Posted inଜାତୀୟ

ପରଲୋକରେ ଭାଜପା ବିଧାୟକ ବିରେନ୍ଦ୍ର ସିରୋହି

ଲକ୍ଷ୍ନୌ,୨।୩: ଉତ୍ତରପ୍ରଦେଶ ବୁଲନ୍ଦଶରର ସଦର ବିଧାନସଭା ଆସନର ଭାଜାପା ବିଧାୟକ ବିରେନ୍ଦ୍ର ସିଂହ ସିରୋହିଙ୍କ ସୋମବାର ପରଲୋକ ହୋଇଛି। ଦିଲ୍ଲୀର ଆଇଏଲ୍‌ବିଏସ୍‌ ହସ୍ପିଟାଲରେ ଭୋର ୩ଟା ୩୦ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବୟସ ହୋଇଥିଲା। ଏନେଇ ତାଙ୍କ ପୁଅ ଦିଗ୍‌ବିଜୟ ସିରୋହି ସୂଚନା ଦେଇଛନ୍ତି। ଦୀର୍ଘ ୩ମାସ ହେଲା ସେ ଯକୃତ ରୋଗରେ ପୀଡିତ ଥିବା ବେଳେ ୧୫ ଦିନ ପୂର୍ବରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। ପରେ ତାଙ୍କୁ ଦିଲ୍ଲୀର ଆଇଏଲ୍‌ବିଏସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବିଧାୟକଙ୍କ ମୃତ୍ୟୁ ଖବରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟୁଇଟ କରି ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହ ସେ କହିଛନ୍ତି, ତାଙ୍କର ନିଧନ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି। ସୂଚନା ମୁତାବକ ବିଧାୟକଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ମୃତଦେହକୁ ବୁଲନ୍ଦଶର ନିଆଯିବ। ଶେଷ ଦର୍ଶନ ପାଇଁ ଯୋଗୀ ଆଦିତ୍ୟନାଥ ସେଠାକୁ ଯିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…

ରାତି ପାହିଲେ ଶ୍ରାବଣ ସୋମବାର, ଋଷିକୁଲ୍ୟା ନଦୀରେ କୂଳରେ ବୋଲବମ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକସ୍ଥ ଋଷିକୁଲ୍ୟା ନଦିଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସୋମବାର ପବିତ୍ର ଶ୍ରାବଣ…

ବ୍ଲାକମେଲ ପରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣା, ଦୁଇ ଜଣଙ୍କୁ କୋର୍ଟଚାଲାଣ କଲା ପୋଲିସ

ପୁରୁଷୋତ୍ତମପୁର,୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ଗଡ଼ସାହିରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ, ବ୍ଲାକମେଲରେ…

ବିମାନବନ୍ଦରରେ ପଦକଧାରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ,୨ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳ ପ୍ରଦର୍ଶନ ପରେ ଓ୍ବେଟଲିଫ୍ଟର ମୀରାବାଈ ଚାନୁ, ଲଭପ୍ରୀତ ସିଂଙ୍କ ସମେତ ଭାରତୀୟ ଖେଳାଳିଙ୍କ ପ୍ରଥମ ବ୍ୟାଚ୍‌ ରବିବାର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ…

ବିବାହ ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କଠୁ ୬୦ ଲକ୍ଷର ଠକେଇ, ବାପାଙ୍କ ରୋଗ କଥା କହି….

​ଛତ୍ରପୁର,୨।୮(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : କନ୍ଧମାଳ ଜିଲା ଚକାପାଦ ଥାନା ଅନ୍ତର୍ଗତ ତଳସାହିର ଉତ୍ତମ କୁମାର ସାହୁ (୩୧)ଙ୍କୁ ଗିରଫ କରିଛି ଗଞ୍ଜାମ ସାଇବର କ୍ରାଇମ୍ ଥାନା…

ବଡ଼ଓସ୍ତିଆ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ, କୃଷି ଋଣ ଛାଡ଼ ଦାବି

ଚାନ୍ଦବାଲି,୨।୮(କିଷାନ ପାତ୍ର): ଲଗାଣ ବର୍ଷା ଓ ବୈତରଣୀ ନଦୀର ବନ୍ୟା ଜଳ ମାଡ଼ି ଆସି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବଡ଼ଓସ୍ତିଆ ପଞ୍ଚାୟତର ଅନେକ ଅଞ୍ଚଳ…

ଜମିରେ ତଳି ରୋଇବା ବେଳେ ବଜ୍ରପାତ, ମହିଳା ଅଚେତ ହୋଇ…

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ କୃଷ୍ଣପୁର ଗ୍ରାମରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ଜଣେ ମହିଳା ଚାଷଜମିରେ…

ସହାୟତାର ହାତ ବଢାଇଲେ ବବିତା

ସିଂହପୁର,୨।୮(ଅନଙ୍ଗ ଉଦୟ ବେଉରିଆ): ବିଞ୍ଝାରପୁର ବ୍ଲକ ଅଧୀନ ରଣପୁର ପଞ୍ଚାୟତ ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି। ବିଞ୍ଝାରପୁର ଭାଜପା ନେତ୍ରୀ ବବିତା ମଲ୍ଲିକ ବନ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri