Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ଭୀମବନ୍ଧ ବନ୍ୟପ୍ରାଣୀ ଅଭୟାରଣ୍ୟ; କେବେ ଯିବେ, କେମିତି ଯିବେ, କ’ଣ ଦେଖିବେ

ବିହାରର ମୁଙ୍ଗେର ଜିଲାରେ ଅବସ୍ଥିତ ଭୀମବନ୍ଧ ବନ୍ୟପ୍ରାଣୀ ଅଭୟାରଣ୍ୟ ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ଏହା ମୁଖ୍ୟତଃ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ତଥା ବିରଳ ଜୀବଜନ୍ତୁଙ୍କ ପାଇଁ ପ୍ରସିଦ୍ଧି ଲାଭ କରିପାରିଛି। ପ୍ରାୟ ୬୮୧.୯୯ ବର୍ଗ କିମି ପରିବ୍ୟାପ୍ତ ଅଞ୍ଚଳ ଉପରେ ଗଢିଉଠିଥିବା ଏହି ଅଭୟାରଣ୍ୟର ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ଅନେକ ଦର୍ଶନୀୟ ସ୍ଥାନ ଥିବାରୁ ଏଠାକୁ ପର୍ଯ୍ୟଟକଙ୍କର ସୁଅ ଛୁଟିବାରେ ଲାଗିଛି।


ନାମକରଣକୁ ନେଇ ଲୋକକଥା
ଉକ୍ତ ଅଭୟାରଣ୍ୟଟିର ନାମକରଣକୁ ନେଇ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ଦେଇଥାନ୍ତି। କେହି କେହି କୁହନ୍ତି, ପଞ୍ଚୁପାଣ୍ଡବଙ୍କ ମଧ୍ୟରୁ ଜଣେ ଭାଇ ଭୀମ କୁଆଡ଼େ ଏହି ସ୍ଥାନରେ ଏକ ବନ୍ଧ ନିର୍ମାଣ କରିଥିଲେ। ଆଉ ସେଥିପାଇଁ ଏହି ଅଭୟାରଣ୍ୟଟିର ନାମ ଭୀମବନ୍ଧ ବନ୍ୟପ୍ରାଣୀ ଅଭୟାରଣ୍ୟ ରଖାଯାଇଛି।


କେବେ ଯିବେ
ମୁଙ୍ଗେର ଜିଲାରେ ବର୍ଷକ ବାରମାସ ବେଶ୍‌ ଭଲ ପାଣିପାଗ ରହିଥାଏ। ଏଠାରେ ମୁଖ୍ୟତଃ ୩ଟି ଋତୁ ଅନୁଭବ ହୋଇଥାଏ, ଯଥା: ଖରା, ବର୍ଷା ଓ ଶୀତ। ମାର୍ଚ୍ଚରୁ ମେ’ ଏଠାରେ ଗ୍ରୀଷ୍ମଋତୁ, ଜୁନ୍‌ରୁ ସେପ୍ଟେମ୍ବର ବର୍ଷା ଓ ଅକ୍ଟୋବରରୁ ଫେବୃୟାରୀ ଶୀତଋତୁ ଅନୁଭୂତ ହୁଏ। ତେବେ ଖରାଦିନେ ନା ଏଠି ବେଶି ଗରମ ହୁଏ ନା ଶୀତଦିନେ ବେଶି ଶୀତ। ସେହିପରି ବର୍ଷା ବି ଏଠାରେ ସାଧାରଣ ହୋଇଥାଏ। ତେଣୁ ପର୍ଯ୍ୟଟକ ନିଜ ସୁବିଧା ଅନୁସାରେ ଯେତେବେଳେ ଚାହିଁବେ ସେତେେବେଳେ ଏଠାକୁ ବୁଲିବାକୁ ଆସିପାରିବେ।


କେମିତି ଯିବେ
ଏହି ଅଭୟାରଣ୍ୟଟି ମୁଙ୍ଗେର୍‌ ସହରଠାରୁ ପ୍ରାୟ ୫୬ କିମି ଦୂରରେ ଅବସ୍ଥିତ। ତା’ଛଡ଼ା ଭାଗଲପୁର ଜଙ୍କଶନ୍‌ ରେଲ୍‌ଓ୍ବେ ଷ୍ଟେଶନ ହେଉଛି ଏହାର ନିକଟତମ ରେଳଷ୍ଟେଶନ। ସେହିପରି ପାଟନା ଏୟାର୍‌ପୋର୍ଟ ହେଉଛି ଏହି ଅଭୟାରଣ୍ୟ ନିକଟବର୍ତ୍ତୀ ବିମାନବନ୍ଦର, ଯାହା ପ୍ରାୟ ୨୦୦ କିମି ଦୂରରେ ଅବସ୍ଥିତ।


କ’ଣ ଦେଖିବେ
ପର୍ଯ୍ୟଟକ ଉକ୍ତ ଅଭୟାରଣ୍ୟରେ ବହୁ ବିରଳ ପଶୁପକ୍ଷୀଙ୍କୁ ଦେଖିବାର ସୁଯୋଗ ପାଇଥାନ୍ତି। ଖାସ୍‌କରି ବାଘଙ୍କ ସଂଖା ଏଠାରେ ଟିକେ ଅଧିକ ଦେଖିବାକୁ ମିଳିଥାଏ। ତା’ଛଡ଼ା ଚିତାବାଘ, ଭାଲୁ, ଠେକୁଆ, ମାଙ୍କଡ଼, ବୋବାଉଥିବା ହରିଣ, ନୀଳଗାଈ, ହେଟାବାଘ, ଜଙ୍ଗଲୀ ବିଲେଇ, ଚିତ୍ରା ବିଲେଇ, ନେଉଳ, ବିଲୁଆ, କୋକିଶିଆଳି, ମୁଣ୍ଡରେ ଗାର ଗାର ଚିହ୍ନ ଥିବା ଓଧ ଜାତୀୟ ଏକ ପ୍ରକାର ରାତ୍ରିଚର ପ୍ରାଣୀ, ଉଡ଼ନ୍ତା ଗୁଣ୍ଡୁଚିମୂଷା ଇତ୍ୟାଦି ବି ଏଠାରେ ଦେଖାଯାଇଥାନ୍ତି। ଅନ୍ୟପକ୍ଷେ ୧୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀଙ୍କୁ ଦେଖିବାର ସୁଯୋଗ ମଧ୍ୟ ଏଠାରେ ରହିଛି। ଖାସ୍‌କରି ମୟୂର, ଧୂସର ରଙ୍ଗର ଏକପ୍ରକାର ଶିକାରୀ ପକ୍ଷୀ, ହରଡ଼ ଚଢ଼େଇ ପରି ଖାଇବା ଯୋଗ୍ୟ କ୍ଷୁଦ୍ର ପକ୍ଷୀ, ଗେଣ୍ଡାଳିଆ ଜାତୀୟ ପକ୍ଷୀ, ଚାତକ ପକ୍ଷୀ, କର୍କଶ ରାବ କରୁଥିବା ରାତ୍ରିକାଳୀନ ପକ୍ଷୀ, ମାଛରଙ୍କା, ବୁଲ୍‌ବୁଲ୍‌, ବଣି, ପାରା, କାଠହଣା, ରଙ୍ଗିନ ପର ଥିବା କୁଆ ଜାତୀୟ ପକ୍ଷୀ, ଛଞ୍ଚାଣ, ଚିଲ, ଶାଗୁଣା ଇତ୍ୟାଦି ପକ୍ଷୀଙ୍କୁ ପ୍ରାୟତଃ ପର୍ଯ୍ୟଟକ ଏଠାରେ ଦେଖିଥାନ୍ତି। ଆଉ ଶୀତଦିନ ହେଲେ ଅନେକ ଭ୍ରମଣକାରୀ ପକ୍ଷୀଙ୍କର ବି ଏଠାରେ ବେଶ୍‌ ଭିଡ଼ ପରିଲକ୍ଷିତ ହୋଇଥାଏ, ଯାହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କର ସୁଅ ଏଠାକୁ ଛୁଟିଥାଏ। ସେହିପରି ଅଭୟାରଣ୍ୟ ମଧ୍ୟରେ ଥିବା ଏକ ଜଳାଶୟରେ କୁମ୍ଭୀର ସହିତ ବିଭିନ୍ନ ପ୍ରକାର ସାପ ବି ଦେଖିବାର ସୁଯୋଗ ମିଳିଥାଏ। ତା’ଛଡ଼ା ଅଭୟାରଣ୍ୟ ଭିତରେ ଏକ ସ୍ବତନ୍ତ୍ର ବିଭାଗ ମଧ୍ୟ ରହିଛି, ଯେଉଁଠାରେ ବହୁ ଔଷଧୀୟ ବୃକ୍ଷ ଥିବା ଦେଖାଯାଏ, ଯାହାକୁ ଦେଖିବାକୁ ଓ ପରୀକ୍ଷା ନିରୀକ୍ଷା କରିବାକୁ ଅଧିକାଂଶ ସମୟରେ ବହୁ ଉଦ୍ଭିଦ ବିଜ୍ଞାନୀ ଏଠାକୁ ଆସିଥାନ୍ତି।


ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀ
ଭୀମବନ୍ଧ ବନ୍ୟପ୍ରାଣୀ ଅଭୟାରଣ୍ୟର ନିକଟବର୍ତ୍ତୀ ଅଞ୍ଚଳରେ ବି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀମାନ ରହିଛି। ଯଥା: ରିଷିକୁଣ୍ଡ, ସୀତାକୁଣ୍ଡ, ହାହା ପଞ୍ଚକୁମାରୀ, ରାମେଶ୍ୱର କୁଣ୍ଡ, ଖଡଗପୁର ହ୍ରଦ ଇତ୍ୟାଦି ଅନ୍ୟତମ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri