ପଡ଼ିରହିଛି କୁଢ଼କୁଢ଼ ଆବର୍ଜନା, କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା

ଜମନକିରା,୩।୮(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ସଦରମହକୁମାର ଚାରିଆଡ଼େ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଥିବାବେଳେ ପଞ୍ଚାୟତ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରତିକାର ବ୍ୟବସ୍ଥା କରାଯାଉନାହିଁ। ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବା ଅଭିଯୋଗ ହେଉଛି।
ସୂଚନା ଅନୁସାରେ, ଜମନକିରା ପଞ୍ଚାୟତ ଅଧୀନରେ ଥିବା ୧୫ ଟି ୱାର୍ଡ ମଧ୍ୟରୁ ସଦରମହକୁମାର ୫ଟି ୱାର୍ଡର ସଫେଇ କାମକୁ ପଞ୍ଚାୟତ ତୁଲାଇବା କଥା। ମାତ୍ର କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁ ସଫେଇ କାର୍ଯ୍ୟ ଆଦୌ ହେଉ ନ ଥିବା ଅଭିଯୋଗ ହେଉଛି। ମାସ ମାସ ଧରି ସଫେଇ କାର୍ଯ୍ୟ ହେଉନଥିବାରୁ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଏଥିପାଇଁ ଲୋକେ ସଂକ୍ରାମକ ରୋଗର ଶିକାର ହେଉଥିବା ଦେଖାଦେଇଛି। ଗ୍ରାମବାସୀ ଏନେଇ ପଲ୍ଲୀସଭା ତଥା ଗ୍ରାମସଭାରେ ପ୍ରସ୍ତାବ ରଖୁଥିବା ବେଳେ କେବଳ ନଥିପତ୍ରରେ ଏହା ଲିପିବଦ୍ଧ ହୋଇ ରହୁଥିବା ଅଭିଯୋଗ ହେଉଛି। ସଫେଇ କାର୍ଯ୍ୟରେ ନିୟୋଜିତ ଥିବା ଚତୁର୍ଥ କର୍ମଚାରୀ ଅଳିଆ ଆବର୍ଜନାକୁ ସଫା କରାଯାଉଥିବା କହି ଠିକ୍‌ ସମୟରେ ଦରମା ଉଠାଇ ନେଉଛନ୍ତି। ବାସ୍ତବରେ କିନ୍ତୁ ସଫା ହେଉ ନ ଥିବା ଜଣାଯାଇଛି। ଏନେଇ ଯେତେ ଅଭିଯୋଗ କଲେ ସୁଦ୍ଧା ପ୍ରତିକାର କରାଯାଉନାହିଁ।
ଏ ସଂକ୍ରାନ୍ତରେ ପଞ୍ଚାୟତ ନିର୍ବାହୀ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ଖାଡ଼ିଆଙ୍କୁ ଯୋଗାଯୋଗ କରିବାରୁ ଶ୍ରମିକ ମିଳୁ ନ ଥିବା କହୁଥିବା ବେଳେ ସରପଞ୍ଚ ଭାସ୍କର ଚନ୍ଦ୍ର ଭୋଇଙ୍କୁ ପଚାରିବାରୁ ସଫା କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

WHOର ଭୟଙ୍କର ଭବିଷ୍ୟବାଣୀ: ୨୦୫୦ ସୁଦ୍ଧା ବିଶ୍ୱରେ…

ଓ୍ବାଶିଂଟନ୍‌,୧୪।୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(WHO)ର ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି। ପ୍ରଥମ ଓ୍ବାଲର୍‌ଡ ରିପୋର୍ଟ ଅନ୍‌ ହିଅରିଂ ଅନୁଯାୟୀ, ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରାୟ ୨.୫…

ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍‌ ରଖି…

ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଭିିତ୍ତିପ୍ରସ୍ତର କରି କହିଲେ…

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri