ପଥଭ୍ରଷ୍ଟଙ୍କ ପାଇଁ ପ୍ରଶ୍ନ

ଉମାଶଙ୍କର ପ୍ରସାଦ

୧୬୧୮ଟି ଭାଷାଭାଷୀ ଜନତା ଓ ୧୧ଟି ପ୍ରମୁଖ ବିଶ୍ୱଧର୍ମକୁ ନେଇ ତଥା ଏହି ଭିନ୍ନତା ଭିତରେ ସ୍ବାଧୀନତାର ୭୫ବର୍ଷ ଭିତରେ ଆମେ ଅନ୍ତତଃ ଐକ୍ୟଭାବେ ନିଜର ଜୀବନ ନିର୍ବାହ କରିପାରିଛୁ। ମାତ୍ର ଦୁଃଖର ବିଷୟ ବର୍ତ୍ତମାନ ସମଗ୍ର ବିଶ୍ୱ ତଥା ଏ ଭାରତର ଭୂଖଣ୍ଡ ଅସରନ୍ତି, ଅମାପ, ଅସହିଷ୍ଣୁତାର ସମସ୍ୟାରେ ଥରହର। ବେଦନାସିକ୍ତ, ଯନ୍ତ୍ରଣାପ୍ରାପ୍ତ, ଅସୁରକ୍ଷିତ ଆଉ ବାଦବିବାଦରେ ବିଭେଦଗ୍ରସ୍ତ। ମନୁଷ୍ୟକୃତ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଅଞ୍ଚଳ, ଭାଷାରେ ପରିପୂର୍ଣ୍ଣ ଆମର ଏ ଦେଶ। ମାତ୍ର ଆଜି ଆର୍ଯ୍ୟ, ଅନାର୍ଯ୍ୟକୁ ନେଇ ବିଭାଜିତ। କ୍ଷୁଧା, ଅନାହାର, କୁପୋଷଣ, ପୁଷ୍ଟିକର ଖାଦ୍ୟାଭାବ କାରଣରୁ ମୃତ୍ୟୁ ଘଟୁଛି। ପ୍ରତି ୩୦ ଘଣ୍ଟାରେ ଜଣେ ଅରବପତି ସୃଷ୍ଟି ହେଉଥିବାବେଳେ ପ୍ରତି ୩୩ ଘଣ୍ଟାରେ ୧୨ ଲକ୍ଷ ଗରିବ ହେବାରେ ଲାଗିଛନ୍ତି। ନୀତି, ନୈତିକତା, ଦୟା, ଅନୁକମ୍ପା, ତ୍ୟାଗ, ସେବା ମନୋଭାବ ପ୍ରାୟ ସମସ୍ତଙ୍କ ହୃଦୟରୁ ଅପସରି ଯିବାରେ ଲାଗିଛି। ଜାତୀୟତାର ସଂଜ୍ଞା ଏବେ ବିପନ୍ନ। ଧର୍ମକୁ ନେଇ ଧର୍ମାନ୍ଧତା, ଜାତିକୁ ନେଇ ବାଚ୍ଛନ୍ଦ, ବର୍ଣ୍ଣକୁ ନେଇ ବିଭକ୍ତୀକରଣ, ଭାଷାକୁ ନେଇ ଆନ୍ଦୋଳନ। ଯୋଗ୍ୟତା ବଛାଯାଉଛି ପ୍ରିୟାପ୍ରୀତିରେ। ଆତ୍ମକୈନ୍ଦ୍ରିକ ମାନସିକତା ଯୋଗୁ ପରିବାର ଆଜି ନଷ୍ଟଭ୍ରଷ୍ଟ। ମୌଳିକତା ହରାଉଛି ଆଧ୍ୟାତ୍ମିକ ବିଜ୍ଞାନ। ବ୍ୟକ୍ତିଗତ ଚରିତ୍ର ବଦଳିଯାଉଛି ରୁଗ୍ଣ ମାନସିକତାରେ। ସ୍ବାସ୍ଥ୍ୟସେବା ପହଞ୍ଚତ୍ପାରୁନି ଅଧାରୁ ଅଧିକ ସାଧାରଣ ଜନତାଙ୍କ ପାଖରେ।
କୃଷିଜୀବୀମାନେ ଏବେ ଦାଦନ ସାଜିଲେଣି। କଷ୍ଟ ଉପାର୍ଜିତ ମନୁଷ୍ୟମାନଙ୍କ ଶ୍ରମ ଟଙ୍କାରେ ଅଣୁ ଅସ୍ତ୍ରରେ ଖର୍ଚ୍ଚ ହେଉଛି ଏହି ଅର୍ବୁଦ ପରିମାଣର ଅର୍ଥ। ଶିକ୍ଷକ ଅଧ୍ୟାପକମାନେ ଘରୋଇ ପାଠଶାଳାରେ କାର୍ଯ୍ୟରତ। ଆଜି ମଣିଷଟିଏ ହେବା ପାଇଁ ମଣିଷ ଛୁଆ ବିମୁଖ। ବିଦେଶୀ ପୁଞ୍ଜି ଲାଗୁଛି ସ୍ବଦେଶୀ ଅନୁଷ୍ଠାନରେ। ଡାକ୍ତର ଅଭାବରୁ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ। ଯନ୍ତ୍ରୀ ଆଜି ଠିକାଦାରଙ୍କ ପର୍ଯ୍ୟବେକ୍ଷକ। ଅନେକ ଜନପ୍ରତିନିଧି ଏବେ ଲକ୍ଷ୍ୟହୀନ, ଅପରାଧୀ, ଅଭିଯୁକ୍ତ, ଚରିତ୍ରହୀନ ତଥା ଲାଞ୍ଚଖୋର। ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କୋଟିଏ ଯୋଜନା ମାତ୍ର ସମୟାନୁସାରେ ଗୋଟିଏ ପୂରଣ ହୁଏନା। ସାମ୍ୟବାଦ, ସମାଜବାଦ କଥା କହୁଥିବା ବ୍ୟକ୍ତି ଆଜି ଶିିଥିଳ। ଗଣମାଧ୍ୟମ ବିଶେଷଭାବରେ ସାମାଜିକ ସମସ୍ୟାକୁ ନେଇ ଆଲୋଚନା, ପର୍ଯ୍ୟାଲୋଚନା କରିବା ପାଇଁ ନିରୁତ୍ସାହିତ ଅନେକ କାରଣରୁ, ଯାହା କହିବା ପାଇଁ ଲାଜ ଲାଗୁଛି। ଗଣତନ୍ତ୍ର ଗଣଚେତନାଠୁ ଅଲଗା। ଧର୍ମର ଦ୍ୱାହି ଦେଇ ଧର୍ମାନ୍ଧ ଗୁରୁମାନେ ନିଜର ବଡ଼ପଣିଆ ଜାହିର କରିବାରେ ବ୍ୟସ୍ତ। ଯେଉଁ ଯୁଦ୍ଧ କାଳକାଳକୁ ଶୁଭଙ୍କରୀ ନୁହେଁ ଆଜି ସେ ଯୁଦ୍ଧ ଘଟିଚାଲିଛି ନିଜର କ୍ଷମତା, ପ୍ରଭୁତ୍ୱ ଓ ବିସ୍ତାର ପ୍ରକ୍ରିୟାକୁ ନେଇ। ସବୁଦେଶ ନିଜର ସୁରକ୍ଷା ତଥା ପତିଆରା ପାଇଁ ଗୋଳାବାରୁଦ, କମାଣ, ଅଣୁ, ପରମାଣୁ ବୋମା ଏବଂ ଆହୁରି ଅଧିକ ଶକ୍ତିଶାଳୀ ଅସ୍ତ୍ର ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଏଥିପାଇଁ କିଏ ଦାୟୀ? ଏ ପ୍ରଶ୍ନ ଉପରେ କେହି କେବେ ଆଲୋଚନା କରୁନାହାନ୍ତି। ଆଜିର ଆଣବିକ ଯୁଗରେ ନିରସ୍ତ୍ରୀକରଣ ଏକାନ୍ତ କାମ୍ୟ। ଏଥିପାଇଁ କୌଣସି ପ୍ରକାର ଦ୍ୱନ୍ଦ୍ୱ ସୃଷ୍ଟି ହେବା ଅର୍ଥ ମାନବଜାତିର ଧ୍ୱଂସକୁ ନିମନ୍ତ୍ରଣ କରିବା।
ସଭ୍ୟତାର ବିକାଶ ପୂର୍ବରୁ ଆଦିମାନବ ଯୁଦ୍ଧ କରୁଥିଲା ନିଜର ଖାଦ୍ୟ ପାଇଁ ମାତ୍ର ଆଜିର ବିକାଶଶୀଳ ସଭ୍ୟତାରେ ମଣିଷ ଯୁଦ୍ଧ କରୁଛି ସଭ୍ୟତା ତଥା ତା’ର କ୍ଷମତାର ବିସ୍ତାରପାଇଁ। ”ଧର୍ମଂ ଶରଣଂ ଗଚ୍ଛାମି, ସଂଘମ୍‌ ଶରଣଂ ଗଚ୍ଛାମି“ ଆଜି ମୂଲ୍ୟହୀନ। ତେବେ ସମାଜରେ କାହିଁକି ଏତେ ମତଭେଦ? ଗୋଟିଏ ଦୃଷ୍ଟି ହେଉଛି ମଣିଷପଣିଆ। ଏହା ସର୍ବଗ୍ରନ୍ଥର ମାନ୍ୟତା, ମହାନତା। ଏହା ଯଦି ସର୍ବମୟ କର୍ତ୍ତାଙ୍କ ବାଣୀ, ସବୁ ଧର୍ମର ମର୍ମ, ସବୁ ଶାସ୍ତ୍ରର ସମ୍ମତ ତେବେ ଏତେ ବୈଷମ୍ୟ କାହିଁକି? ସମାଜରେ କିଏ ସୃଷ୍ଟି କରୁଛି ଏ ଅରାଜକତା? ଏ ସମସ୍ୟାର କ’ଣ ସମାଧାନ ନାହିଁ? ଆଜି ପ୍ରତ୍ୟେକ ମାନବଜାତି କୁହନ୍ତୁ ମଣିଷକୁ ତା’ର ବାୟୁରେ ଅମ୍ଳଜାନ ଦରକାର ନା କୁବେର ସମ୍ପତ୍ତି ଦରକାର? ସ୍ବାଧୀନ ଚେତନାରେ ରହିବା ଦରକାର ନା ମାଗିଖିଆ ହୋଇ ପର ଅଧୀନରେ ରହିବା ଦରକାର? ପୃଥିବୀକୁ ବଦଳାଇ ଦିଆଯାଉ ମାନବ ଧର୍ମରେ। ଗୋଟିଏ ଭାଷା ହେଉ ”ବସୁଧୈବ କୁଟୁମ୍ବକମ୍‌“। ମଣିଷକୁ ମଣିଷ ପରି ଗଢ଼ିବା ଲାଗି ପ୍ରକୃତ ମଣିଷ ତିଆରି କାରଖାନାର ସୃଷ୍ଟି ହେଉ। ପ୍ରତ୍ୟେକ ପ୍ରତ୍ୟେକଙ୍କ ଦୁଃଖ ଯନ୍ତ୍ରଣାକୁ ବାଣ୍ଟିନେଇ ସମାଜ ପାଇଁ କାମ କଲେ ହସିଉଠିବ ଏ ସମାଜ, ହସିଉଠିବ ଭାରତ ତଥା ବିଶ୍ୱ।
ଖୋର୍ଦ୍ଧା, ମୋ-୬୩୭୦୬୭୫୫୬


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri