Posted inଜାତୀୟ

ପାକିସ୍ତାନର ବିବାଦୀୟ ପ୍ରଦର୍ଶନ: କର୍‌ତାରପୁରରେ ବୋମା ପକାଇଥିଲା ଭାରତ

ନୂଆଦିଲ୍ଲୀ,୯ା୧୧: କର୍‌ତାରପୁର କରିଡର ଉଦ୍‌ଘାଟନର ଦିନକ ପୂର୍ବରୁ ପାକିସ୍ତାନୀ କର୍ତ୍ତୃପକ୍ଷ ସେଠାରେ ବିବାଦୀୟ ପ୍ରଦର୍ଶନ କରିଛନ୍ତି। ସେଠାକୁ ଭ୍ରମଣରେ ଯାଇଥିବା କେତେଜଣ ଭାରତୀୟଙ୍କ ସୂଚନା ଅନୁଯାୟୀ ପାକ୍‌ କର୍ତ୍ତୃପକ୍ଷ କର୍‌ତାରପୁର ଦରବାର ସାହିବ୍‌ ଗୁରୁଦ୍ୱାର ନିକଟରେ ଏକ ସ୍ତମ୍ଭ ସ୍ଥାପନ କରି ଏହା ଉପରେ କାଚ ଢାଙ୍କୁଣି ମଧ୍ୟରେ ଏକ ଛୋଟ ବୋମା ରଖିଛନ୍ତି। ୧୯୭୧ ଯୁଦ୍ଧ ବେଳେ ଭାରତୀୟ ବାୟୁସେନା ଗୁରୁଦ୍ୱାରଠାରେ ଉକ୍ତ ବୋମା ଫିଙ୍ଗିଥିଲା ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଉକ୍ତ ସ୍ତମ୍ଭରେ ଶିଖ୍‌ମାନଙ୍କ ବିଶ୍ୱାସର ପ୍ରତୀକ ଖଣ୍ଡା ଚିହ୍ନ ରହିଛି। ସ୍ତମ୍ଭ ନିକଟରେ ସ୍ଥାପିତ ବୋର୍ଡରେ ‘ଓ୍ବାହେ ଗୁରୁଜୀଙ୍କ ଚମତ୍କାରିତା’ ବୋଲି ଲେଖାଯାଇଛି। ଏଥିରେ ଉଲ୍ଲେଖ ଅଛି ୧୯୭୧ରେ କର୍‌ତାରପୁରର ଦରବାର ସାହିବ ଗୁରୁଦ୍ୱାରକୁ ଧ୍ୱଂସ କରିଦେବା ପାଇଁ ଭାରତୀୟ ବାୟୁସେନା ବୋମା ଫିଙ୍ଗିଥିଲା। କିନ୍ତୁ ଓ୍ବାହେ ଗୁରୁଜୀ (ସର୍ବଶକ୍ତିମାନ ଆଲ୍ଲା)ଙ୍କ କୃପାରୁ ସେମାନଙ୍କର ମନ୍ଦ ଉଦ୍ଦେଶ୍ୟ ପୂରଣ ହେଲାନାହିଁ। ବୋମାଟି ଗୁରୁଦ୍ୱାର ଉପରେ ନ ପଡି ସେଠାରେ ଥିବା ପବିତ୍ର କୂଅ (ଶ୍ରୀ ଖୂ ସାହିବ୍‌)ରେ ପଡିଥିଲା। ଉକ୍ତ ପବିତ୍ର କୂଅକୁ ଗୁରୁ ନାନକ ଦେବ ବ୍ୟବହାର କରୁଥିଲେ ବୋଲି ଉଲ୍ଲେଖ ଅଛି।
ସୂଚନାଯୋଗ୍ୟ ଚଳିତ ସପ୍ତାହ ଆରମ୍ଭରେ ପାକିସ୍ତାନ କର୍ତ୍ତୃପକ୍ଷ କର୍‌ତାରପୁର କରିଡର ଉନ୍ମୋଚନ ଲାଗି ଏକ ସଙ୍ଗୀତର ଶୁଭାରମ୍ଭ କରିଥିଲେ, ଯେଉଁ ପୋଷ୍ଟରରେ ଖଲିସ୍ଥାନୀ ବିଚ୍ଛିନ୍ନତାବାଦୀ ନେତାମାନଙ୍କ ଫଟୋ ରହିଥିଲା। ଭାରତ ଏହାକୁ ନିନ୍ଦା କରିବା ସହ ଇସ୍‌ଲାମାବାଦ ନିକଟରେ ପ୍ରତିବାଦ ଜଣାଇଥିଲା।

୯ ଓ ୧୨ରେ ଟିକସ ଛାଡ଼

୯ ତାରିଖ କର୍‌ତାରପୁର କରିଡର ଉଦ୍‌ଘାଟନ ଦିବସ ଏବଂ ୧୨ ତାରିଖ ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମବାର୍ଷିକୀରେ ଦରବାର ସାହିବ୍‌ ଗୁରୁଦ୍ୱାର ପରିଦର୍ଶନରେ ଆସୁଥିବା ଭାରତୀୟ ତୀର୍ଥଯାତ୍ରୀଙ୍କଠାରୁ ୨୦ ଡଲାର ସେବା ଟିକସ ଆଦାୟ କରାଯିବନି ବୋଲି ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀ ଶୁକ୍ରବାର ସ୍ପଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପୂର୍ବରୁ ଏହା ଘୋଷଣା କରିଥିଲେ। ପରେ ନିଷ୍ପତ୍ତି ବଦଳା ଯାଇ ଶନିବାରଠାରୁ ଭାରତୀୟ ତୀର୍ଥଯାତ୍ରୀଙ୍କୁ ସେବା ଟିକସ ଦେବାକୁ ପଡିବ ବୋଲି ପାକ୍‌ କର୍ତ୍ତୃପକ୍ଷ ଜଣାଇଥିଲେ। ଭାରତୀୟ ତୀର୍ଥଯାତ୍ରୀଙ୍କୁ କର୍‌ତାରପୁର ଆସିବା ଲାଗି ପାସ୍‌ପୋର୍ଟ ଲାଗିବ ନାହିଁ ବୋଲି ପୂର୍ବରୁ ଇମ୍ରାନ କହିଥିଲାବେଳେ ପାକ୍‌ ସେନାବାହିନୀ ଏହାକୁ ବଦଳାଇଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri