ପାଗଳ ପୁଅଙ୍କ ଆକ୍ରମଣରେ ବାପା ମୃତ, ମା’ ଗୁରୁତର

ତୁମୁଡ଼ିବନ୍ଧ,୧୧।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବେଲଘର ଥାନା ଅନ୍ତର୍ଗତ ଝାଲିପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାଗଳ ପୁଅଙ୍କ ଆକ୍ରମଣରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ହୋଇଛନ୍ତି। ମୃତକ ହେଲେ ଅଗାଧୁ ନାୟକ(୫୦)। ସେହିଭଳି ଲକ୍ଷ୍ମୀ ନାୟକଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ପୁଅ ବେଳାରସନ ନାୟକ ଓରଫ ବୁଡ଼ା(୩୦)ଙ୍କୁ ପୋଲିସ ଅଟକ ରଖିଛି। ତେବେ ବୁଡ଼ା କବାଟ କିଳିବା ପାଇଁ ବ୍ୟବହୃତ ଠେଙ୍ଗାରେ ମା’ବାପାଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି।