Categories: ଖେଳ

ପାକିସ୍ତାନ ଘରୋଇ କ୍ରିକେଟରେ ଟସ୍‌ ପଡ଼ିବ ନାହିଁ

କରାଚୀ,୨୫।୮(ପିଟି): ପାକିସ୍ତାନ କ୍ରିକେଟ ବୋର୍ଡ (ପିସବି) ଦେଶର ପ୍ରଥମ ଶ୍ରେଣୀ କ୍ରିକେଟରେ ଚଳିତ ସିଜନଠାରୁ ଆଉ ଟସ୍‌ ବ୍ୟବହାର କରାଯିବ ନାହିଁ। ପାକିସ୍ତାନ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ କୁଏଦ-ଇ-ଆଜାମ ଟ୍ରଫିର ପ୍ରତ୍ୟେକ ମ୍ୟାଚ୍‌ରେ ଭ୍ରମଣକାରୀ ଦଳକୁ ନିଷ୍ପତ୍ତି ନେବାର ଅଧିକାର ଦିଆଯିବ। ଫଳରେ ଯେଉଁ ଦଳ ପ୍ରଥମେ ବ୍ୟାଟିଂ କିମ୍ବା ବୋଲିଂ କରିବାକୁ ଚାହୁଁଛି, ତାହା ଆପୋଷ ସମାଧାନରେ ହୋଇଯିବ। ହେଲେ ଯଦି ଉଭୟ ଅଧିନାୟକ ପ୍ରଥମେ ବ୍ୟାଟିଂ କିମ୍ବା ବୋଲିଂ କରିବାକୁ ଚାହଁାନ୍ତି, ତେବେ ମ୍ୟାଚ୍‌ ରେଫରି ଟସ୍‌ ପକାଇବେ ବୋଲି ପିସିବି ସୂତ୍ରରୁ ଜଣାପଡ଼ିଛି। ଏହାବାଦ୍‌ ଦେଶର ଘରୋଇ ଦିନିକିଆ ଓ ଟି୨୦ ଫର୍ମାଟରେ ପାରମ୍ପରିକ ଟସ୍‌ ପକାଯିବ। ସେ କହିଛନ୍ତି ପିସିବି ସିଇଓ ଓ୍ବାସିମ ଖାନ ଏହି ଯୋଜନ ପ୍ରସ୍ତାବ ଦେଇଥିଲେ, ଯାହାକୁ ଅନ୍ୟ ଅଫିସିଆଲଙ୍କ ସମର୍ଥନ ମିଳିଥିଲା।

Share