ପଶ୍ଚିମ ଓଡିଶା ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର ଦାବିରେ ୬୦କିମି ପଦଯାତ୍ରା

ବଲାଙ୍ଗୀର ଅଫିସ, ୨୫ା୫-କରୋନା ଲକ୍‌ଡାଉନ୍‌ ଯୋଗଁୁ ବାହାର ରାଜ୍ୟରେ ଫସି ରହିଥିବା ପଶ୍ଚିମ ଓଡିଶାର ଲକ୍ଷାଧିକ ଦାଦନ ଶ୍ରମିକଙ୍କୁ ତୁରନ୍ତ ଉଦ୍ଧାର ଏବଂ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀଙ୍କୁ ଉଚିତ୍‌ ଖାଦ୍ୟ ଯୋଗାଇବାକୁ ଦାବି ହୋଇଛି। ଏହି ଦାବି ନେଇ କୋଶଳ ରାଜ୍ୟ ସମନ୍ବୟ ସମିତି ବେଲପଡା ଶାଖାର ତିନିଜଣ ସ୍ବେଚ୍ଛାସେବୀ ୬୦ କିଲୋମିଟର ପଦଯାତ୍ରାରେ ବଲାଙ୍ଗୀର ଆସି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି ା କୋଶଳ ରାଜ୍ୟ ସମନ୍ବୟ ସମିତିର ଯୁବ କେନ୍ଦ୍ରିୟ ସଙ୍ଗଠକ ବନମାଳୀ ନାଏକ, ପାଟଣାଗଡ ନିର୍ବାଚନ ମଣ୍ଡଳୀ ସଂଯୋଜକ ଗିରିରାଜ ଭୋଇ ଓ ଅଚ୍ୟୁତ ସିଫନ୍‌ ଖମାରୀ ରବିବାରଠାରୁ ବେଲପଡା ତାରିଣୀ ମନ୍ଦିରରୁ ପଦଯାତ୍ରା ଆରମ୍ଭ କରିଥିଲେ ା ସୋମବାର ପୂର୍ବାହ୍ନରେ ଏହି ତିନି ପଦଯାତ୍ରୀ ବଲାଙ୍ଗୀର ସହରକୁ ପ୍ରବେଶ କଲାବେଳେ ଲିଟିଲ ଫ୍ଲାୱାର ସ୍କୁଲ ସମ୍ମୁଖରେ ୟୁଥ୍‌ ଆକ୍ସନ କମିଟି ପକ୍ଷରୁ ସ୍ବାଗତ କରାଯାଇଥିଲା ା ପଦଯାତ୍ରୀ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ବା ପରେ କୋଶଳ ରାଜ୍ୟ ସମନ୍ବୟ ସମିତି କେନ୍ଦ୍ରୀୟ କମିଟି ତରଫରୁ କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର, ଉପସଭାପତି ମନୋରଞ୍ଜନ ସାହୁ, ସାଧାରଣ ସମ୍ପାଦକ ବିଭୁଦତ୍ତ ମିଶ୍ର, ଶରତ ହୋତା, ରବି ମିଶ୍ର, ରଣରାଜ ସିଂଦେଓ, କୋଶଳ ଯୁବ ସମନ୍ବୟ ସମିତି କେନ୍ଦ୍ରୀୟ ସଂଯୋଜକ ରିଲୁ ରଥ, ଡୋଳାମଣି ପ୍ରଧାନ, ବିନୋଦ କାଲସାଏ, ସନ୍ଦୀପ ବାଗ, ଆକ୍ସନ କମିଟିର ମୁନା ପଟ୍ଟନାୟକ, ପଦଯାତ୍ରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ା ଉପକୂଳ ଅଞ୍ଚଳର ପ୍ରବାସୀ ଶ୍ରମିକ ଓ ପଶ୍ଚିମ ଓଡିଶାର ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟକୁ ଫେରାଇ ଆଣିବା ଓ ଖାଦ୍ୟ ଯୋଗାଇଲା ବେଳେ ରାଜ୍ୟ ସରକାର ପାତରଅନ୍ତର କରୁଥିବା ପଦଯାତ୍ରୀମାନେ ଅଭିଯୋଗ କରିଥିଲେ ା କୌଣସି ପରିସ୍ଥିତିରେ ଏଭଳି ପଦକ୍ଷେପକୁ ସହ୍ୟ କରାଯିବ ନାହିଁ ବୋଲି କେନ୍ଦ୍ରୀୟ ସଭାପତି ମିଶ୍ର ସୂଚନା ଦେଇଥିଲେ ା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ଦାବିପତ୍ରକୁ ଜିଲା ଜରୁରୀ ଅଧିକାରୀ ଶଙ୍କର୍ଷଣ ପ୍ରଧାନଙ୍କୁ ପ୍ରଦାନ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ନବୀନ ଖେଳିଲେ ପଶ୍ଚିମ ଓଡ଼ିଶା କାର୍ଡ

ବଲାଙ୍ଗୀର, ୧୮ା୪(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶାରେ...

୩ଦିନ ହେଲା ଜଳଯୋଗାଣ ବନ୍ଦ: ପାଣି ପାଇଁ ଭରସା ନଦୀଜଳ

ସଇଁତଳା, ୧୪ା୪ (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଡ଼େଙ୍ଗ ପଞ୍ଚାୟତବାସୀ ଏବେ ଘୋର ପାନୀୟ ଜଳକଷ୍ଟରେ ରହିଛନ୍ତି। ପାଇପ୍‌ ଫାଟି ଯାଇଥିବାରୁ...

ସୋନିଆଙ୍କୁ ଭେଟିଲେ ନରସିଂହ

ବଲାଙ୍ଗୀର,୧୪ା୪(ବୀରେନ୍ଦ୍ର କୁମାର ଝାଙ୍କର)କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଶନିବାର ବଲାଙ୍ଗୀର ବିଧାୟକ ତଥା ବିଧାନ ସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ...

ଏଭଳି ନେତା ଦଳ ଛାଡିଲେ ପ୍ରଭାବ ପଡିବନି- ଶିବାଜୀ 

ବଲାଙ୍ଗୀର,୧୧ା୪ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭାଜପାର ପୂର୍ବତନ  ଜିଲା ସଭାପତି ପ୍ରଭାସ ପାଣିଗ୍ରାହୀ ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ଯୋଗ  ଦେଇଛନ୍ତି। ଭୁବନେଶ୍ୱରଠାରେ ବିଜେଡି...

ବିଦ୍ୟାଳୟ ଆସୁନାହାନ୍ତି ପ୍ରଧାନଶିକ୍ଷକ

ଲାଠୋର, ୧୧ା୪(ଭୁବନେଶ୍ୱର ବାରିକ)ବଲାଙ୍ଗୀର ଜିଲା ତୁରେକେଲା ବ୍ଳକ ହଲନଭଟା ପଞ୍ଚାୟତ ଅଧିନ ବିଜମାଲପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥାରେ ଚାଲିଛି। ପ୍ରଧାନ ଶିକ୍ଷକ...

‘ସାଲୁଜା ଯୁଆଡେ, ଆମେ ସିଆଡେ’

କଣ୍ଟାବାଞ୍ଜି, ୧୦/୪ (ଗୁରୁଦୟାଲ ହଂସ):ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହରିଭବନରେ ମଙ୍ଗଳବାର କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀ...

ଭାଜପାକୁ ବଡ଼ ଝଟ୍‌କା: ଇସ୍ତଫା ଦେଲେ ଟାଣୁଆ ନେତା

ବଲାଙ୍ଗୀର, ୯।୪: ମଙ୍ଗଳବାର ଭାଜପାକୁ ଏକ ବଡ଼ ଝଟ୍‌କା ଲାଗିଛି। ବଲାଙ୍ଗୀର ଜିଲା ପୂର୍ବତନ ଭାଜପା ସଭାପତି ପ୍ରଭାସ କୁମାର ପାଣିଗ୍ରାହୀ ଦଳରୁ ଇସ୍ତଫା ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri