Posted inରାଜ୍ୟ

ପାଟକୁରାରେ ଭାଜପାର ହାଇଭୋଲଟେଜ ପ୍ରଚାର: କର୍ମୀଙ୍କୁ ବିଜୟ ମନ୍ତ୍ର ଦେଲେ ସମ୍ବିତ

ଡେରାବିଶ, ୧୬।୭ (ସ୍ବ.ପ୍ର.): ପାଟକୁରା ନିର୍ବାଚନମଣ୍ଡଳୀ ଅଧୀନ ଡେରାବିଶ ବ୍ଲକର ବିଭିନ୍ନ ପଞ୍ଚାୟତରେ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ସୋମବାର ପ୍ରଚାର କରିଛନ୍ତି ଦଳର ମୁଖପାତ୍ର ସମ୍ବିତ ପାତ୍ର। ଅନ୍ୟ ତୁଙ୍ଗ ନେତାଙ୍କ ସହ ମିଶି ସେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭୋଟରଙ୍କୁ ନିବେଦନ କରିଥିଲେ। ଏଥିସହ ବିଜୟଙ୍କୁ ବିଜୟୀ କରାଇବା ପାଇଁ ଦଳୀୟ କର୍ମୀଙ୍କୁ ସମ୍ବିତ ଆହ୍ବାନ ଦେଇଥିଲେ। ଏହି ଅବସରରେ ଆୟୋଜିତ ରୋଡ ଶୋ କେନ୍ଦ୍ରାପଡ଼ା କଲେଜ ଛକରୁ ଆରମ୍ଭ ହୋଇ ଶ୍ରୀଲଚ୍ଛମନ ଜୀଉ ମନ୍ଦିର ନିକଟରେ ପହଞ୍ଚତ୍ଥିଲା। ସେଠାରୁ ଶ୍ରୀଜୀଉଙ୍କ ଦର୍ଶନ ସାରି ନେତାମନେ ଅଁଳାବାଙ୍କ ଦେଇ ବିହାରୀଛକସ୍ଥିତ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚତ୍ ସେଠାରେ କର୍ମୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା। ଏଥିରେ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ବିଜୟଙ୍କୁ ଜିତାଇବାକୁ ଦଳୀୟ ନେତାମାନେ ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ କନକବର୍ଦ୍ଧନ ସିଂଦେଓ, ପୂର୍ବତନ ମନ୍ତ୍ରୀ ସମୀର ଦେ, ବିଧାୟକ ନାଉରୀ ନାୟକ, ରାଜେନ୍ଦ୍ର ସାମଲ, ପ୍ରଦୀପ ପଟ୍ଟନାୟକ, ବିଷ୍ଣୁ ଦାସ, ମାନସ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ: ବାପ–ପୁଅ ଗିରଫ

ଭୁବନେଶ୍ୱର, ୭।୭: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ସଫଳତା ପାଇଛି। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ଆଳି ବ୍ରାହ୍ମଣୀ ନଦୀରେ ଭାସୁଛି ବିରାଟକାୟ କୁମ୍ଭୀର, ଆତଙ୍କିତ ସ୍ଥାନୀୟ ଲୋକେ

ପଟ୍ଟାମୁଣ୍ଡାଇ,୭।୭(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଳି ଦେଇ ବହିଯାଇଥିବା ବ୍ରାହ୍ମଣୀ ନଦୀର ପତ୍ରପୁର ସେତୁ ନିକଟରେ ଏକ ବିରାଟକାୟ ବଉଳା କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଛି…

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

ସାଧୁପଡାରୁ ବିଦେଶୀ ମଦ ଦୋକାନ ଉଠାଇବା ଦାବିରେ ଅଣ୍ଟା ଭିଡିଲେ ମହିଳା, ରାସ୍ତାରୋକୋ କରି….

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସାଧୁପଡ଼ା ଗ୍ରାମରେ ମଦ ଦୋକାନ ଉଚ୍ଛେଦକୁ ନେଇ ମହିଳାମାନେ ରାସ୍ତାରୋକୋ କରିଛନ୍ତି ।…

କାହାକୁ ଲାଷ୍ଟ ଫୋନ୍ କରିଥିଲେ IIC ବିଉଟି ମହାନ୍ତି: ଡିସିପି କହିଲେ…

କଟକ, ୭।୭: IIC ବିଉଟି ମହାନ୍ତିଙ୍କ ମୃତ୍ୟୁ ଘଟଣାର ତଦନ୍ତ ଜାରି ରହିଥିବା ବେଳେ କଟକ ଡିସିପି ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri