Categories: ଖେଳ

ପଠାନ ବ୍ରଦର୍ସଙ୍କ ବଦାନ୍ୟତା

ଭଦୋଦାରା, ୨୪।୩(ପି.ଟି.)- ଭାରତର ଦୁଇ ପୂର୍ବତନ କ୍ରିକେଟ ତଥା ଦୁଇ ଭାଇ ଇର୍ଫାନ ଓ ୟୁସୁଫ୍‌ ପଠାନଙ୍କ ବଦାନ୍ୟତାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ସାରା ଦେଶ ତଥା ବିଶ୍ୱରେ କରୋନା ଭାଇରସ ଆତଙ୍କ ଖେଳାଇଥିବା ବେଳେ ଏହି ଦୁଇ କ୍ରିକେଟର ଭାଇ ମାନବିକତାକୁ ଦୃଷ୍ଟିରେ ରଖି ୪,୦୦୦ ମାସ୍କ ପ୍ରଦାନ କରିଛନ୍ତି। ଏହି ବିପତ୍ତି ସମୟରେ ଯାହାର ସମ୍ଭବ ଆମେ କରିବାକୁ ପ୍ରୟସା କରୁଛି ଓ ସମସ୍ତେ ମଧ୍ୟ ଏପରି କରିବା ଉଚିତ ବୋଲି ପୂର୍ବତନ ଦ୍ରୁତ ବୋଲର ଇର୍ଫାନ ପଠାନ ଟୁଇଟ୍‌ କରି ଉଲ୍ଲେକ କରିଛନ୍ତି। ସମାଜ ପ୍ରତି ଆମର ଏହା କର୍ତ୍ତବ୍ୟ। କିନ୍ତୁ ସେ ଲୋକଙ୍କୁ ଏକାଠି ହେବାକୁ ମନା କରିଦେଇଛନ୍ତି।
ମହମ୍ମଦ ଖାନ୍‌ ଚାରିଟେବୁଲ ଟ୍ରଷ୍ଟ ନାମରେ ଆମେ ଏହି ମାସ୍କ ସବୁ ଆଣିଥିଲୁ। ଏହି ଟ୍ରଷ୍ଟ ତାଙ୍କ ବାପାଙ୍କ ଦ୍ୱାରା ପରିଚାଳିତ। ଏହି ମାସ୍କ ସବୁ ଭଦୋଦରା ସ୍ବାସ୍ଥ୍ୟ ବିଭାଗକୁ ପ୍ରଦାନ କରାଯିବ। ଆବଶ୍ୟକ ପଡିଲେ ସ୍ବାସ୍ଥ୍ୟ ବିଭାଗ ଏହି ମାସ୍କଗୁଡିକୁ ବଣ୍ଟନ କରିବ। ଭାରତ ଏପର୍ଯ୍ୟନ୍ତ କୋଭିଡ- ୧୯ ମାମଲା ୪୩୦କୁ ବୃଦ୍ଧି ପାଇଛି। ସାରା ବିଶ୍ୱରେ ୧୫,୦୦୦ ଲୋକ ଏଥିରେ ପ୍ରାଣ ହରାଇଲେଣି ଓ ୩୫୦,୦୦୦ ଜଣ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି।

Share