ପଶ୍ଚିମ ଓଡିଶା ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର ଦାବିରେ ୬୦କିମି ପଦଯାତ୍ରା

ବଲାଙ୍ଗୀର ଅଫିସ, ୨୫ା୫-କରୋନା ଲକ୍‌ଡାଉନ୍‌ ଯୋଗଁୁ ବାହାର ରାଜ୍ୟରେ ଫସି ରହିଥିବା ପଶ୍ଚିମ ଓଡିଶାର ଲକ୍ଷାଧିକ ଦାଦନ ଶ୍ରମିକଙ୍କୁ ତୁରନ୍ତ ଉଦ୍ଧାର ଏବଂ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀଙ୍କୁ ଉଚିତ୍‌ ଖାଦ୍ୟ ଯୋଗାଇବାକୁ ଦାବି ହୋଇଛି। ଏହି ଦାବି ନେଇ କୋଶଳ ରାଜ୍ୟ ସମନ୍ବୟ ସମିତି ବେଲପଡା ଶାଖାର ତିନିଜଣ ସ୍ବେଚ୍ଛାସେବୀ ୬୦ କିଲୋମିଟର ପଦଯାତ୍ରାରେ ବଲାଙ୍ଗୀର ଆସି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି ା କୋଶଳ ରାଜ୍ୟ ସମନ୍ବୟ ସମିତିର ଯୁବ କେନ୍ଦ୍ରିୟ ସଙ୍ଗଠକ ବନମାଳୀ ନାଏକ, ପାଟଣାଗଡ ନିର୍ବାଚନ ମଣ୍ଡଳୀ ସଂଯୋଜକ ଗିରିରାଜ ଭୋଇ ଓ ଅଚ୍ୟୁତ ସିଫନ୍‌ ଖମାରୀ ରବିବାରଠାରୁ ବେଲପଡା ତାରିଣୀ ମନ୍ଦିରରୁ ପଦଯାତ୍ରା ଆରମ୍ଭ କରିଥିଲେ ା ସୋମବାର ପୂର୍ବାହ୍ନରେ ଏହି ତିନି ପଦଯାତ୍ରୀ ବଲାଙ୍ଗୀର ସହରକୁ ପ୍ରବେଶ କଲାବେଳେ ଲିଟିଲ ଫ୍ଲାୱାର ସ୍କୁଲ ସମ୍ମୁଖରେ ୟୁଥ୍‌ ଆକ୍ସନ କମିଟି ପକ୍ଷରୁ ସ୍ବାଗତ କରାଯାଇଥିଲା ା ପଦଯାତ୍ରୀ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ବା ପରେ କୋଶଳ ରାଜ୍ୟ ସମନ୍ବୟ ସମିତି କେନ୍ଦ୍ରୀୟ କମିଟି ତରଫରୁ କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର, ଉପସଭାପତି ମନୋରଞ୍ଜନ ସାହୁ, ସାଧାରଣ ସମ୍ପାଦକ ବିଭୁଦତ୍ତ ମିଶ୍ର, ଶରତ ହୋତା, ରବି ମିଶ୍ର, ରଣରାଜ ସିଂଦେଓ, କୋଶଳ ଯୁବ ସମନ୍ବୟ ସମିତି କେନ୍ଦ୍ରୀୟ ସଂଯୋଜକ ରିଲୁ ରଥ, ଡୋଳାମଣି ପ୍ରଧାନ, ବିନୋଦ କାଲସାଏ, ସନ୍ଦୀପ ବାଗ, ଆକ୍ସନ କମିଟିର ମୁନା ପଟ୍ଟନାୟକ, ପଦଯାତ୍ରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ା ଉପକୂଳ ଅଞ୍ଚଳର ପ୍ରବାସୀ ଶ୍ରମିକ ଓ ପଶ୍ଚିମ ଓଡିଶାର ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟକୁ ଫେରାଇ ଆଣିବା ଓ ଖାଦ୍ୟ ଯୋଗାଇଲା ବେଳେ ରାଜ୍ୟ ସରକାର ପାତରଅନ୍ତର କରୁଥିବା ପଦଯାତ୍ରୀମାନେ ଅଭିଯୋଗ କରିଥିଲେ ା କୌଣସି ପରିସ୍ଥିତିରେ ଏଭଳି ପଦକ୍ଷେପକୁ ସହ୍ୟ କରାଯିବ ନାହିଁ ବୋଲି କେନ୍ଦ୍ରୀୟ ସଭାପତି ମିଶ୍ର ସୂଚନା ଦେଇଥିଲେ ା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ଦାବିପତ୍ରକୁ ଜିଲା ଜରୁରୀ ଅଧିକାରୀ ଶଙ୍କର୍ଷଣ ପ୍ରଧାନଙ୍କୁ ପ୍ରଦାନ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ଜଳ ମାଡ଼ି ଆସିବାରୁ ଫସିଗଲେ ୧୩ଚାଷୀ, ଉଦ୍ଧାର ପାଇଁ ଆସିଲା ଓଡ୍ରାଫ ଟିମ୍‌, ମଝି ପାଣିରେ ରହିଯାଇଥିଲେ ୪

ବଲାଙ୍ଗୀର,୩୦।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ଟିଟିଲାଗଡ଼ ଉନ୍ଦେର ନଦୀରେ ବନ୍ୟା ଆସିବାରୁ ଫସିଗଲେ ୧୩ ଚାଷୀ । ବଙ୍ଗୋମୁଣ୍ଡା ଗନ୍ଧର୍ଲା ଗାଁର ୫ ଜଣ…

ଟ୍ରେନ ଆଗକୁ ଡେଇଁ ପଡ଼ିଲେ ମହିଳା, ଆଉ ତା’ପରେ…

ବଲାଙ୍ଗୀର,୨୮।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଖୁଜେନପାଲି କବାଟପଡ଼ା ରେଳ ଲାଇନ୍‌ ନିକଟରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ରେଳବାଇ ପୋଲିସ ଉଦ୍ଧାର କରିଛି। ମହିଳାଙ୍କ ପରିଚୟ ମିଳି…

ବଲାଙ୍ଗୀରରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ, ୫ ଲକ୍ଷ ୨ ହଜାର ସ୍ୱାକ୍ଷର ସମ୍ବଳିତ ପ୍ରାର୍ଥନାପତ୍ର…

ବଲାଙ୍ଗୀର,୨୭।୭(ସୁନିଲ କୁମାର ମହାନ୍ତି): ଗୋମାତାଙ୍କ ସେବା, ସୁରକ୍ଷା ଓ ସମ୍ମାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ଚାଲିଥିବା ଗୋ ସମ୍ମାନ ଆହ୍ୱାନ ଅଭିଯାନର ପ୍ରଭାବ ବଲାଙ୍ଗୀରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri