Posted inରାଜ୍ୟ

ପରିଚାଳନାଗତ ତ୍ରୁଟି : ବନ୍ଦ ହେଲା ୧୧ ସରକାରୀ ସ୍କୁଲ

ପାରାଦୀପ,୧୦ା୬(ସ୍ବ.ପ୍ର.): ପରିଚାଳନାଗତ ତ୍ରୁଟି, ଦଣ୍ଡ ବ୍ୟବସ୍ଥା ଉଚ୍ଛେଦ, ଗୁଣାତ୍ମକ ପାଠ୍ୟକ୍ରମର ଅଭାବ ଓ ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପ ଆଦି କାରଣରୁ ସରକାରୀ ବିଦ୍ୟାଳୟଗୁଡିକ ରୁଗ୍‌ଣ ଅବସ୍ଥାକୁ ଚାଲିଯାଉଥିବା କୁହାଯାଉଛି। ଏଥିଯୋଗୁ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ହ୍ରାସ ପାଇବାରେ ଲାଗିଛି। ଫଳରେ ପ୍ରତିବର୍ଷ ସାରା ରାଜ୍ୟରେ ବହୁ ସରକାରୀ ସ୍କୁଲ ସବୁଦିନ ପାଇଁ ବନ୍ଦ ହେଉଥିବା ଦେଖିବାକୁ ମିଳୁଛି। ଶିକ୍ଷାର ଏଭଳି ଦୁରାବସ୍ଥା ଯୋଗୁ ଚଳିତବର୍ଷ କୁଜଙ୍ଗ ଶିକ୍ଷାଜିଲାରେ ୧୧ଟି ସରକାରୀ ବିଦ୍ୟାଳୟ ବନ୍ଦ ହୋଇଛି। ସେହି ସବୁ ସ୍କୁଲରେ ଥିବା ୧୦ରୁ କମ୍‌ ଛାତ୍ରୀଛାତ୍ରଙ୍କୁ ନିକଟସ୍ଥ ସ୍କୁଲରେ ପଢିବା ପାଇଁ ବ୍ୟବସ୍ଥା ହୋଇଛି। ସେହି ୧୧ ସ୍କୁଲ ହେଲା ଚାନ୍ଦପୁର, ହରିପୁର, ଧୂସଳ, କୋଷ୍ଟିମୁଣ୍ଡା, କୋରିଲୋ, ରାଣୀପଡ଼ା, ତେନ୍ତୁଳିଆ, ମଠସାହି, ବିବଚ୍ଛପୁର ଓ ବୀଣାପାଣି ପ୍ରାଥମିକ ବିଦ୍ୟାଳୟ। ଏଥିରେ ପାରାଦୀପ ପୌରାଞ୍ଚଳରେ ଥିବା ୧୨ ସରକାରୀ ସ୍କୁଲ ମଧ୍ୟରୁ କେବଳ ଶୁଖୁଆଖଳାରେ ଥିବା ବୀଣାପାଣୀ ବିଦ୍ୟାଳୟ ରହିଛି। ଉକ୍ତ ସ୍କୁଲର ୯ ଛାତ୍ରୀଛାତ୍ର ନିକଟସ୍ଥ ଘୋଲାପଡ଼ା ପ୍ରାଥମିକ ବିଦ୍ୟାଳୟରେ ପଢିବେ ବୋଲି ଶିକ୍ଷା ବିଭାଗ ପକ୍ଷରୁ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କ ପାଖକୁ ଚିଠି (ନଂ.୯୪୦) ଆସିଛି। ଉକ୍ତ ଚିଠି ପାଇବା ପରେ ଗତ ଗୁରୁବାର ବିଧିବଦ୍ଧ ଭାବେ ସ୍କୁଲ ବନ୍ଦ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଦାୟିତ୍ୱ ବଣ୍ଟନ କରାଯାଇଛି ବୋଲି ସିଆରସିସି ପ୍ରମୋଦ ମହାନ୍ତି କହିଛନ୍ତି। ସୂଚନାଯୋଗ୍ୟ, ୨୦୦୮ରେ ଶୁଖୁଆଖଳା ସମେତ ପାରାଦୀପର ୧୨ଟି ସ୍ଥାନରେ ସର୍ବଶିକ୍ଷା ଯୋଜନା ଅଧୀନରେ ୧୨ଟି ବିଦ୍ୟାଳୟ ଖୋଲିଥିଲା। ସେତେବେଳେ ୧୨ ସ୍କୁଲରେ ୪୭୦୦ ଛାତ୍ରୀଛାତ୍ର ପଢୁଥିଲେ। କିନ୍ତୁ ବିଭିନ୍ନ କାରଣରୁ ଏବେ ଛାତ୍ରୀଛାତ୍ର ସଂଖ୍ୟା ହ୍ରାସ ପାଇ ୯୪୦ରେ ପହଞ୍ଚତ୍ଛି। ଶୁଖୁଆଖଳାରେ ଖୋଲାଯାଇଥିବା ସ୍କୁଲର ନାମ ବିୟରଫ୍ୟାକ୍ଟ୍ରି ବିଦ୍ୟାଳୟ ରଖାଯାଇଥିଲା। ଏହି ନାମକୁ ବିରୋଧ ହେବା ସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ୨୦୧୫ ପରିବର୍ତ୍ତନ କରାଯାଇ ବୀଣାପାଣି ରଖାଯାଇଥିଲା। ଏହି ସ୍କୁଲ ବନ୍ଦ ହେବାବେଳକୁ ସରକାରୀ ଭାବେ ୯ଜଣ ପିଲା ଥିବା ଦର୍ଶାଯାଇଛି। ବାସ୍ତବରେ ଉକ୍ତ ସ୍କୁଲରେ ୪ରୁ ୫ ଜଣ ପିଲା ପ୍ରଥମରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ପଢୁଥିଲେ। ସେମାନଙ୍କୁ ପଢାଇବା ପାଇଁ ୨ ଜଣ ଲେବଲ ୪ ଶିକ୍ଷୟିତ୍ରୀ ଥିଲେ। ଏ ସମ୍ପର୍କରେ ଏକାଧିକଥର ଖବର ପ୍ରକାଶ ପାଇବା ପରେ ଏବେ ଉକ୍ତ ବିଦ୍ୟାଳୟ ବନ୍ଦ ହୋଇଛି। ସେହିପରି ଆଉ ଏକ ସ୍କୁଲ ହେଉଛି ନୂଆବଜାରରେ ଥିବା ମୁକ୍ତେଶ୍ୱର ପ୍ରାଥମିକ ବିଦ୍ୟାଳୟ। ତାହା ମଧ୍ୟ ବନ୍ଦ ହୋଇ ସଞ୍ଜୟ ଗାନ୍ଧୀ ସ୍କୁଲରେ ମିଶ୍ରଣ ହେବା କଥା। କିନ୍ତୁ ସେଥିରେ ୨୫ଜଣ ପିଲା ପଢୁଥିବା ଦର୍ଶାଯାଇ ମିଶ୍ରଣରୁ ବାଦ୍‌ ଦିଆଯାଇଛି। ବାସ୍ତବରେ ଉକ୍ତ ସ୍କୁଲରେ ୧୦ରୁ କମ୍‌ ପିଲା ପଢୁଛନ୍ତି। ସଞ୍ଜୟ ଗାନ୍ଧୀ ସ୍କୁଲଠାରୁ ମୁକ୍ତେଶ୍ୱର ସ୍କୁଲର ଦୂରତା ମାତ୍ର ୫୦୦ ମିଟର। ଶିକ୍ଷୟିତ୍ରୀ ଶିକ୍ଷକ ଥଇଥାନ ନୀତିରେ ଉକ୍ତ ସ୍କୁଲକୁ ବାଦ୍‌ ଦିଆଯାଇଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଜିଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାଶଙ୍କୁ ପଚାରିବାରେ ସେ କହିଲେ ଯେ ମୁକ୍ତେଶ୍ୱର ବିଦ୍ୟାଳୟ ମିଶ୍ରଣ ତାଲିକା ବିଳମ୍ବରେ ପହଞ୍ଚତ୍ବା ଓ ସେଥିରେ କେତେଜଣ ଲୋକ ଅଭିଯୋଗ ଉଠାଇବା ଯୋଗୁ ତାହା ଚଳିତଥର ମିଶ୍ରଣ ହୋଇପାରିନାହିଁ। ଏହା ପରବର୍ତ୍ତୀ ପର୍ଯ୍ୟାୟରେ ମିଶ୍ରଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri