Categories: ଖେଳ

ପାକିସ୍ତାନରେ ବିଶ୍ୱକପ୍‌ ଆୟୋଜନ ଲାଗି ହେବ ଆଲୋଚନା

କରାଚୀ,୧୭।୧(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ମୁଖ୍ୟ କାର୍ଯ୍ୟକାରୀ (ସିଇଓ) ମନୁ ସାହାନେ ଆସନ୍ତା ସପ୍ତାହରେ ପାକିସ୍ତାନ ଗସ୍ତ କରିବେ। ସେଠାରେ ସେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) କର୍ମକର୍ତ୍ତାଙ୍କ ସହ ୨୦୨୩ରୁ ୨୦୩୧ ମଧ୍ୟରେ ଆଇସିସି ଇଭେଣ୍ଟ ଆୟୋଜନ ପାଇଁ ପାକିସ୍ତାନ ସମର୍ଥ କି ନାହିଁ, ସେନେଇ ପ୍ରାଥମିକ ଆଲୋଚନା କରିବେ। ଗତବର୍ଷ ଏପ୍ରିଲରେ ଆଇସିସି ସିଇଓ ଦାୟିତ୍ୱ ନେଇଥିବା ସାହାନେ ଆସନ୍ତା ୨୩ ତାରିଖରେ ଲାହୋରଠାରେ ପହଞ୍ଚତ୍ବେ। ପାକିସ୍ତାନ ଗତ କିଛି ମାସ ହେଲା ଦ୍ୱିପାକ୍ଷିକ ଅନ୍ତର୍ଜାତୀୟ ସିରିଜ୍‌ ଆୟୋଜନ କରୁଛି। ଦୁଇ ଦିନ ତଳେ ଆଇସିସି ଅଧ୍ୟକ୍ଷ ଶଶାଙ୍କ ମନୋହରଙ୍କ ହସ୍ତକ୍ଷେପ ଯୋଗୁ ବାଂଲାଦେଶ ପାକିସ୍ତାନରେ ସମ୍ପୂର୍ଣ୍ଣ ସିରିଜ୍‌ ଖେଳିବାକୁ ରାଜି ହୋଇଛି। ଗତ ୪ ମାସ ମଧ୍ୟରେ ଆଇସିସିର ୩ୟ କର୍ମକର୍ତ୍ତା ଭାବେ ସାହାନେ ପାକିସ୍ତାନ ଗସ୍ତ କରୁଛନ୍ତି। ପୂର୍ବରୁ ଆଇସିସିର ଉପାଧ୍ୟକ୍ଷ ଇମ୍ରାନ ଖାଓ୍ବଜା ଓ ଆଇସିସିର ସାଧାରଣ ସମ୍ପାଦକ ଜିଅଫ ଆଲରଡାଇସ ପାକିସ୍ତାନ-ଶ୍ରୀଲଙ୍କା ସିରିଜ୍‌ବେଳେ ପାକିସ୍ତାନ ଗସ୍ତ କରିଥିଲେ।

Share