Posted inଖେଳ

ପଣ୍ଡିଚେରୀ ଠାରୁ ହାରିଲା ଓଡ଼ିଶା

କଟକ ଅଫିସ,୧୦ା୨-  ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ୨୩ବର୍ଷରୁ କମ୍‌ ସିକେ ନାଇଡୁ ଟ୍ରଫିର ଏକ ଲିଗ ମ୍ୟାଚ୍‌ରେ ଓଡ଼ିଶା ୬୭ରନରେ ପଣ୍ଡିଚେରୀଠାରୁ ହାରିଛି। ଦ୍ୱିତୀୟ ଇନିଂସରେ ଓଡ଼ିଶା ସମ୍ମୁଖରେ ୧୭୨ରନର ବିଜୟ ଲକ୍ଷ୍ୟ ଥିବା ବେଳେ ଦଳ ୧୦୫ରନରେ ଅଲଆଉଟ ହୋଇଥିଲା।
ପ୍ରଥମେ ବ୍ୟାଟିଂ କରିଥିବା ପଣ୍ଡିଚେରୀ ୧୧୫ରନରେ ଅଲଆଉଟ ହୋଇଥିଲା। ଓଡ଼ିଶା ପକ୍ଷରୁ ପ୍ରୀତ କନୱର ସିଂ ଚୌହ୍ବାନ ସର୍ବାଧିକ ୭ଟି ଉଇକେଟ ନେଇଥିଲେ। ଅମ୍ରିତ ଖଟୁଆଙ୍କ ୩୦ରନର ସଂଘର୍ଷପୂର୍ଣ୍ଣ ଇନିଂସ ସହାୟତାରେ ଓଡ଼ିଶା ପ୍ରଥମ ଇନିଂସରେ ୧୧୧ରନ କରିଥିଲା। ସତୀଶ ଜଞ୍ଜିର ପଣ୍ଡିଚେରୀ ପକ୍ଷରୁ ୫ଟି ଉଇକେଟ ଅକ୍ତିଆର କରିଥିଲେ। ପଣ୍ଡିଚେରୀର ଦ୍ୱିତୀୟ ଇନିଂସ ୧୬୮ରନରେ ସୀମିତ ରହିଥିଲା। ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲେ ସୁଦ୍ଧା ସତୀଶ ଜଞ୍ଜିର ୫୩ରନର ଧୁଆଁଧାର ଇନିଂସ ଖେଳିଥିଲେ। ପ୍ରୀତ କନୱର ଦ୍ୱିତୀୟ ଇନିଂସରେ ୬ଟି ଉଇକେଟ ଅକ୍ତିଆର କରିବା ସହ ମ୍ୟାଚ୍‌ରେ ମୋଟ୍‌ ୧୩ଟି ଉଇକେଟ ହାସଲ କରିଛନ୍ତି। ୧୭୨ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ଓଡ଼ିଶା ୫୩ରନରେ ପ୍ରଥମ ୪ଟି ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। କ୍ଷମାସାଗର ବଳ ଓ ଅମ୍ରିତ ଦଳକୁ ବିଜୟ ନିମନ୍ତେ ଅଗ୍ରସର କରାଉଥିବା ବେଳେ କ୍ଷମାସାଗର ୭୧ବଲରୁ ୫୯ରନ କରି ଆଉଟ ହୋଇଥିଲେ। ପରେ ଓଡ଼ିଶାର ନିମ୍ନକ୍ରମର ବ୍ୟାଟିଂ ଲାଇନଅପ ଅଳ୍ପରନରେ ଭୁଶୁଡ଼ି ପଡ଼ିଥିଲା। ଅମ୍ରିତ ୧୬ରନରେ ଅପରାଜିତ ଥିଲେ। ପଣ୍ଡିଚେରୀ ପକ୍ଷରୁ ଏମ୍‌ ପୁଭିସରନ ସର୍ବାଧିକ ୪ଟି ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri