Categories: ଖେଳ

ପଣ୍ଡିଚେରୀକୁ ହରାଇ କ୍ବାର୍ଟରରେ ଓଡ଼ିଶା

କଟକ ଅଫିସ,୨୪ା୪- ମହାରାଷ୍ଟ୍ରର କୋହ୍ଲାପୁରଠାରେ ଚାଲିଥିବା ଜୁନିୟର ବାଳିକା ଜାତୀୟ ଫୁଟବଲ ଚାମ୍ପିୟନଶିପରେ ମଙ୍ଗଳବାର ଓଡ଼ିଶା ବୃହତ୍‌ ଗୋଲ ବ୍ୟବଧାନରେ ପଣ୍ଡିଚେରୀକୁ ପରାସ୍ତ କରିଛି । ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଛତିଶଗଡ଼କୁ ହରାଇଥିବା ଓଡ଼ିଶାର ଏହା ଦ୍ୱିତୀୟ ବିଜୟ ହୋଇଥିବା ବେଳେ ଦଳ ଏହି ବିଜୟ ସହ କ୍ବାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛି । ପଣ୍ଡିଚେରୀ ବିପକ୍ଷରେ ଓଡ଼ିଶା ୧୩-୦ ଗୋଲରେ ବିଜୟୀ ହୋଇଛି। ଓଡ଼ିଶା ପକ୍ଷରୁ ଜ୍ୟୋତି କୁମାରୀ ସର୍ବାଧିକ ୭ଟି ଗୋଲ ସ୍କୋର କରିଥିଲେ । ଏହାଛଡ଼ା ମନୀଷା ନାୟକ ୩ଟି ଗୋଲ ସ୍କୋର କରିଥିବା ବେଳେ ଶୁଭସ୍ମିତା ଶୁଭଦର୍ଶିନୀ ଦାସ, ମାଳତୀ ମୁଣ୍ଡା, ସାଲଗେ ମାଝି ଗୋଟିଏ ଲେଖାଏ ଗୋଲ ଦେଇଛନ୍ତି । ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ) ସମ୍ପାଦକ ସଞ୍ଜୟ ବେହେରା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

Share