ପାଦ ଚାଲିଲା ଦେଢ଼ଶହ କିମି

ଭୁବନ, ୧।୪(ଡି.ଏନ.ଏ.) – କରୋନା ପାଇଁ ଲକ୍‌ଡାଉନ୍‌ରେ ସାରା ଦେଶ। ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ଗରିବ ଖଟିଖିଆ ଏବଂ ଦିନ ମଜୁରିଆ। ହାତରେ କାମ ନାହିଁ। ପାଖରେ ପଇସା ନାହିଁ। ସକାଳ ହେଲେ ଘାରୁଛି ଖାଇବା ଚିନ୍ତା। ଯାନବାହନ ଚଳଚଳ ବନ୍ଦ ହୋଇଯାଇଥିବାରୁ ଘରକୁ ଫେରିବା ବାଟ ବି ବନ୍ଦ। ବିକଳ୍ପ ନ ଥିବାରୁ ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମଜୀବୀମାନେ ଏବେ ପାଦରେ ଚାଲି ଚାଲି ଘରକୁ ବାହୁଡ଼ିବା ଆରମ୍ଭ କରିଛନ୍ତି। ବାଲେଶ୍ୱର ଇଟାଭାଟିରେ କାମ କରୁଥିବା ଜଣେ ଶ୍ରମିକ କଟକସ୍ଥିତ ନିଜ ଘରକୁ ଆସିବାକୁ ଦୀର୍ଘ ୧୫୦ କିମି ଚାଲିବା ଏବଂ ଶେଷରେ ଭୁବନରୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର ହେବା ଲକ୍‌ଡାଉନ୍‌ ସମୟର ଦୁଃଖଦ ଚିତ୍ରକୁ ପଦାକୁ ଆଣିଛି। ଉଦ୍ଧାର ହୋଇଥିବା ଶ୍ରମିକ ଜଣକ ହେଲେ କଟକ ଲିଙ୍କ୍‌ ରୋଡ୍‌ରେ ରହୁଥିବା ହୃଷୀକେଶ ସାହୁଙ୍କ ପୁଅ ବାପି (୨୨)। ତାଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଚେତା ଫେରିବା ପରେ ବାପି କହିଛନ୍ତି ଯେ, ସେ ବାଲେଶ୍ୱରରେ ରହି ଏକ ଇଟାଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଲକ୍‌ଡାଉନ ଘୋଷଣା ହେବା ପରେ କାମ ବନ୍ଦ ହୋଇଯାଇଥିଲା। ଏହାପରେ ୪ଦିନ ହେଲା ସେ ଚାଲି ଚାଲି ଘରକୁ ଫେରୁଥିଲେ। ସେ ଯାଜପୁର ଜିଲା ପାଣିକୋଇଲି ଦେଇ କଟକ ଯିବାର ଥିଲା। ସୋମବାର ସେ ପାଣିକୋଇଲିରେ ପହଞ୍ଚତ୍ଥିଲେ। ତେବେ ଖାଦ୍ୟପାନୀୟ ଅଭାବରୁ ତାଙ୍କର ଭ୍ରମ ସୃଷ୍ଟି ହୋଇଥିଲା। ସେ ଭୁଲ ବାଟରେ ଯାଜପୁର-ଢେଙ୍କାନାଳ ସୀମାନ୍ତ ଅଞ୍ଚଳକୁ ଚାଲି ଆସିଥିଲେ। ସୁକିନ୍ଦା ଥାନା ମଙ୍ଗଳପୁରରେ ପହଞ୍ଚତ୍ବା ପରେ କେତେଜଣ ଲୋକ ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ। ଖାଇବା ପିଇବାକୁ ଦେଇଥିଲେ। ଏହାପରେ କଟକ ଯିବାକୁ ରାସ୍ତା ବତାଇଥିଲେ। ୫୩ନଂ. ଜାତୀୟ ରାଜପଥ ଭୁବନ-କାମାକ୍ଷାନଗର ରାସ୍ତାରେ ଆସୁଥିବାବେଳେ ମଧ୍ୟାହ୍ନ ବେଳକୁ ସେ ଏନ୍‌ଏସି କାର୍ଯ୍ୟାଳୟ ନିକଟରେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ରାସ୍ତା ଫାଙ୍କା ଥିବାରୁ ଏହି ଘଟଣା କାହାରି ନଜରକୁ ଆସି ନ ଥିଲା। ସନ୍ଧ୍ୟାରେ କେତେଜଣ ଆମ୍ବୁଲାନ୍ସ କର୍ମଚାରୀ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ। ଅଚେତ ଅବସ୍ଥାରେ ପଡ଼ିଥିବାବେଳେ ତାଙ୍କ ଫୋନ୍‌ କେହି ନେଇଯାଇଛନ୍ତି। ଘରକୁ ଯୋଗାଯୋଗ ହୋଇପାରୁ ନ ଥିବା ବାପି କହିଛନ୍ତି। ଅନ୍ୟପଟେ ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି।
ଏ ନେଇ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ କୁହନ୍ତି, ଏନ୍‌ଏସି ପକ୍ଷରୁ ଉଦ୍ଧାର ଶ୍ରମିକଙ୍କ ଖାଇବା, ରହିବା ବ୍ୟବସ୍ଥା କରାଯାଇଛି। ସମ୍ପୃକ୍ତ ଶ୍ରମିକ ଜଣକ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବାପରେ ଆଶ୍ରୟସ୍ଥଳୀରେ ରହିପାରିବେ। ଆବଶ୍ୟକ ପଡ଼ିଲେ ତାଙ୍କୁ ଘରକୁ ପଠାଯିବା ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri