‘ପାଟଣାଗଡ଼’ ରିଲିଜ୍‌ ଉପରେ ରୋକ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଉପରେ ନିର୍ମିତ ଫିଲ୍ମ ‘ପାଟଣାଗଡ଼’କୁ ନେଇ ପୁଣିଥରେ ବିବାଦ ଦେଖାଦେଇଛି। ଫିଲ୍ମ ରିଲିଜ୍‌ ପୂର୍ବରୁ ଏହା ଉପରେ ସୋମବାର ଅଙ୍କୁଶ ଲଗାଇଛନ୍ତି ବମ୍ବେ ହାଇକୋର୍ଟ। ପୁଞ୍ଜିଲାଲଙ୍କ ପତ୍ନୀ ଦାଏର କରିଥିବା ମାମଲା ଉପରେ ଶୁଣାଣି କରି ବମ୍ବେ ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି। ଏନେଇ ଫିଲ୍ମର ପ୍ରଯୋଜକ, ନିର୍ଦ୍ଦେଶକ ଓ ଅନ୍ୟମାନଙ୍କୁ ନୋଟିସ ଜାରି କରାଯାଇଥିବା ବେଳେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ କୁହାଯାଇଛି। ଅନ୍ୟପକ୍ଷରେ ପାଟଣାଗଡ଼ ଫିଲ୍ମକୁ ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ(ସିବିଏଫ୍‌ସି) ପକ୍ଷରୁ ଏଯାବତ ସାର୍ଟିଫିକେଶନ ଦିଆଯାଇନାହିଁ। ତେଣୁ ରିଲିଜ୍‌ ତାରିଖ ବର୍ତ୍ତମାନ ସୁଦ୍ଧା ସ୍ଥିର ହୋଇ ନ ଥିବାବେଳେ ଏହା ଉପରେ ରୋକ ଲଗାଇବା ଦୁର୍ଭାଗ୍ୟଜନକ ବୋଲି ଫିଲ୍ମର ୨୦୧୮ ଫେବୃୟାରୀ ୨୩ରେ ପାଟଣାଗଡ଼ରେ ହୋଇଥିବା ପାର୍ସଲ ବୋମା ବିସ୍ଫୋରଣ ଗୋଟିଏ ପରିବାରକୁ ଛାରକାର କରିଦେଇଥିଲା। ଘରେ ବିବାହ ଉତ୍ସବ ପରିବେଶରେ ଉପହାରରେ ମିଳିଥିବା ପାର୍ସଲ ବୋମା ନେଇଯାଇଥିଲା ଦୁଇଜଣଙ୍କ ଜୀବନ। ଆଉ ନବବିବାହିତା ରୀମାରାଣୀ ଏଥିରେ ଗୁରୁତର ଆହତ ହୋଇ ବଞ୍ଚିଯାଇଥିବାବେଳେ ତାଙ୍କ ହାତରୁ ମେହେନ୍ଦୀ ନ ଛାଡ଼ି ମଥାରୁ ସିନ୍ଦୂର ଲିଭିଯାଇଥିଲା। ତେବେ ତଦନ୍ତ ପରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଉପହାରରେ ବୋମା ପଠାଇଥିବା ଜଣାପଡ଼ିବା ପରେ ଘଟଣାକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ତେବେ ପ୍ରଯୋଜକ ଶ୍ରୀଧର ମାର୍ଥା ଏହି କାହାଣୀକୁ ନେଇ ତେଲୁଗୁ ଏବଂ ଓଡ଼ିଆ ଭାଷାରେ ‘ପାଟଣାଗଡ଼’ ଫିଲ୍ମ ନିର୍ମାଣ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍‌ଙ୍କ ଭୂମିକାରେ ଲୋକପ୍ରିୟ ଅଭିନେତା ମନୋଜ ମିଶ୍ର ଫିଲ୍ମରେ ଅଭିନୟ କରିଛନ୍ତି। ସେହିପରି ଘଟଣାର ତଦନ୍ତ କରିଥିବା କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ଭୂମିକାରେ ବଲିଉଡ୍‌ ଅଭିନେତା ଅତୁଲ କୁଲ୍‌କଣ୍ଣର୍ର୍ୀ ଅଭିନୟ କରିଛନ୍ତି। ତେବେ ଫିଲ୍ମ ରିଲିଜ୍‌କୁ ନେଇ ପୁଞ୍ଜିଲାଲ ମେହେରଙ୍କ ପତ୍ନୀ ସୌଦାମିନୀ ମେହେର ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସୋମବାର ଏନେଇ ଶୁଣାଣି ହୋଇଥିବାବେଳେ ଫିଲ୍ମ ରିଲିଜ୍‌ ଉପରେ ରୋକ ଲଗାଯାଇଛି। ସମ୍ପୃକ୍ତ ଅଭିଯୁକ୍ତଙ୍କ ଟ୍ରାଏଲ ନ ସରିବା ପର୍ଯ୍ୟନ୍ତ ଫିଲ୍ମଟି ରିଲିଜ୍‌ ହୋଇପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ପ୍ରଯୋଜକ ଶ୍ରୀଦ୍ଧର ମାର୍ଥା, ଅଭିନେତା ଅତୁଲ କୁଲକର୍ଣ୍ଣୀ, ମନୋଜ ମିଶ୍ର, ସୁନିତା କ୍ରିଷ୍ଣନ୍‌ ଏବଂ ଆଇପିଏସ ଅରୁଣ ବୋଥ୍ରାଙ୍କୁ ବମ୍ବେ ହାଇକୋର୍ଟ ନୋଟିସ୍‌ ଜାରି କରିଥିବା ଜଣାପଡ଼ିଛି। ପୂର୍ବରୁ ଏନେଇ ଓଡ଼ିଶା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ମାମଲା ହୋଇଥିବାବେଳେ ଫିଲ୍ମ ରିଲିଜ୍‌କୁ ସବୁଜ ସଙ୍କେତ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥୀ ଚୟନ ନେଇ ଆଗେଇଲେ ବିଜେଡି, ଭାଜପା

ଭୁବନେଶ୍ୱର, ୧୯।୩(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର ଦୁଇ ଦିନ ପରେ ବିଜେଡି ଶୀର୍ଷ ନେତୃତ୍ୱ ଲୋକ ସଭା ନିର୍ବାଚନମଣ୍ଡଳୀଓ୍ବାରି ସାଙ୍ଗଠନିକ...

କଳା କଲରାପତରିଆ ବାଘୁଣୀ ସହିତ ଯାଆଁଳା ଛୁଆ: କ୍ୟାମେରାରେ କଏଦ

ଭୁବନେଶ୍ୱର, ୧୯।୩(ଅସମାପିକା ସାହୁ):ରାଜ୍ୟରେ ପୁଣି ଦେଖାଯାଇଛି କଳା କଲରାପତରିଆ ବାଘ। ଏଥର କିନ୍ତୁ ମା’ ସହ ଛୁଆକୁ ଦେଖିବାକୁ ମିଳିଛି। କେନ୍ଦ୍ରୀୟ ଓଡ଼ିଶାର ଏକ ଜଙ୍ଗଲରେ...

୪୫ରୁ ୫୫ କି.ମି. ବେଗରେ ବହିବ ପବନ, କୁଆପଥର ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୯ା୩ (ଅନିଲଦାସ):ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳ ଦେଇ ଏକ ଟ୍ରପ୍‌ ଲାଇନ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୦ ତାରିଖ ଯାଏ ରାଜ୍ୟର...

ପ୍ରବଳ ଗ୍ରୀଷ୍ମ ପ୍ରବାହ ଆଶଙ୍କା:ଜିଲାପାଳଙ୍କୁ ସତର୍କ କଲେ ଏସ୍‌ଆର୍‌ସି

ଭୁବନେଶ୍ୱର,୧୯ା୩ (ଅନିଲଦାସ):ରାଜ୍ୟରେ ଆସନ୍ତା ଏପ୍ରିଲ ଓ ମେ’ ମାସରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି। ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଥିବାରୁ ଏପ୍ରିଲ...

ଓସେପା ଅଫିସ୍‌କୁ ଧସେଇ ପଶିଲେ ଅଭିଭାବକ

ଭୁବନେଶ୍ୱର, ୧୯।୩(ଅସମାପିକା ସାହୁ):ପାରଦର୍ଶୀ ପୋର୍ଟାଲରେ ବହୁ ଘରୋଇ ସ୍କୁଲ୍‌ ପଞ୍ଜୀକରଣ କରୁନାହାନ୍ତି। ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି। ଫଳରେ ଗରିବ ପିଲାମାନେ ସରକାରଙ୍କ ମାଗଣା...

ଶୃଙ୍ଖଳିତ, ଅବାଧ ନିର୍ବାଚନକୁ ଗୁରୁତ୍ୱ

ଭୁବନେଶ୍ୱର,୧୯ା୩(ସୂର୍ଯ୍ୟକାନ୍ତ ବେହେରା):ରାଜ୍ୟରେ ଆସନ୍ତା ମେ ଓ ଜୁନ୍‌ରେ ୪ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ନଜର ରଖି ସୋମବାର ଓଡ଼ିଶା ପୋଲିସ...

ଭୟମୁକ୍ତ ଓଡ଼ିଶା ଜଙ୍ଗଲ, ଦୁଇ ଜାଆଁଳା ଛୁଆଙ୍କୁ ଧରି ଘୁରି ବୁଲୁଛି କଲରାପତରିଆ ବାଘୁଣୀ

ଭୁବନେଶ୍ୱର,୧୮।୩: ପୁଣିଥରେ କ୍ୟାମେରାରେ କଏଦ ହେଲା କଳା କଲରାପତରିଆ। ଓଡ଼ିଶାର ଆଭ୍ୟନ୍ତରୀଣ ଇଲାକାରେ କଳା କଲରାପତରିଆ ବାଘୁଣୀ ସହ ଦୁଇ ଯାଆଁଳା ବାଘ ଛୁଆର ଦୃଶ୍ୟ...

ରିଲ୍ସ କରୁଥିବାବେଳେ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ବାଲେଶ୍ୱର,୧୮।୩: (ଜନ୍ମେଜୟ ମିଶ୍ର)-ସୋର ଥାନା ସବିରା ରେଳଷ୍ଟେଶନ ନିକଟରେ ରହଣିଆ ଗ୍ରାମ ନିକଟରେ ଟ୍ରେନ ଲାଇନରେ ଜଣେ ଯୁବକ ଇନଷ୍ଟାଗ୍ରାମରେ ରିଲସ କରୁଥିବା ବେଳେ ଟ୍ରେନ୍‌...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri