ପରୀକ୍ଷା କେନ୍ଦ୍ରରେ ସ୍ବତନ୍ତ୍ର ସୁବିଧାରୁ ବଞ୍ଚିତ ଦିବ୍ୟାଙ୍ଗ ଛାତ୍ର

ରସୁଲପୁର,୨୩ା୨(ଡି.ଏନ୍‌.ଏ.): ଅକ୍ଷମ ନୁହେଁ ସେ ସକ୍ଷମ। ସେ ବି ଅନ୍ୟପିଲାଙ୍କ ଭଳି ଭଲ ପଢିବେ, ଆଉ ଆଗକୁ ବଢିବେ। ଅନ୍ୟମାନଙ୍କ ସହ ସମକ୍ଷକ ହୋଇ ନିଜକୁ ପ୍ରମାଣିତ କରିବାର ଲକ୍ଷ୍ୟ ରଖିଛନ୍ତି ଦଶମ ଶ୍ରେଣୀର ଦିବ୍ୟାଙ୍ଗ ଛାତ୍ର ଅବିନାଶ ମଲିକ। ଅନ୍ୟପିଲାମାନଙ୍କ ଭଳି ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଉଚ୍ଚଶିକ୍ଷିତ ହେବାକୁ ସ୍ବପ୍ନ ଦେଖୁଥିବା ଜଣେ ଦିବ୍ୟାଙ୍ଗ ଛାତ୍ରଙ୍କୁ ବିଦ୍ୟାଳୟ କତ୍ତୃପକ୍ଷ ଅଣଦେଖା କରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ଦାସଙ୍କ ଅବହେଳା ଯୋଗୁ ଦିବ୍ୟାଙ୍ଗ ଛାତ୍ର ବିଶେଷ ସୁବିଧା ସୁଯୋଗରୁ ବଞ୍ଚତ୍ତ ହୋଇଛନ୍ତି। ବିଦ୍ୟାଳୟ ପକ୍ଷରୁ ତାଙ୍କର ଦିବ୍ୟାଙ୍ଗ ପ୍ରମାଣପତ୍ର ପଠାଯାଇ ନ ଥିବାରୁ ତାଙ୍କ ପାଇଁ ପରୀକ୍ଷା କେନ୍ଦ୍ରରେ ରହିଥିବା ସ୍ବତନ୍ତ୍ର ସୁବିଧା ସେ ପାଇପାରୁ ନାହାନ୍ତି। ଏଭଳି ଘଟଣା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଦିବ୍ୟାଙ୍ଗ ଛାତ୍ର ଅବିନାଶ ଚଳିତ ମାଟ୍ରିକ ପରୀକ୍ଷା ବ୍ରହ୍ମବରଦା ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। ତାଙ୍କର ଶାରିରୀକ ଅକ୍ଷମତା ଯୋଗୁ ସେ ଭଲଭାବରେ ଲେଖି ପାରୁନାହାନ୍ତି। ଲେଖିବା ବେଳକୁ ହାତ ଥରୁଛି ବୋଲି ଅବିନାଶ କହୁଛନ୍ତି। ମାତ୍ର ତାଙ୍କୁ କୌଣସି ଅଲଗା ସୁବିଧା ମିଳୁନାହିଁ। ପ୍ରମାଣପତ୍ର ଆଣି ଆସିବା ପାଇଁ ପରୀକ୍ଷା ସୁପରିଣ୍ଟେଣ୍ଡେଣ୍ଟ ପ୍ରଥମ ପରୀକ୍ଷା ମାତୃଭାଷା ବିଷୟରୁ କହିଛନ୍ତି। ଏହାଭିତରେ ଶନିବାର ଇଂରାଜୀ ପରୀକ୍ଷା ସରିଯାଇଛି। ହେଲେ ଦିବ୍ୟାଙ୍ଗ ଛାତ୍ରଙ୍କ ପ୍ରମାଣପତ୍ର ବିଦ୍ୟାଳୟରୁ ଆସି ପରୀକ୍ଷା କେନ୍ଦ୍ରରେ ପହଁଚି ପାରିଲା ନାହିଁ। ଏଭଳି ଘଟଣା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱହୀନତା ଯୋଗୁ ଘଟିଛି ବୋଲି ଅବିନାଶଙ୍କ ପିତା ଅଶୋକ ମଲିକ ଅଭିଯୋଗ କରିଛନ୍ତି। ତାଙ୍କର କହିବା କଥା ହେଲା ବିଦ୍ୟାଳୟ ପକ୍ଷରୁ ତାଙ୍କ ପୁଅ ପାଇଁ କୌଣସି ସୁବିଧା ସୁଯୋଗ ପ୍ରଦାନ ଦିଗରେ ଗୁରୁତ୍ୱ ପ୍ରଦାନ କରାଯାଉ ନ ଥିବାରୁ ସେ ସରକାରୀ ସୁବିଧା ବାଣିଶ୍ରୀ, ଭତ୍ତା କିମ୍ବା ଦିବ୍ୟାଙ୍କ ବୃତ୍ତି ଆଦି ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଦିବ୍ୟାଙ୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାର ବହୁ ଯୋଜନାମାନ କରୁଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବହୁ ଅନୁଷ୍ଠାନ ମଧ୍ୟ କାର୍ଯ୍ୟ କରୁଛନ୍ତି। ତେବେ ଏକ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୦ବର୍ଷ ଧରି ଶିକ୍ଷିତ ସମାଜ ମଧ୍ୟରେ ପାଢପଢି ଦିନର ଅଧିକାଂଶ ସମୟ କାଟୁଥିବା ଏହି ଦିବ୍ୟାଙ୍ଗ ଛାତ୍ର ସରାକରୀ ସୁବିଧା ସୁଯୋଗର ବଂଚିତ ହେବାଠାରୁ ଆଉ ବଡ ବିଡମ୍ବନା କଣ ଥାଇପାରେ ବୋଲି ସାଧାରଣରେ କୁହାଯାଉଛି। ଏ ସଂପର୍କରେ ଭାରପ୍ରପାପ୍ତ ପ୍ରଧାନଶିକ୍ଷକ ରବୀନ୍ଦ୍ରଙ୍କୁ ପଚାରିବାରୁ ଛାତ୍ର ଅବିନାଶଙ୍କ ଦିବ୍ୟାଙ୍ଗ ପ୍ରମାଣପତ୍ର ଅଛି, ହେଲେ କିଛି ସରକାରୀ ସହାୟତା ପାଉ ନାହାନ୍ତି। ତେବେ ତାଙ୍କ ପ୍ରମାଣପତ୍ର ପରୀକ୍ଷା କେନ୍ଦ୍ରକୁ ପଠାଇବାକୁ ଭୁଲି ଯାଇଛନ୍ତି ବୋଲି ରବୀନ୍ଦ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri