ପର ଭଳି ବ୍ୟବହାର ଦେଖାଇଲେ ପରିବାର

ଅନୁଗୋଳ ଅଫିସ, ୧୪।୫ – ରକ୍ତ ସମ୍ପର୍କରେ ସନ୍ଦେହ ଭରିଛି କରୋନା ଭୟ। ଖାସ୍‌ ଏହି କାରଣରୁ ଭୁବନେଶ୍ୱରରୁ ଫେରିଥିବା ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ନିଜ ପରିବାର ଲୋକଙ୍କଠାରୁ ପରଭଳି ବ୍ୟବହାର ସହିବାକୁ ପଡ଼ିଛି। ଭିଣୋଇଙ୍କ ସାଙ୍ଗ ବାଇକ୍‌ରେ ଆଣି ହଠାତ୍‌ ଘରପାଖରେ ଛାଡ଼ିଦେଇ ଯିବା ପରେ ପରିବାର ଲୋକେ ତାଙ୍କୁ ଘରକୁ ନେଇ ଭଲମନ୍ଦ ପଚାରି ବୁଝିବା ପରିବର୍ତ୍ତେ ରାସ୍ତାକଡ଼ରେ ୩ ଘଣ୍ଟା ବସାଇ ବାହାରେ କ୍ୱାରାଣ୍ଟାଇନ୍‌ରେ ରଖିବା କିମ୍ବା କୋଭିଡ୍‌ ଟେଷ୍ଟ ପାଇଁ ପ୍ରଶାସନକୁ ଜଣାଇବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ବୁଧବାର ସନ୍ଧ୍ୟାରେ ଅନୁଗୋଳ ସହରସ୍ଥିତ ରାଧାରମଣପଡ଼ାରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ ପରିବାର ଲୋକଙ୍କୁ ବୁଝାଶୁଝା କରି ରାତି ପ୍ରାୟ ୯ଟାରେ ପ୍ରଶାସନ ନାବାଳିକାଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖିଥିବା ଖବର ମିଳିଛି।
ସୂଚନା ଅନୁଯାୟୀ, ଗର୍ଭବତୀ ଥିବା ବଡ଼ଭଉଣୀଙ୍କୁ ସହଯୋଗ କରିବାକୁ ଦୁଇମାସ ତଳେ ଭିଣୋଇ ସମ୍ପୃକ୍ତା ନାବାଳିକାଙ୍କୁ ଭୁବନେଶ୍ୱର ନେଇଯାଇଥିଲେ। ହେଲେ ବୁଧବାର ଅପରାହ୍ନରେ କାହାକୁ କିଛି ନ ଜଣାଇ ଭିଣୋଇ ଜଣେ ସାଙ୍ଗଙ୍କ ସହ ବାଇକ୍‌ରେ ତାଙ୍କୁ ଅନୁଗୋଳସ୍ଥିତ ଘରକୁ ପଠାଇ ଦେଇଥିଲେ। ନାବାଳିକା ଜଣକ ଭୁବନେଶ୍ୱରରୁ ଫେରିଥିବା ଦେଖି କରୋନା ସନ୍ଦେହରେ ଭୟଭୀତ ପରିବାର ଲୋକେ ତାଙ୍କୁ ଘରକୁ ଯିବାକୁ ବାରଣ କରିଥିଲେ। ଏଥିସହ ରାସ୍ତା କଡ଼ରେ ବସାଇ ରଖି ବାହାରେ କେଉଁଠି ସଙ୍ଗରୋଧରେ ରଖାଯିବା ନଚେତ କୋଭିଡ୍‌ ଟେଷ୍ଟ କରିବାକୁ ସେମାନେ ପୌର ପ୍ରଶାସନକୁ କହିଥିଲେ। କିନ୍ତୁ ଏତେ ଛୋଟ ପିଲାକୁ ନେଇ କ୍ବାରାଣ୍ଟାଇନ୍‌ରେ ରଖି ହେବ ନାହିଁ ବୋଲି ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିବା ପରେ ପରିବାର ଲୋକେ ଉପଜିଲାପାଳ ବାସୁଦେବ ଶତପଥୀଙ୍କୁ ଯୋଗାଯୋଗ କରିଥିଲେ। ଉପଜିଲାପାଳଙ୍କଠାରୁ ନିର୍ଦ୍ଦେଶ ପାଇ ପୌର ନିର୍ବାହୀ ଅଧିକାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ପରିବାର ଲୋକଙ୍କୁ ବୁଝାଶୁଝା କରି ନାବାଳିକାଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖାଇଥିଲେ। ଖବରପାଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ମଧ୍ୟ ସେଠାରେ ପହଞ୍ଚତ୍ଥିବା ସୂଚନା ମିଳିଛି। ଏ ନେଇ ପୌର ନିର୍ବାହୀ ଅଧିକାରୀ ପଣ୍ଡା କହିଛନ୍ତି, ରାଜ୍ୟ ବାହାରୁ ଫେରୁଥିବା ଲୋକଙ୍କୁ ବିଭିନ୍ନ ସ୍ଥାନରେ କ୍ୱାରାଣ୍ଟାଇନ୍‌ରେ ରଖାଯାଉଛି। କିନ୍ତୁ ୧୨ ବର୍ଷର ଝିଅଟିକୁ ନେଇ ଅନ୍ୟକେଉଁଠି ସଙ୍ଗରୋଧରେ ରଖାଯିବା ସମ୍ଭବ ନୁହେଁ ବୋଲି ବୁଝାଶୁଝା ପରେ ସମସ୍ୟାର ସମାଧାନ ହୋଇଥିଲା। ଘଟଣା ସମ୍ପର୍କରେ ନାବାଳିକାଙ୍କ ଜେଜେ କହିଛନ୍ତି, ଗୋଟିଏ ବଖରାରେ ପରିବାରର ସମସ୍ତେ ରହୁଛନ୍ତି। ତେଣୁ ଭୁବନେଶ୍ୱରରୁ ଫେରିଥିବା ନାତୁଣୀଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖିବାରେ ଅସୁବିଧା ହେବ ବୋଲି ଅନୁଭବ କରି କିଛି ଭିନ୍ନ ବ୍ୟବସ୍ଥା କରିବାକୁ ପ୍ରଶାସନକୁ ଜଣାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri