Categories: ଖେଳ

ପାକିସ୍ତାନ ମହିଳା କ୍ରିକେଟରଙ୍କ ଫିଟ୍‌ନେସ୍‌ ଟେଷ୍ଟ

ଲାହୋର, ୧୧ା୫ (ପି.ଟି.)- ସୋମାବରଠାରୁ ପାକିସ୍ତାନର ୩୮ ଜଣ ଏଲିଟ୍‌ ମହିଳା କ୍ରିକେଟରଙ୍କ ଅନ୍‌ଳାଇନରେ ଫିଟ୍‌ନେସ୍‌ ଟେଷ୍ଟ ହେବ। କରୋନାଭାଇରସ୍‌ ଯୋଗୁ ଖେଳାଳିମାନେ ସେମାନଙ୍କ ଫିଟ୍‌ନେସ୍‌ର ମାନ ବଜାୟ ରଖିପାରୁଛନ୍ତି କି ନା ତାହା ଜଣାପଡ଼ିବ। ଟେଷ୍ଟରେ ବିଫଳ ଖେଳାଳିମାନଙ୍କୁ ଦଣ୍ଡିବଧାନ କରାଯିବ ନାହିଁ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) କହିଛି। ଖେଳାଳିମାନଙ୍କର ପ୍ରୋନ୍‌ ହୋଲ୍‌ଡ, ବୁଲ୍‌ଗାରିଆନ ସ୍କ୍ବାଟ୍ସ, ଭର୍ଟିକାଲ ଜମ୍ପ୍ସ ଏବଂ ପୁଶ୍‌ ଅପ୍‌ ସହ ବଡି ମାସ୍‌ ଇଣ୍ଡେକ୍ସ ପରୀକ୍ଷା ହେବ। ରମଜାନ ପର୍ବ ଚାଲିଥିବାରୁ ଉପବାସ ସମୟ ବାହାରେ ଏହି ପରୀକ୍ଷା ହେବ। ଏହା ମେ’ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଜାତୀୟ ମହିଳା ସିଲେକ୍ସନ କମିଟି ମୁଖ୍ୟ ଉରୁଜ୍‌ ମମ୍‌ତାଜ କହିଛନ୍ତି ଆଧୁନିକ କ୍ରିକେଟରେ ଖେଳାଳିମାନଙ୍କୁ ସବୁ ସମୟରେ ଫିଟ୍‌ ରହିବାକୁ ପଡ଼ିବ।

Share