Categories: ଖେଳ

ପରିବେଶଭିତ୍ତିକ ହେବ ସାଇର ସମସ୍ତ ଷ୍ଟାଡିୟମ

ନୂଆଦିଲ୍ଲୀ,୫।୬(ପିଟି)- ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ସମସ୍ତ ଷ୍ଟାଡିୟମ ଓ ଏକାଡେମୀ ପରିବେଶଭିତ୍ତିକ ହେବ ବୋଲି ନୂଆ କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ ବୁଧବାର ଘୋଷଣା କରିଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ରିଜିଜୁ ଏଭଳି ସ୍ପଷ୍ଟ କରିଛନ୍ତି। ଦୀର୍ଘ ମିଆଦୀ ଯୋଜନାର ଏହା କେବଳ ଆରମ୍ଭ। ଆମେ ସାଇ ଷ୍ଟାଡିୟମ ଓ ଏକାଡେମୀରେ ଆହୁରି ବୃକ୍ଷ ରୋପଣ କରିବୁ। ଆମର ସମସ୍ତ ସଂସ୍ଥା ପରିବେଶଭିତ୍ତିକ ହେବ ବୋଲି କ୍ରୀଡ଼ାମନ୍ତ୍ରୀ କହିଛନ୍ତି। ନୂଆଦିଲ୍ଲୀ ସ୍ଥିତି ଜବାହରଲାଲ ନେହରୁ ଷ୍ଟାଡିୟମ୍‌ରେ ଆଥ୍‌ଲେଟ୍‌ଙ୍କ ଅଭ୍ୟାସ ସମ୍ପର୍କରେ ସେ ପଚାରି ବୁଝିଥିଲେ।

Share