍ୟା ଅଧାକୁ ହ୍ରାସ ପାଇଥିଲା। ଖ୍ରୀଷ୍ଟାବ୍ଦ ୧୩୩୧ରୁ ୧୩୫୩ ମଧ୍ୟରେ ‘ବ୍ଲାକଡେଥ’ ମହାମାରୀ ସଙ୍ଗଠିତ ହୋଇଥିଲା। ୭.୫ କୋଟି ଲୋକ ପୃଥିବୀରେ ପ୍ରାଣତ୍ୟାଗ କଲେ ା ଏହା ମଧ୍ୟ ଏକ ବ୍ୟୁବୋନିକ ପ୍ଲେଗ ଥିଲା ା କୃଷ୍ଣସାଗରରୁ ଆସିଥିବା ୧୨ଟି ଜାହାଜରେ କଳାମୂଷାଙ୍କ ଦ୍ୱାରା ବାହିତ ହୋଇ ପ୍ରଥମେ ଇଟାଲୀର ସିସିଲି ଦ୍ୱୀପରେ ଆରମ୍ଭ ହୋଇଥିଲା ା ତା’ପରେ ଏହା ଇଉରୋପରେ ବ୍ୟାପି ଯାଇଥିଲା ା ଗ୍ରେଟ ପ୍ଲେଗ ଅଫ ଲଣ୍ଡନ ୧୬୬୫ ହୋଇ ଏକ ଲକ୍ଷ ଲୋକଙ୍କର ଜୀବନ ନେଇଥିଲା। ଚାଇନାରେ ୧୮୫୫ରେ ଏକ ପ୍ଲେଗ ଏପିଡେମିକ ହୋଇ ଭାରତକୁ ମଧ୍ୟ ବ୍ୟାପି ୧୦ ମିଲିୟନ ଲୋକଙ୍କର ମୃତ୍ୟୁର କାରଣ ହୋଇଥିଲା। ସେଠାରୁ ଏହା ବ୍ୟାପି ସାନଫ୍ରାନ୍ସିକୋ ପ୍ଲେଗରେ ୧୯୦୦ ମସିହାରେ ଆମେରିକାର ସର୍ବପ୍ରଥମ ପ୍ଲେଗ ନାମଧାରଣ କରିଥିଲା। ସ୍ପାନିଶ ‘ଫ୍ଲୁ’ ୧୯୧୮ରୁ ୧୯୨୦ ମଧ୍ୟରେ ପାସିଫିକ ଦ୍ୱୀପପୁଞ୍ଜ ଉତ୍ତରମେରୁ ଅଞ୍ଚଳରେ ୫୦ରୁ ୧୦୦ ମିଲିଅନ ଯୁବକ ଯୁବତୀଙ୍କର ମୃତ୍ୟୁର କାରଣ ସାଜିଥିଲା। ଯଦିଓ ଫ୍ଲୁ କମ୍‌ ବୟସର ମାନବକୁ ଆକ୍ରାନ୍ତ କରିଥାଏ ତେବେ ବସନ୍ତ ରୋଗ ଅଷ୍ଟ୍ରେଲିଆ, ନିଉଜିଲାଣ୍ଡରେ ସେଠାକାର ଆଦିମ ଅଧିବାସୀଙ୍କୁ ଅର୍ଦ୍ଧାଧିକ ମାରି ଦେଇଥିଲା। ହାଓ୍ବାଇ, ଫିଜି ଆଦି ରାଷ୍ଟ୍ରରେ ମିଳିମିଳା, ହୁପିଙ୍ଗ କଫ୍‌, ଫ୍ଲୁରେ ଲକ୍ଷ ଲକ୍ଷ ଶିଶୁ ଓ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ ା ଆଣ୍ଡାମାନରେ ମଧ୍ୟ ଏହି ଶତାବ୍ଦୀରେ ମିଳିମିଳା ରୋଗ ତାଣ୍ଡବ ରଚିଅଛି ା
କଲେରା ରୋଗ ମଧ୍ୟ ବହୁଥର ପାନ୍‌ଡେମିକ ରଚନା କରିଛି ା ୧୮୨୦ ମସିହାରେ ବଙ୍ଗ ରାଜ୍ୟରୁ କଲେରା, ବ୍ରିଟିଶ ସୈନ୍ୟ ଓ ସାଧାରଣ ଲୋକଙ୍କୁ ଆକ୍ରାନ୍ତ କରି ହଜାର ହଜାର ଲୋକଙ୍କର ଜୀବନ ନେଇଥିଲା। ଚାଇନା, ଇଣ୍ଡୋନେସିଆକୁ ବ୍ୟାପିଥିଲା ା
ଏକା ଜାଭାରେ ଏକ ଲକ୍ଷ ଲୋକ ପ୍ରାଣତ୍ୟାଗ କରିଥିଲେ ା ତା’ପରେ ରୁଷିଆକୁ ବ୍ୟାପି ଥିଲା ା କଲେରା ଭ୍ୟାକ୍‌ସିନ ୧୮୮୫ ମସିହାରେ ପ୍ରସ୍ତୁତ ହୋଇଥିଲା। ଲେପ୍ରୋସି ବା କୁଷ୍ଠରୋଗ ପାନ୍‌ଡେମିକ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ା ଏହା ଏକାଦଶ ଶତାବ୍ଦୀରେ ଇଉରୋପରେ ଘଟିଥିଲାା ଏହା ଫଳରେ ଲେପ୍ରୋସି ହସ୍ପଟାଲ ଓ ଲେପ୍ରୋସି ହୋମ୍‌ ନିର୍ମିତ ହୋଇଥିଲା ା
ଭାରତରେ ମଧ୍ୟ କୁଷ୍ଠ ଡାକ୍ତରଖାନା ହେଲା ା ବହୁ ଏଚଆଇଭି/ଏଡ୍‌ସ- ଏହା ୧୯୮୧ରେ ଆବିଷ୍କୃତ ହେବା ପରେ ସାରା ପୃଥିବୀରେ ବ୍ୟାପି ଯାଇଛି ା ଅବଶ୍ୟ ଔଷଧ ସେବନ ଦ୍ୱାରା ଏହା ଆୟତ୍ତାଧୀନ ହୋଇଛି ା ‘ସାରସ’ ୨୦୦୨ରେ ଚାଇନାରେ କରୋନା ଭାଇରସ ଦ୍ୱାରା ସୃଷ୍ଟି ହୋଇ ୨୬ଟି ଦେଶରେ ୭୭୪ଟି ମୃତ୍ୟୁ ଘଟାଇଥିଲା ା ଏଚ୍‌୧ଏନ୍‌୧ (ସ୍ବାଇନ ଫ୍ଲୁ ୨୦୦୯)ରେ ପାନ୍‌ଡେମିକ ହୋଇ ମେକ୍ସିକୋଠାରେ ଆରମ୍ଭ ହୋଇ ୨୦୦ରୁ ଊର୍ଦ୍ଧ୍ୱ ଦେଶକୁ ବ୍ୟାପିଥିଲା। ୩ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଇବୋଲା ଭାଇରସ ଓ ଜିକା ଭାଇରସ ଦ୍ୱୟ ପଶ୍ଚିମ ଆଫ୍ରିକାରେ ଏପିଡେମିକ ସୃଷ୍ଟି କରିଥିଲେ, ମାତ୍ର ପାନ୍‌ଡେମିକ ନୁହେଁ ା
ନିକଟରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କରୋନା ଭାଇରସ ରୋଗକୁ ପାନ୍‌ଡେମିକ ଭାବେ ଘୋଷିତ କରିଛନ୍ତି ା ଏହି ରୋଗକୁ କୋଭିଡ୍‌-୧୯ ନାମ ଦିଆଯାଇଛି ା ଶୁଣାଯାଉଛି ଉହାନରେ ଏବେ ମାତ୍ର ଜଣେ ବ୍ୟକ୍ତି ପଜିଟିଭ ବାହାରିଛି ା ସେଠାରୁ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଅନ୍ୟତ୍ର ନିଆଯାଉଛି ା ଏହି ରୋଗ ପାଇଁ କୌଣସି ଔଷଧ ନ ଥିବାରୁ ପରିଷ୍କାର କରି ହାତ ଧୋଇବା, ଗୋଟିଏ ସ୍ଥାନରେ ଅଧିକ ଲୋକ ଏକତ୍ରିତ ନ ହେବା, ମାସ୍କ ବ୍ୟବହାର କରିବା, ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ ଡାକ୍ତରଙ୍କ ପରାମର୍ଶ ନେବାକୁ ଉପଦେଶ ଦିଆଯାଇଛି ା
ଆମେରିକାର ସିଆଟଲଠାରେ କରୋନା ପ୍ରତିଷେଧକ ଟିକା ପ୍ରସ୍ତୁତି ହୋଇଥିବାର ଖବର ମିଳୁଛି।

ଡା. ସୁରେନ୍ଦ୍ରନାଥ ପତି
email: surendranath.pati@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri