ପଶ୍ଚିମବଙ୍ଗରେ ଅମ୍ଫନ କମ୍ପନ

କୋଲକାତା,୨୧ା୫: ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଅମ୍ଫନ ବୁଧବାର ଅପରାହ୍ନରେ ପଶ୍ଚିମବଙ୍ଗର ଦୀଘାଠାରେ ସ୍ଥଳଭାଗ ଛୁଇଁବା ପରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଅମ୍ଫନ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ୧୬୦ରୁ୧୭୦ କି.ମି. ବେଗରେ ପବନ ବହିବା ସହ ମଝିରେ ମଝିରେ ପବନର ବେଗ ୧୯୦ କିଲୋମିଟରରେ ପହଞ୍ଚତ୍ଥିଲା। ସମୁଦ୍ରରେ ୩ରୁ ୫ ମିଟର ଉଚ୍ଚର ଜୁଆର ଉଠିଥିଲା। ବାତ୍ୟାରେ ୫ ହଜାରରୁ ଅଧିକ ଘର ଭାଙ୍ଗିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି। ସ୍ଥଳଭାଗ ଛୁଇଁବା ପରେ ୪ ଘଣ୍ଟା ଧରି ବାତ୍ୟା ଅମ୍ଫନ ତାଣ୍ଡବ ରଚିଥିଲା। ଉପକୂଳବର୍ତ୍ତୀ ଜିଲାଗୁଡ଼ିକ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଅନେକ ଗଛ ଉପୁଡ଼ିପଡିବା ସହ ପବନ ବିଦ୍ୟୁତ ଖୁଣ୍ଟଗୁଡ଼ିକୁ ମୋଡ଼ି ଦେଇଛି। ବର୍ଷାଜଳ ଓ ଜୁଆର ଯୋଗୁ ସହରର ଖାଲୁଆ ଅଞ୍ଚଳ ଓ ଉପକୂଳବର୍ତ୍ତୀ ଗାଁଗୁଡ଼ିକ ଜଳାର୍ଣ୍ଣବ ହୋଇଯାଇଛି। ଅମ୍ଫାନ ପ୍ରଭାବରେ କୋଲକାତାରେ ପ୍ରବଳ ବର୍ଷା ସାଙ୍ଗକୁ ଗଛ ଉପୁଡ଼ିପଡ଼ିବାରୁ ବିଦ୍ୟୁତ ସରବରାହ ବନ୍ଦ ହେବା ସହ ଅନେକ ଅଞ୍ଚଳରେ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କୋଲକାତାର କେତେକ ବିଲ୍ଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଇଛି। ବତ୍ୟା ନଦିଆ ଓ ମୁର୍ଶିଦାବାଦ ଜିଲା ଅତିକ୍ରମ କରି ବାଂଲାଦେଶରେ ମଧ୍ୟ ବ୍ୟାପକ କ୍ଷତି ଘଟାଇଛି।
ସାମୁଦ୍ରିକ ବାତ୍ୟା ଅମ୍ଫନ ସ୍ଥଳଭାଗ ଛୁଇଁବା ପୂର୍ବରୁ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରୁ ପାଖାପାଖି ୩.୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ବାହିନୀ (ଏନ୍‌ଡିଆର୍‌ଏଫ୍‌) ମୁଖ୍ୟ ଏସ୍‌.ଏନ୍‌. ପ୍ରଧାନ ଏହି ସୂଚନା ଦେଇଛନ୍ତି। ବାତ୍ୟା ପ୍ରଭାବରେ ସମୁଦ୍ରରେ ୪ରୁ ୬ ମିଟର ଉଚ୍ଚର ଜୁଆର ଉଠିବାକୁ ଥିବାରୁ ଏହାର ମୁକାବିଲା ପାଇଁ ଉଦ୍ଧାରକାରୀ ଦଳ ଓ ପ୍ରଶାସନ ପ୍ରସ୍ତୁତ ରହିଛନ୍ତି। ଓଡ଼ିଶା ଓ ପଶ୍ଚିମବଙ୍ଗରେ ଏନ୍‌ଡିଆର୍‌ଏଫ୍‌ର ମୋଟ ୪୧ଟି ଟିମ୍‌କୁ ମୁତୟନ କରାଯାଇଛି। ପଶ୍ଚିମବଙ୍ଗର ୬ଟି ଜିଲାରେ ୧୯ଟି ଟିମ୍‌କୁ ମୁତୟନ କରାଯାଇଥିବାବେଳେ ୨ଟିକୁ ରିଜର୍ଭ ରଖାଯାଇଛି।

ବାଂଲାଦେଶରେ ୨୦ ଲକ୍ଷ ସ୍ଥାନାନ୍ତର
ସାମୁଦ୍ରିକ ବାତ୍ୟା ଅମ୍ଫନ ବୁଧବାର ଅପରାହ୍ଣରେ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚିଛି। ବାତ୍ୟାର ମୁକାବିଲା ଲାଗି ବାଂଲାଦେଶ ସରକାର ଉପକୂଳବର୍ତ୍ତୀ ଅଞ୍ଚଳରୁ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ନେଇ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳରେ ରଖିଛନ୍ତି। ଏଥିପାଇଁ ୧୩,୨୪୧ ବାତ୍ୟା ଆଶ୍ରୟସ୍ଥଳ ଖୋଲାଯାଇଛି। ବାତ୍ୟା ମୁକାବିଲା ଓ ଉଦ୍ଧାର କାର୍ଯ୍ୟରେ ସେନାର ତିନି ବାହିନୀକୁ ମୁତୟନ କରାଯାଇଛି। ଅମ୍ଫନ ଅତି ଭୀଷଣ ବାତ୍ୟା ହୋଇଥିବାରୁ ବ୍ୟାପକ କ୍ଷୟକ୍ଷତି କରିବା ଆଶଙ୍କା କରାଯାଉଛି। ୨୦୦୭ରେ ବାଂଲାଦେଶରେ ‘ସିଡର’ ବାତ୍ୟାରେ ୩୫୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା।
ବାତ୍ୟା ପ୍ରଭାବରୁ ଲୋକଙ୍କ ଧନଜୀବନର ସୁରକ୍ଷା ପାଇଁ ସମସ୍ତ ସମ୍ଭାବ୍ୟ ପ୍ରସ୍ତୁତି କରାଯାଇଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା କହିଛନ୍ତି। ଉଦ୍ଧାର ଓ ରିଲିଫ କାର୍ଯ୍ୟ ଲାଗି ନୌସେନା ୨୫ଟି ଜାହାଜକୁ ମୁତୟନ କରିଛି। ଦୁଇଟି ପାଟ୍ରୋଲ ବିମାନ ଓ ଦୁଇ ହେଲିକପ୍ଟରକୁ ପ୍ରସ୍ତୁତ କରି ରଖାଯାଇଛି। ସ୍ଥଳସେନା ପକ୍ଷରୁ ୧୮,୪୦୦ ରିଲିଫ ପ୍ୟାକେଟ ପ୍ରସ୍ତୁତ କରାଯିବା ସହ ୭୧ଟି ମେଡିକାଲ ଟିମ୍‌ ଗଠନ କରାଯାଇଛି। ୧୪୫ ବିପର୍ଯ୍ୟୟ ପରିଚାଳନା ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବା ଲାଗି ପ୍ରସ୍ତୁତ ହୋଇ ରହିଛନ୍ତି। ବାୟୁସେନା ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସାମିଲ ହେବା ସହ କ୍ଷୟକ୍ଷତିର ଆକଳନ କରିବ। ଏଥିପାଇଁ ଏହାର ୬ଟି ପରିବହନ ବିମାନ ଓ ୨୨ଟି ହେଲିକପ୍ଟରକୁ ପ୍ରସ୍ତୁତ କରି ରଖାଯାଇଛି। ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବାକୁ ଥିବା ୧୦ଟି ଉପକୂଳବର୍ତ୍ତୀ ଜିଲାକୁ ବିପଦ ସଙ୍କେତ ୧୦ରେ ରଖାଯାଇଛି। ଅମ୍ଫନ ସୁନ୍ଦରବନରେ ସ୍ଥଳଭାଗ ଛୁଇଁଥିବାରୁ ବ୍ୟାପକ ଜଙ୍ଗଲ ସମ୍ପଦ ନଷ୍ଟ ହେବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଅମ୍ଫନ୍‌’କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୬ା୬(ବ୍ୟୁରୋ)/ଚାନ୍ଦବାଲି/ଭଦ୍ରକ ଅଫିସ, (ଡି.ଏନ୍‌.ଏ.)/ଜଗତ୍‌ସିଂହପୁର ଅଫିସ/ଏରସମା(ସ୍ବ.ପ୍ର.): ବାତ୍ୟା ‘ଅମ୍ଫନ୍‌’ର କ୍ଷୟକ୍ଷତି ଆକଳନ କରିବାକୁ ଓଡ଼ିଶା ଗସ୍ତରେ ଆସିଥିବା ୭ ଜଣିଆ କେନ୍ଦ୍ରୀୟ ଟିମ୍‌ ଶୁକ୍ରବାର ୪ଟି ଜିଲା...

କିଲୋ ପିଛା ବଢ଼ିଲା ୧୦ ଟଙ୍କା

କଟକ ଅଫିସ,୫ା୬: ବଜାରରେ ଏବେ ଆଳୁ ଦର ବଢ଼ିବାରେ ଲାଗିଛି। ଦୁଇ ଦିନ ଭିତରେ କିଲୋ ପିଛା ୧୦ ଟଙ୍କା ବଢ଼ିଲାଣି। ବାତ୍ୟା ଅମ୍ଫନ ପ୍ରଭାବ...

ଅମ୍ଫନ୍‌ କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ୍‌

ଚାନ୍ଦବାଲି/ଭଦ୍ରକ ଅଫିସ, ୫ା୬(ଡି.ଏନ୍‌.ଏ.): ୪ଜଣିଆ କେନ୍ଦ୍ରୀୟ ଟିମ୍‌ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ପ୍ରକାଶ, ସହକାରୀ କମିଶନର ଡ. ସୋମନାଥ ଅଗସିମଣି, କେନ୍ଦ୍ରୀୟ...

ଦୁର୍ଦ୍ଦିନରେ ସୁନ୍ଦରବନର ‘ବାଘ ବିଧବା’

ଗୋସାବା(ପଶ୍ଚିମବଙ୍ଗ): ସୁନ୍ଦରବନର ‘ବାଘ ବିଧବା’ଙ୍କ ଦୁଃଖ କହିଲେ ନ ସରେ। ସ୍ବାମୀଙ୍କୁ ବାଘ ମାରିବା ପରେ ‘ଅମ୍ଫନ୍‌’ ବାତ୍ୟା ସେମାନଙ୍କୁ ସର୍ବସ୍ବାନ୍ତ କରିପକାଇଛି। ମଞ୍ଜୁଲା ସର୍ଦ୍ଦାର...

ଅମ୍ଫନ୍‌ ପାଇଁ ଲକ୍ଷେ କୋଟି କ୍ଷତି

କୋଲକାତା,୨୪।୫: ମହାବାତ୍ୟା ଅମ୍ଫନ୍‌ ଯୋଗୁ ପୂର୍ବାଞ୍ଚଳ ରାଜ୍ୟ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷତିକ୍ଷତି ଘଟିଥିଲେ ହେଁ ଓଡ଼ିଶା ସେତେଟା ପ୍ରଭାବିତ ହୋଇନାହିଁ। ଅମ୍ଫନ୍‌ ଯୋଗୁ ଭିତ୍ତିଭୂମି, କୃଷି...

୨୪ ଘଣ୍ଟା ନ ପୁରୁଣୁ ଓଡ଼ିଶାକୁ ମିଳିଲା ୫୦୦ କୋଟି

ଭୁବନେଶ୍ୱର,୨୩।୫(ବ୍ୟୁରୋ): ୨୪ ଘଣ୍ଟା ନ ପୁରୁଣୁ ରାଜ୍ୟକୁ ଅମ୍ଫନ ସହାୟତା ମିଳିଛି। ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ୫୦୦ କୋଟି ଟଙ୍କା ଓଡ଼ିଶାକୁ ମିଳିଛି। କେନ୍ଦ୍ର ଗୃହ...

ଟୁଇଟ୍‌ କରି ସହଯୋଗର ହାତ ବଢ଼ାଇଲେ ୩ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୩ା୫(ବ୍ୟୁରୋ): ବାତ୍ୟା ‘ଅମ୍ଫନ୍‌’ ପ୍ରକୋପରୁ ଓଡ଼ିଶା ବର୍ତ୍ତି ଯାଇଥିବାବେଳେ ପଡ଼ୋଶୀ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାତ୍ୟା ସମୀକ୍ଷା ଲାଗି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ବିଦ୍ୟୁତ୍‌ କର୍ମଚାରୀଙ୍କ ବାତ୍ୟା ମୁକାବିଲାକୁ ମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର, ୨୩ା୫ (ବ୍ୟୁରୋ): ବାତ୍ୟା ‘ଅମ୍ଫନ’ରେ କ୍ଷତିଗ୍ରସ୍ତ ବିଦ୍ୟୁତ୍‌ ସେବାକୁ ସ୍ବାଭାବିକ କରିବା ପାଇଁ ଯେଉଁ କର୍ମଚାରୀମାନେ ଦିନରାତି ଅବିରତ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଶକ୍ତିମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri