ପାଠ୍‌ ପଢ଼ାରୁ ବଁଚିତ୍‌ ନିରିହ ଆଦିବାସୀ ଛାତ୍ରୀ:ଗାଁକେ ଯାଇ ଟି.ସି. ଦେଲେ ପ୍ରଧାନ ଶିକ୍ଷକ

କଣ୍ଟାମାଳ, ୭ା୮(ଡି.ଏନ୍‌.ଏ): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଅଇଁଳାଚୁଅଁା ଆଦର୍ଶ ବିଦ୍ୟାଲୟର ଅଶୋଭନୀୟ ନୀତିର ଶିକାର ହେଇଛନ୍‌ ଝନେ ନିରିହ ଆଦିବାସୀ ଛାତ୍ରୀ। ବିଦ୍ୟାଲୟରୁ ୧୨ କି.ମି. ଗଁାକେ ଯାଇ ପ୍ରଧାନଶିକ୍ଷକ ଛାତ୍ରୀକଁର ବାପାକେ ଟି.ସି ଦେଇଛନ୍‌। ଏନ୍‌ତାଥି ଛାତ୍ରୀ ଝନ୍‌କର ପାଠ୍‌ପଢ଼ାରେ ଗଁଠି ପଡ଼ିଛେ।
ସୂଚନା ଅନ୍‌ସାରେ କଣ୍ଟାମାଳ ବ୍ଲକ ବଡ଼ ଝାରମୁଣ୍ଡା ଗଁାର ଉପେନ୍ଦ୍ର ନାଏକ। ପରିବାର କହେଲେ ମାଏକିନା, ୪ ଝି’ ଆର ଗୁଟେ ପୁଓକେ ନେଇ ତାକର ସଁସାର। ପରିବାରଟା ଆଦିବାସୀ ସମାଜର ହେଇଥିଲାବେଲେ ଦୁଖ୍‌ସୁଖ କରି ଚଲୁଛନ୍‌। ଉପେନ୍ଦ୍ର ଦୁଖ୍‌ସୁଖ କରି ଉପରର ଦୁଇ ଝି’କେ ବିହା କଲେନ। ସବୁଥିରୁ ସାନ ହେଉଛନ୍‌ ରଶ୍ମିତା। ସେ ଥାନୀୟ ସ୍କୁଲରେ ୭ମ ଶ୍ରେଣୀ ପଢ଼ଲାବେଲେ ଅଇଁଳାଚୁଅଁା ଆଦର୍ଶ ବିଦ୍ୟାଲୟରେ ଭରତି ହେବାର ଲାଗି ପ୍ରବେଶିକା ପରୀକ୍ଷା ଦେଇ ପାସ କରିଥିଲେ। ଏନ୍‌ତାଥି ବାପା ଝି’ର ଉଚ ଶିକ୍ଷାର ଲାଗି ଶପନ ଦେଖିଥିଲେ। ହେଲେ ଗଲା ୩୧ ତାରିଖ ଉପେନ୍ଦ୍ର ଖେତେ କାମ୍‌ କରୁଥିଲାବେଲେ ହଠାତ୍‌ ଆଦର୍ଶ ବିଦ୍ୟାଲୟର ପ୍ରଧାନଶିକ୍ଷକ ଆଉର ଝନେ ଶିକ୍ଷକ ସଂଗେ ବଡ଼ ଝାରମୁଣ୍ଡା ଗଁାରେ ପୁହୁଁଚିଥିଲେ। ଝି’ର ହାତେ ବାପାକେ ଡକେଇ ପଠାଲେ। ଉପେନ୍ଦ୍ରକୁଁ ସେମାନେ ଝି’ ପଢ଼ି ନାଇଁଯିବାର କାରନ୍‌ ପଚରାଲେ। ଉତରରେ ଉପେନ୍ଦ୍ର ଝି’ ରଶ୍ମିତାର ଦିହିପା ଖରାପ ଥିଲା ଆର ଦିନେ ଦୁଇଦିନ୍‌ ଭିତରେ ପଢ଼ିଯିବା ବଲି କହିଥିଲେ। ହେଲେ ସେମାନେ ଗଁା ଖୁଲିରେ ନ ଉପେନ୍ଦ୍ରନୁ ଦସ୍ତଖତ ନେଇ ରଶ୍ମିତାର ଟି.ସି. ଧରେଇ ଦେଲେ। ସ୍କୁଲକେ ପଢ଼ି ନାଇଁଯିବାର ଲାଗି ତାର ନଁା କଟି ଯାଇଛେ। ଝି’ ଯେନ୍‌ଠାନେ ପଢ଼ବା ଅସ୍‌ବିଧା ହେଲେ ବୌଦ୍ଧ ଡିଇଓ ଅଫିସକେ ଯିବ ବଲି କହିଦେଇଗଲେ। ଏନ୍‌ତାଥି ଉପେନ୍ଦ୍ର ଉପେ ଶୂଇନ୍‌, ଆସେ ପାସେ ହାଇସ୍କୁଲ ବି ନଁାଇଁନ। ସପ୍ତମ ଶ୍ରେଣୀରୁ ରଶ୍ମିତା ଇଂଲିଶରେ ପଢ଼ି ଆସୁଛେ। ଏହେଦେ ଫେନ୍‌ ଓଡ଼ିଆରେ କେନ୍‌ଥେଇ ପଢ଼ବା ରଶ୍ମିତା ବି ଚିନ୍‌ତାରେ ପଡ଼ିଛେ। ଶିକ୍ଷା ବିଭାଗର ନିୟମ ହିସାବେ, ଛାତ୍ରୀଛାତ୍ର ବହୁତ୍‌ ଦିନ୍‌ ଧରି ସ୍କୁଲ ନାଇଁଗଲେ ଶିକ୍ଷକ ଅଭିଭାବକକୁଁ ଜନାବାର ନିୟମ ରହିଛେ। ହେଲେ ଇ ବାବ୍‌ଦେ ଉପେନ୍ଦ୍ରକୁଁ ଆଦର୍ଶ ବିଦ୍ୟାଲୟର ପ୍ରଧାନଶିକ୍ଷକ ଆଗ୍‌ତୁରା କିଛି ନାଇଁ ଜନେଇଥିବାର ସେ କହିଛନ୍‌। ଆଦର୍ଶ ବିଦ୍ୟାଲୟରେ ଭିନେ ଭିନେ କାରନ୍‌ରୁ ଚଲତି ଶିକ୍ଷା ବଛରରେ ୩୭ ଝନ୍‌ ଛାତ୍ରୀଛାତ୍ର ଟି.ସି. ନେଇ ସାରିଛନ୍‌। ହେଲେ କେନ୍‌ କାରନ୍‌ରୁ ଆର ପରିସ୍ଥିତିରେ ଇମାନେ ଟି.ସି. ନେଇଛନ୍‌, ସେମାନେ କେନ୍‌ ସ୍କୁଲରେ ପଢ଼ୁଛନ୍‌ କି ନାଇଁ ସେଟା ତଦଁତ୍‌ କରବାର ନିହାତି ଜରୁରି ଆଏ। ଇଆଡ଼େ ସ୍କୁଲରେ ଖାଲିପଡ଼ିଥିବାର ଜାଗାରେ ନୂତନ ଛାତ୍ରୀଛାତ୍ରକୁଁ ଭରତି କରାଯାଇଛେ। ସେମାନେ କେନ୍‌ ଆଧାରରେ ନଁା ଲେଖେଇଛନ୍‌ ଇ ବାବ୍‌ଦେ ବି ଖୋଲତାଡ଼ ହେବାର ନିହାତି ଜରୁରି ଆଏ ବଲି ବୁଧିଜୀବୀ ବହଲରେ ଦାବି ହେଉଛେ। ଇ ବାବ୍‌ଦେ ଆଦର୍ଶ ବିଦ୍ୟାଲୟର ପ୍ରଧାନଶିକ୍ଷକ ଶ୍ୟାମଲାଲ ଭୋଇକୁଁ ପଚରାଲାରୁ ବହୁତ୍‌ ଦିନ୍‌ ଧରି ସ୍କୁଲ ନାଇଁଗଲେ ଆମେ ଡାକ୍‌ରେ ବି ଟି.ସି. ପଠେଇ ଦେଉଛୁଁ ବଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ କରୁଥିଲେ ଯୁବକ, ହଠାତ୍…

ଧୂଷୁରୀ/ଅସୁରାଳି,୩୦।୬( ଦୀପ୍ତି ରଞ୍ଜନ ନାୟକ/ସନ୍ତୋଷ ସାହୁ ) : ଧୂଷୁରୀ ଥାନା ଅଧୀନ ଫତେପୁର ପଞ୍ଚାୟତର ଫତେପୁର ଗ୍ରାମର ଜଣେ ୩୩ ବର୍ଷୀୟ ଯୁବକ ନିକଟସ୍ଥ ଗାଁର…

ଅମାଠ ବେହେରା ରାଇସ ମିଲ ସିଲ୍‌: ଜିଲାପାଳଙ୍କ ଆଦେଶ ଅବମାନନା ଅଭିଯୋଗ

କେସିଙ୍ଗା,୩୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅମାଠ ଛକସ୍ଥିତ ବେହେରା ରାଇସ ମିଲ ଏବଂ ଗୋଟିଏ ଗୋଦାମକୁ ମଙ୍ଗଳବାର ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏସିଏସଓ…

ବାବୁଙ୍କ ଘରେ ବିଡ଼ା ବିଡ଼ା ଟଙ୍କା ଦେଖି ଭିଜିଲାନ୍ସ ଚକିତ: ୨୦ରୁ ଅଧିକରୁ ପ୍ଲଟ୍‌ ସହ ଘରୁ ମିଳିଲା…

ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ପ୍ରତିଷ୍ଠାନ(ଏଷ୍ଟାବ୍ଲିଶମେଣ୍ଟ) ଅଧିକାରୀ ତଥା କାର୍ଯ୍ୟାଳୟ ଅଧିକ୍ଷକ ଧନୁର୍ଦ୍ଧର ବିଶ୍ୱାଳଙ୍କ ନାମରେ ଆୟ ବର୍ହିଭୂତ…

ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ମାତୃ-ଶିଶୁ ବିଭାଗର ଲିଫ୍ଟ ଅଚଳ, ଆସୁନି ପାଣି

ପଦ୍ମପୁର,୨୯ା୬(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡର ଏକମାତ୍ର ଭରସାଯୋଗ୍ୟ ସରକାରୀ ଉପଖଣ୍ଡ ଡାକ୍ତରଖାନାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୁର୍ଘଟଣାଗ୍ରସ୍ତ କିମ୍ବା ଗୁରୁତର ରୋଗୀଙ୍କୁ…

ବାଣପୁରରେ ଭିଡ଼ ହିଂସା: ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ, ୨ ଗିରଫ, ପୋଲିସର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ

ଖୋର୍ଦ୍ଧା, ୩୦।୬ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାର ବାଲିଅନ୍ତା ଓ ରାୟଗଡ଼ାର ଇନ୍ଦିରାଗୁଡ଼ା ପରେ ଏବେ ବାଣପୁରରେ ଭିଡ଼ ହିଂସାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।…

ହୃଦୟବିଦାରକ ଦୃଶ୍ୟ! ରାସ୍ତା ନଥିବାରୁ ଖଟିଆରେ ବୁହାହେଲା ଗର୍ଭବତୀଙ୍କ ମୃତଦେହ, ଶିଶୁ ବି..

ଗୁଡ଼ାରୀ,୩୦।୬(ପ୍ରମୋଦ କୁମାର ପତି ): ଗୁଡ଼ାରୀ ବ୍ଲକ କର୍ଲାଘାଟି ଗ୍ରାମପଞ୍ଚାୟତର ପେଟାଖାଲ ଗ୍ରାମରୁ ସ୍ବାସ୍ଥ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଆସିଛି । ଗର୍ଭବତୀ ସେବତୀ ନାରେଙ୍ଗାକାଙ୍କ ମୃତ୍ୟୁ ହେବା…

ଲୋମହର୍ଷଣକାରୀ ହତ୍ୟା, ଲୁଟ୍ ଘଟଣା: ହତ୍ୟାକାରୀଙ୍କ ଗାଡି ଦୁର୍ଘଟଣା, ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ…

ସୁନ୍ଦରଗଡ଼, ୩୦।୬ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାରେ ଘଟିଥିବା ଏକ ଲୋମହର୍ଷଣକାରୀ ହତ୍ୟା ଓ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏନେଇ ମଙ୍ଗଳବାର ସୁନ୍ଦରଗଡ଼…

ଡ୍ୟାମରେ ବୁଡ଼ି ଚାଲିଗଲା ମହିଳାଙ୍କ ଜୀବନ, ବେସାହାରା ଛୁଆଙ୍କୁ ସରକାରୀ ସହାୟତା ଦାବି

ମୋହନା,୩୦।୬(ମନ୍ମଥ ମିଶ୍ର): ଡ୍ୟାମରେ ଗାଧୋଇବା ବେଳେ ପାଣିରେ ବୁଡ଼ି ମହିଳାଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri