ପନିପରିବା ଓ ଫଳ ଖାଏ: ପାର୍କରେ ଘଣ୍ଟାଏ ଓ୍ବାକ୍‌ କରେ

ଅଭିନେତା ଭଗବାନ ବେହେରା ଯିଏକି ଓଲିଉଡ଼, ଥିଏଟର ଓ ଟେଲିଭିଜନ ଜଗତର ଜଣେ ଜଣାଶୁଣା ନାମ। ନିଜର ଦକ୍ଷ ଅଭିନୟ ଜରିଆରେ ସେ ଲକ୍ଷ ଲକ୍ଷ ଓଡ଼ିଆଙ୍କ ମନ ଜିଣି ପାରିଛନ୍ତି। ୧୯୯୮ରେ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଲିଉଡ଼ ଚଳଚ୍ଚିତ୍ର ‘ବାପା’ରୁ ସେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ପରେ ପରେ ତରଙ୍ଗ, ସାର୍ଥକ ଓ କଲର୍ସ ଓଡ଼ିଆ ପରି ଟିଭି ଚ୍ୟାନେଲର ବିଭିନ୍ନ ସିରିଏଲରେ ସେ ନିଜର ପାରଦର୍ଶିତା ଦେଖାଇଥିଲେ ଓ ଥିଏଟରରେ ମଧ୍ୟ ଅଭିନୟ କରିଛନ୍ତି। ଏବେ ସାର୍ଥକ ଟିଭିର ‘ତୋ ପାଇଁ ମୁଁ’ ସିରିଏଲରେ ଅଭିନୟ କରୁଥିବା ବେଳେ ସେ କେମିତି ଫିଟ୍‌ ରୁହନ୍ତି, ଫିଟ ରହିବା ପାଇଁ କ’ଣ କରନ୍ତି, କେଉଁ ସବୁ ଖାଦ୍ୟ ଖାଆନ୍ତି ଓ କାହାକୁ ଏଡାଇଥାନ୍ତି ସେସବୁ ବିଷୟରେ ଆସନ୍ତୁ ଜାଣିବା।

ନିୟମିତ ଭାବେ ପାର୍କରେ ଓ୍ବାକ କରନ୍ତି ଓ ସାଇକେଲରେ ବୁଲିବାକୁ ପସନ୍ଦ କରନ୍ତି। ନିଜ ଶରୀରକୁ ଫିଟ ରଖିବାକୁ ହେଲେ ଖାଦ୍ୟ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ବୋଲି ସେ ଭାବନ୍ତି। ସେଥିପାଇଁ ପନିପରିବା ଓ ଫଳ ଖାଇବାକୁ ଭଲ ପାଆନ୍ତି। ସିରିଏଲରେ ଅଭିନୟ କରୁଥିବା କ୍ୟାରେକ୍ଟର ହିସାବରେ ନିଜର ଫିଟନେସ୍‌ ବନାଇଥାନ୍ତି। ସବୁଦିନ ସକାଳୁ ଚୁଡ଼ା କଦଳୀ ଖାଇବା ସହିତ ପାଚିଲା ଅମୃତ ଭଣ୍ଡା ଖାଇବାକୁ ପସନ୍ଦ କରନ୍ତି। ଅଧିକାଂଶ ସମୟରେ ସେ ସାଧାରଣ ଖାଦ୍ୟଗୁଡ଼ିକୁ ସୀମିତ ଭାବେ ଖାଇଥାନ୍ତି। ଦିନକୁ ୩ଥର ଖାଇବା ସହ ୪ରୁ ୫ଲିଟର ପାଣି ପିଅନ୍ତି।
ଭଗବାନ କିଛି ଡାଏଟ ପ୍ଲାନ ନିଅନ୍ତି ନାହିଁ। ଜଣେ ସାଧାରଣ ମଣିଷ ପରି ଜୀବନଯାପନ କରିବାକୁ ତାଙ୍କୁ ଭଲ ଲାଗେ ବୋଲି ସେ କହିଛନ୍ତି। ପ୍ରତ୍ୟେକ ଦିନ ଦି’ପହର ଖାଇବାରେ ଭାତ ସହିତ କିଛି ନା କିଛି ତରକାରି ସହିତ ରାତିରେ ରୁଟି ଖାଇବାକୁ ପସନ୍ଦ କରନ୍ତି। ପ୍ରେଟିନ୍‌ କିମ୍ବା ଅନ୍ୟ କୌଣସି ସପ୍ଲିମେଣ୍ଟାରି ନିଅନ୍ତି ନାହିଁ। ବହୁତ ଦିନ ତଳେ ଜିମ୍‌ ଯାଉଥିଲେ। କିନ୍ତୁ ,ଏବେ ସେ ଜିମ୍‌ ଯିବା ବନ୍ଦ କରି ଦେଇଛନ୍ତି। ସପ୍ଲିମେଣ୍ଟାରି କିମ୍ବା ପ୍ରୋଟିନ୍‌ ନେବା ସ୍ଥାନରେ ସୁସ୍ଥ ରହିବା ଲାଗି ସୁସ୍ଥବାତାବରଣ ଦରକାର ବୋଲି ତାଙ୍କର ଚିନ୍ତାଧାରା। ସେ ସମସ୍ତ କାମ ନିର୍ଦ୍ଧାରିତ ସମୟ ମଧ୍ୟରେ କରିବାକୁ ଭଲ ପାଇଥାନ୍ତି। ଫିଟ୍‌ ରହିବାକୁ ହେଲେ ସୁସ୍ଥ ଖାଦ୍ୟ ଖାଇବା ଦରକାର ବୋଲି ସେ କହିଛନ୍ତି।
ସାକ୍ଷାତ୍‌- ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

ୟୁଜରନେମ ବିବାଦ: ହ୍ବାଟସଆପ ପରେ, ଆଇଟି ମନ୍ତ୍ରଣାଳୟ ଏବେ ସିଗନାଲ-ଟେଲିଗ୍ରାମକୁ ପଠାଇଛି ନୋଟିସ

ନୂଆଦିଲ୍ଲୀ,୨।୭: ୟୁଜରନେମ ଫିଚରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ହ୍ବାଟସଆପ ପରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବେ ଟେଲିଗ୍ରାମ ଏବଂ ସିଗନାଲକୁ ମଧ୍ୟ…

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ନାହିଁ ପୁଅ ମୋଜତାବା, ଜାଣନ୍ତୁ କାରଣ

ତେହରାନ,୨।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପରଲୋକ ପରେ ସମଗ୍ର ଦେଶରେ ଗଭୀର ଶୋକ ପ୍ରକାଶ ପାଇଛି। ରାଜଧାନୀ ତେହରାନରୁ ଆରମ୍ଭ କରି ମଶାଦ,…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

ବଦଳିଲା ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚର ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ବର୍ଷା ଯୋଗୁ…

ବରଗଡ଼ ମଣ୍ଡିରୁ ଆସିଲା ଚିନ୍ତାଜନକ ଚିତ୍ର: ବିକ୍ରି ଧାନରୁ ବାହାରିଲାଣି ଗଜା, ଚାଷୀଙ୍କୁ ମିଳିନି ପ୍ରାପ୍ୟ; କଟନୀ-ଛଟନୀ…

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତମାସ ୩୦ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। କିନ୍ତୁ ବିଭାଗୀୟ ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଧାନ କିଣାବିକାରେ ଚାଷୀଙ୍କ ଦୁଃଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri