Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ପ୍ରାକୃତିକ ବୈଭବରେ ଭରା ଥେନୀ

ତାମିଲନାଡୁର ଜଳବାୟୁ ସବୁ ସମୟରେ ବୁଲାବୁଲି କରିବା ପାଇଁ ବେଶ୍‌ ଅନୁକୂଳ ରହିଥାଏ। ଏଠାରେ ଗୋଟିଏ କି ଦୁଇଟି ନୁହେଁ, ଏମିତି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ରହିଛି, ଯେଉଁଠାକୁ ବୁଲିଗଲେ ନିଆରା ଅନୁଭୂତି ସାଉଁଟିବାର ସୁଯୋଗ ମିଳିଥାଏ। ତନ୍ମଧ୍ୟରୁ ଗୋଟିଏ ଦର୍ଶନୀୟସ୍ଥାନ ହେଉଛି ଥେନୀ। ତାମିଲନାଡୁର ଏହା ହେଉଛି ଏକ ଜିଲା। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ଭରା ଥେନୀରେ ପର୍ଯ୍ୟଟକ ବିଭିନ୍ନ ସ୍ଥାନ ବୁଲିବା ସହ ଅନେକ କିଛି କିଣିପାରିବେ।

କ’ଣ ଦେଖିବେ
ଥେନୀରେ ପର୍ଯ୍ୟଟକଙ୍କୁ ଆକର୍ଷିତ କଲା ଭଳି ଅନେକ ଦର୍ଶନୀୟସ୍ଥାନ ରହିଛି। ବୈଗାଇ ଡ୍ୟାମ, ସୋଥୁପରାଇ ଡ୍ୟାମ୍‌ ଏବଂ ଶାନ୍‌ମୁଙ୍ଗାଥି ଡ୍ୟାମ୍‌ ହେଉଛି ଏଠାକାର ତିନୋଟି ପ୍ରମୁଖ ପିକ୍‌ନିକ୍‌ ସ୍ପଟ୍‌। ସେହିପରି ଏଠାରେ କେତୋଟି ଆକର୍ଷଣୀୟ ଝରଣା ବି ଦେଖିବାକୁ ମିଳିଥାଏ। ତନ୍ମଧ୍ୟରୁ କୁମ୍ବାକାରାଇ ଝରଣା, ଚାଇନା ସୁରୁଲି ଝରଣା ହେଉଛି ଅନ୍ୟତମ। ତା’ଛଡ଼ା ଥେନୀରେ ଅନେକ ଦେବାଳୟ ମଧ୍ୟ ରହିଛି। ଯେମିତି କି କାମାକ୍ଷୀ ଅମ୍ମାନ୍‌ ମନ୍ଦିର, ଗୌମରିୟମ୍ମନ ମନ୍ଦିର, ମନଥାଇୟାମ୍ମନ୍‌ ମନ୍ଦିର ଇତ୍ୟାଦି ପ୍ରମୁଖ। ଏସବୁ ବ୍ୟତୀତ ପର୍ଯ୍ୟଟକ ଚାହିଁଲେ ଥେନୀର କେତୋଟି ପ୍ରମୁଖ ସହର ଯେମିତି କି ପେରିୟାକୁଲମ୍‌, ଉଥାମାପାଲ୍ୟମ୍‌, କମ୍‌ବମ୍‌, ବୋଦିନାୟାକାନୁର୍‌ ଇତ୍ୟାଦି ଅଞ୍ଚଳକୁ ବି ବୁଲି ଯାଇପାରିବେ। ତେବେ ଥେନୀରେ ପୋଙ୍ଗଲ, ଶିବରାତ୍ର ତଥା ମାସି ମହମ୍‌ ଇତ୍ୟାଦି ପର୍ବପର୍ବାଣିକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ଏହି ସମୟରେ ଏଠାରେ ବହୁ ଜନସମାଗମ ହୋଇଥାଏ।

ଥେନୀର ଅର୍ଥନୀତି
ଥେନୀର ଅର୍ଥନୀତି ସମ୍ପୂର୍ଣ୍ଣ ଭାବେ ଏଠାକାର କୃଷି ଉପରେ ହିଁ ନିର୍ଭର କରିଥାଏ। ଏଠାରେ ମୁଖ୍ୟତଃ ଆଖୁ, ତୁଳା, ଧାନ, ବାଜରା, ଚିନାବାଦାମ ଆଦି ଚାଷ କରାଯାଇଥାଏ। ତା’ଛଡ଼ା କଦଳୀ, ନଡିଆ, ଚା’, କଫି, ଅଳେଇଚ, ରସୁଣ, ଅଙ୍ଗୁର, ଲଙ୍କା ତଥା ଆମ୍ବ ଇତ୍ୟାଦି ବି ଚାଷ କରି ବାହାରକୁ ରପ୍ତାନି କରାଯାଇଥାଏ। ତେଣୁ ପର୍ଯ୍ୟଟକ ଏଠାକୁ ଗଲେ ଏହି ସବୁ ଖାଦ୍ୟ ତଥା ମସଲା ସାମଗ୍ରୀ ବେଶ୍‌ ସୁଲଭ ଦରରେ କିଣିପାରିବେ। ଅନ୍ୟପକ୍ଷେ ଏଠାରେ ରେଶମ ଚାଷ ବି ଭଲ ହୋଇଥାଏ। ଫଳରେ ଏଠାକାର ରେଶମ ଲୁଗାର ଚାହିଦା ବଜାରରେ ଖୁବ୍‌ ରହିଥାଏ।

କେବେ ଯିବେ
ଏଠାକୁ ବର୍ଷର ଯେ କୌଣସି ସମୟରେ ବୁଲି ଯାଇହେବ। କାରଣ ବର୍ଷସାରା ଏଠାକାର ଜଳବାୟୁ ବୁଲାବୁଲି କରିବା ପାଇଁ ବେଶ୍‌ ଅନୁକୂଳ ରହିଥାଏ। ତେବେ ଅନ୍ୟଦିନ ତୁଳନାରେ ବିଭିନ୍ନ ପର୍ବପର୍ବାଣି ସମୟରେ ଏଠାକୁ ଗଲେ ନିଆରା ଅନୁଭୂତି ମିଳିଥାଏ।

କେମିତି ଯିବେ
ଏଠାକୁ ଯିବା ପାଇଁ ଗମନାଗମନର ସବୁ ସୁବିଧା ରହିଛି। ମଦୁରାଇ ଏୟାରପୋର୍ଟ ଏହାର ନିକଟତମ ବିମାନବନ୍ଦର, ଯାହା ଥେନୀଠାରୁ ପ୍ରାୟ ୮୭ କି.ମି.ଦୂରରେ ଅବସ୍ଥିତ। ସେହିପରି ପାଲାନି ରେଲଓ୍ବେ ଷ୍ଟେଶନ ହେଉଛି ଏହାର ନିକଟବର୍ତ୍ତୀ ରେଳଷ୍ଟେଶନ। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଯାଇ ଆରାମରେ ଏଠାରେ ପହଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri