ପାକିସ୍ତାନ ପରେ ଏବେ ଇରାନ ଉପରେ ଚାଇନାର ନଜର: ବଡ଼ ନିବେଶ ସହ ମୁତୟନ କରିବ ୫ହଜାର ସେନା

ତେହରାନ,୧୦।୯: ଆମେରିକା ଓ ଚାଇନା ଭିତରେ ଚାଲିଥିବା ଟ୍ରେଡ ଓ୍ବାରର ପ୍ରଭାବ ଏବେ ସାରା ବିଶ୍ୱରେ ଦେଖିବାକୁ ମିଳିଛି। କେଉଁଠି ଅର୍ଥନୀତିରେ ମାନ୍ଦାବସ୍ଥା ତ କେଉଁଠି ରଣନୀତିରେ ପରିବର୍ତ୍ତନ ହୋଇଛି। ଏହି ପରିପ୍ରେକ୍ଷୀରେ ଇରାନ ଚାଇନାର ୫ହଜାର ସେନାଙ୍କୁ ନିଜ ଦେଶରେ ମୁତୟନ କରିବା ପାଇଁ ଅନୁମତି ଦେଇଛି। ଏହି ସମସ୍ତ ସେନା ଚାଇନା ଦ୍ୱାରା ଇରାନରେ ୨୮୦ ବିଲିୟନ ଡଲାରର କରାଯାଉଥିବା ପ୍ରୋଜେକ୍ଟ ଉପରେ ନଜର ରଖିବେ ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁସାରେ, ଚାଇନା ଇରାନରେ ତେଲ, ଗ୍ୟାସ ଓ ପେଟ୍ରୋଲିୟମ୍‌ ସମେତ ଅନ୍ୟ କ୍ଷେତ୍ରରେ ବଡ଼ ନିବେଶ କରିବାକୁ ଯାଉଛି। ଏଥିପାଇଁ ୨୮୦ ବିଲିୟନ ଡଲାରରେ ଏକ ନୂଆ ପ୍ରୋଜେକ୍ଟ ଉପରେ କାମ ଚାଲୁଛି। ଯାହାର ସୁରକ୍ଷା ପାଇଁ ଚାଇନା ନିଜ ୫ହଜାର ସେନାଙ୍କୁ ଇରାନ ପଠାଇବାକୁ ନିଷ୍ପତ୍ତି ନେଇଛି। ଆଉ ଏଥିପାଇଁ ଇରାନ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛି। ଏହା ପୂର୍ବରୁ ଚାଇନା ପାକିସ୍ତାନରେ ମଧ୍ୟ ବଡ଼ ନିବେଶ କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

୨୪ ଘଣ୍ଟାରେ ହୋଇପାରେ ଆମେରିକା-ଇରାନ ଶାନ୍ତି ଚୁକ୍ତି: ଶେହବାଜ

ଇସ୍‌ଲାମାବାଦ,୧୩ା୬: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ ପାଇଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇପାରେ ବୋଲି ମୁଖ୍ୟ ମଧ୍ୟସ୍ଥ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri