Categories: ଖେଳ

ପନ୍ତ ଜେଏସ୍‌ଡବ୍ଲ୍ୟୁର ବ୍ରାଣ୍ଡ୍‌ ଆମ୍ବାସାଡର

ନୂଆଦିଲ୍ଲୀ, ୬।୨(ପି.ଟି.)- ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ନିଯୁକ୍ତ ହୋଇଛନ୍ତି। ବୁଧବାର ଏ ନେଇ ଜେଏସ୍‌ଡବ୍ଲ୍ୟୁ ତରଫରୁ ଘୋଷଣା କରାଯାଇଛି। ଇଣ୍ଡିଆନ ପ୍ରିମିୟର ଲଗ୍‌ (ଆଇପିଏଲ୍‌)ରେ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ପ୍ରତିନିଧିତ୍ୱ କରୁଛନ୍ତି। ଜେଏସ୍‌ଡବ୍ଲ୍ୟୁ ମଧ୍ୟ ଦିଲ୍ଲୀର ଅନ୍ୟତମ ମାଲିକ ହିସାବରେ ଦାୟିତ୍ୱରେ ରହିଛି। ପନ୍ତ ଏହି ଷ୍ଟିଲ୍‌ କମ୍ପାନୀ ସହ ଏକ ୩ ବର୍ଷିୟା ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଜେଏସ୍‌ଡବ୍ଲ୍ୟୁ ସହ ଜଡିତ ହୋଇଥିବାରୁ ପନ୍ତ ଖୁସି ଜାହିର କରିଛନ୍ତି। ଅନ୍ୟପଟେ ପନ୍ତଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରିଥିବାରୁ ଜେଏସ୍‌ଡବ୍ଲ୍ୟୁ ଆଗକୁ ଫାଇଦାରେ ରହିବ। ଏ ନେଇ ଜେଏସ୍‌ଡବ୍ଲ୍ୟୁ ତରଫରୁ ପାର୍ଥ ଜିନ୍ଦଲ ସନ୍ତୋଷ ପ୍ରକଟ କରିଛନ୍ତି।

Share