ପାଠ୍ୟପୁସ୍ତକ ଜ୍ଞାନକୁ ଜୀବନରେ ବିନିଯୋଗ କର: ଓ୍ବାଙ୍ଗ୍‌ଚୁକ୍‌

ଭୁବନେଶ୍ୱର, ୩୧ା୧୦(ବ୍ୟୁରୋ):ଶିକ୍ଷା କ୍ରାନ୍ତି ବା କୌଣସି ବ୍ୟକ୍ତିର ଶିକ୍ଷାର ବିକାଶ ପାଇଁ ‘ପଢ଼ିବା, ଲେଖିବା ଓ ଗଣିତ’ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଛାତ୍ରୀଛାତ୍ରମାନେ ସମାଜରେ ସକାରାତ୍ମକ ଚିନ୍ତନ ଆଣିବା ପାଇଁ ନିଜର ପାଠ୍ୟପୁସ୍ତକ ଜ୍ଞାନକୁ ବାସ୍ତବିକ ଜୀବନରେ ବିନିଯୋଗ କରି ନିଜକୁ ମଜଭୁତ୍‌ କରିବା ଉଚିତ ବୋଲି ମାଗାସେସେ ପୁରସ୍କାର ବିଜେତା ସୋନମ୍‌ ୱାଙ୍ଗଚୁକ୍‌ କହିଛନ୍ତି। ବୁଧବାର ସେ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରୀଛାତ୍ରମାନେ କେଉଁ ପ୍ରଣାଳୀରେ ଶିକ୍ଷାକୁ ଗ୍ରହଣ କରିବେ ବିଦ୍ୟାଳୟଗୁଡ଼ିକ ସେ ଦିଗରେ ପ୍ରାଧାନ୍ୟ ଦେବା ଆବଶ୍ୟକ ବୋଲି କହିଛନ୍ତି। ଶକ୍ତି ସଂରକ୍ଷଣକୁ ଗୁରୁତ୍ୱ ଦେଇ ସେ କହିଥିଲେ, ଯେ ପର୍ଯ୍ୟନ୍ତ ପ୍ରତ୍ୟେକ ନାଗରିକ ନିଜର ଦାୟିତ୍ୱବୋଧକୁ ଉପଲବ୍ଧି ବା ଏକ ସ୍ବଚ୍ଛ, ସୁନ୍ଦର ଓ ସବୁଜ ପୃଥିବୀ ଗଢ଼ିତୋଳିବା ପାଇଁ ପ୍ରୟାସ କରିନାହାନ୍ତି, ସେ ପର୍ଯ୍ୟନ୍ତ ବିଶ୍ୱର ସ୍ଥିତି ଖରାପ ଆଡ଼କୁ ଗତିକରିବ। ଏହାସହ ଗାନ୍ଧିଜୀଙ୍କ ପରି ସମସ୍ତେ ଏକ ସାଧାରଣ ଜୀବନଶୈଳୀକୁ ଆପଣେଇବା ପାଇଁ ୱାଙ୍ଗଚୁକ୍‌ ପ୍ରବର୍ତ୍ତାଇଥିଲେ, ଯଦ୍ଦ୍ବାରା ସାରା ବିଶ୍ୱ ଏକ ହୋଇପାରିବ। ଶେଷରେ ଛାତ୍ରୀଛାତ୍ରଙ୍କୁ ବାର୍ତ୍ତା ଦେଇ ସେ କହିଥିଲେ, ଖାଦ୍ୟକୁ ନଷ୍ଟ ନ କରିବା, ବାଇସାଇକେଲ ଚଲାଇବା, ବିଦ୍ୟୁତ୍‌ର ଠିକ୍‌ ବିନିଯୋଗ ସହ ସମାଜରେ କିପରି ନିଜକୁ ପ୍ରେରଣାର ଉତ୍ସ ଭାବେ ଗଢ଼ିତୋଳିବା ସେଥିପାଇଁ ସର୍ବଦା ଚେଷ୍ଟା ଜାରି ରଖିବା ଦରକାର। କାର୍ଯ୍ୟକ୍ରମରେ ସାଇ ଇଣ୍ଟରନ୍ୟାଶନାଲ ଏଜୁକେଶନ ଗ୍ରୁପ୍‌ ପ୍ରତିଷ୍ଠାତା ଡ. ବିଜୟ କୁମାର ସାହୁ, ସିନିୟର ପ୍ରିନ୍ସି୍ସପାଲ ନୀଳକଣ୍ଠ ପାଣିଗ୍ରାହୀ, ଭାଇସ୍‌ ଚେୟାରପର୍ସନ ଡ. ଶିଳ୍ପୀ ସାହୁ ଏବଂ ଜେନେରାଲ ମ୍ୟାନେଜର୍‌ କମ୍ୟୁନିକେଶନ୍‌ ଶରତ କୁମାର କର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀ କଲ୍ୟାଣ ଓ ଅଧିକାର ନେଇ ସମୀକ୍ଷା: ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ନେଇ…

ଖୋର୍ଦ୍ଧା,୯ା୯(ପ୍ରଭାତ ପାଣିଗ୍ରାହୀ): ଅନୁସୂଚିତ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ଅଧିକାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ…

ପ୍ରଶାସନର ନାକତଳେ ଖୋଲାଖୋଲି ଭାବେ ଶ୍ରମିକ ଚାଲାଣ, ସବୁ ଜାଣି ଶ୍ରମ ବିଭାଗ ଚୁପ୍‌

ଥୁଆମୂଳ ରାମପୁର,୯ା୯(ଦୁର୍ଗା କୀର୍ତ୍ତି): ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ ସୋହାଗୀ ନିଯୁକ୍ତି ଏବଂ ମନରେଗା ଯୋଜନାରେ ବେକାର ଯୁବକ ଉପକୃତ ହେଉଥିବା ନେଇ ସରକାରୀ ଦାବିର ସତ୍ୟତା ଏବେ ପଦାରେ…

ଘର ପଛ ଅଣ୍ଡରଗ୍ରାଉଣ୍ଡ୍‌ ସିକ୍ରେଟ୍‌ ଚାମ୍ବରରୁ ଚାଲିଥିଲା କଫ୍‌ ସିରପ୍‌ କାରବାର: ୮୧୩ ବୋତଲ ଜବତ, ମହିଳା ଗିରଫ, ସ୍ୱାମୀ ଫେରାର

ବରଗଡ଼,୯ା୯(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପୋଲିସ୍‌ ନିଶା କାରବାର ବିରୋଧରେ ନିଜର ଧରପଗଡ଼ ଅଭିଯାନକୁ ଅଧିକ ଜୋରଦାର କରିଛି। ବୁଧବାର ଭଟଲି ଥାନା ପୋଲିସ୍‌ ବଡ଼ମାଳ ଗ୍ରାମରେ…

ଦାଦନ ସମସ୍ୟା ଦୂର ସହ ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଆଲୋଚନା

ଦାରିଙ୍ଗବାଡ଼ି,୯ା୯(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଦାଦନ ସମସ୍ୟା ଦୂର କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି କରି ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଦାରିଙ୍ଗବାଡ଼ି ଜାଗୃତି…

ଏଣିକି ATM ରୁ ଟଙ୍କା ସହ ନୂଆ ଡେବିଟ କାର୍ଡ ବି ମିଳିବ, ଜାଣନ୍ତୁ କେମିତି?

ନୂଆଦିଲ୍‌ଲୀ,୯।୯: ଯେତେବେଳେ କୌଣସି ବ୍ୟକ୍ତି ବ୍ୟାଙ୍କ ଖାତା ଖୋଲନ୍ତି, ତେବେ ତାହାର ୧ ସପ୍ତାହ ପରେ ଘରେ ଏଟିଏମ କାର୍ଡ (ଡେବିଟ କାର୍ଡ) ପହଞ୍ଚିଥାଏ। ତେବେ ନୂତନ…

KBC କୁ ବାଏ ବାଏ କରିବେ ଅମିତାଭ! କୋଟି କୋଟି ପ୍ରଶଂସକଙ୍କୁ ଝଟ୍‌କା…

ମୁମ୍ବାଇ: ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। କେବଳ ଜଣେ ଅଭିନେତା ଭାବରେ ନୁହେଁ, ବରଂ…

ଗଣେଶ ପୂଜାକୁ ନେଇ ପୋଲିସର କଡ଼ା ଆଭିମୁଖ୍ୟ: ଡିଜେ ଶୋଭାଯାତ୍ରା ସମ୍ପୂର୍ଣ୍ଣ ନିଷେଧ

ଗଞ୍ଜାମ,୯ା୯(ବିଦ୍ୟାଧର ସାହୁ): ଚଳିତ ମାସ ୧୪ରେ ପାଳିତ ହେବ ଅଗ୍ର୍ୟ ପୂଜ୍ୟ ମହାବିନାୟକ ଗଣେଶ ପୂଜା l ଚଳିତ ବର୍ଷ ଗଣେଶ ପୂଜା ନିମନ୍ତେ କଡା ଆଭିମୁଖ୍ୟ…

କଳାହାଣ୍ଡିରେ ନୂଆ ଡିଆଇପିଆର୍‌ଓଙ୍କ ଯୋଗଦାନ

ଭବାନୀପାଟଣା,୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ) ଭାବେ ମନୋଜ କୁମାର ବେହେରା ଯୋଗଦେଇଛନ୍ତି। ଭବାନୀପାଟଣାସ୍ଥିତ ଡିଆଇପିଆରଙ୍କ କାର୍ଯ୍ୟାଳୟରେ ଭାରପ୍ରାପ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri