ପଟ୍ଟା ମିଳିଛି, ଜମି ଚିହ୍ନଟ ହେଉନି

ଅମରପାଲି, ୫।୮(ଡି.ଏନ.ଏ) ସରକାର ଭୁମିହୀନମାନଙ୍କୁ ଘରଡିହ ଯୋଗାଇ ଦେଇଛନ୍ତି। ଏପରିକି ଉକ୍ତ ପରିବାରମାନଙ୍କୁ ପଟ୍ଟା ବି ମିଳି ସାରିଛି। ମାତ୍ର ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଦିଆଯାଇଥିବା ପଟ୍ଟା ଜମି ଚିହ୍ନଟକରଣ କରାଯାଉ ନାହିଁ। ଫଳରେ ଉକ୍ତ ଭୂମିହୀନ ପରିବାର ବିଭିନ୍ନ ସମୟରେ ହଇରାଣ ହରକତ ହେଉଥିବା ଦେଖାଯାଉଛି। ଏପରିକି ଅନେକ ସମୟରେ ବିଭିନ୍ନ ସରକାରୀ ଯୋଜନା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏଭଳି ଏକ ସମସ୍ୟା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ କେଞ୍ଜିରିଆପାଲି ଆରଆଇ ଅଧିନ ବହଳପଦର ପଞ୍ଚାୟତର ଚିଙ୍ଗିରାନାଲି ଗ୍ରାମରେ। ଉକ୍ତ ଗ୍ରାମର ୧୫ଟି ଭୂମିହୀନ ପରିବାର ସରକାରଙ୍କଠାରୁ ଜମି ପଟ୍ଟା ପାଇଥିଲେ। ମାତ୍ର ଜମି ଚିହ୍ନଟ ହେଉ ନଥିବାରୁ ସବୁ ପ୍ରକାର ସରକାରୀ ସୁବିଧାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ କରିଛନ୍ତି । ଗ୍ରାମର ଲକ୍ଷ୍ମୀ ଚାଉଲିଆ, ସୁନାରତି ଚାଉଲିଆ, ଜେମା ପୋଢ଼, ସତ୍ୟଭାମା ଚାଉଲିଆ, ସୁଷମା ତମଲିଆ, ସୁମିତ୍ରା ଚାଉଲିଆ, ରବି ରାଏ, ଗୁଲାପି ସାହୁ, ମନ୍ଦଦରୀ ଛତ୍ରିଆ, ପାର୍ବତୀ ଛତ୍ରିଆଙ୍କ ପରିବାର କାହିଁ କେତେ ବର୍ଷରୁ ଚିଙ୍ଗିରାନାଲି ଗ୍ରାମରେ ରହି ଆସୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଅନୁସୂଚିତ ଜାତି ଶ୍ରେଣୀର। ଦୀର୍ଘଦିନ ହେଲା ସରକାରୀ ଜାଗାରେ ମାଟିଘର କରି ରହିଛନ୍ତି । କୁଲି ମଜୁରୀ ସହିତ ବାଉଁଶ କାମ କରି ପରିବାର ଚଳାଇଥାନ୍ତି। ଘରଡିହ ଖଣ୍ଡେ ପାଇଁ ଏମାନେ ସରକାରଙ୍କଠାରେ ଆବେଦନ କରିଥିଲେ। ଫଳସ୍ବରୂପ ଉକ୍ତ ୧୫ ପରିବାରକୁ ୨୦୧୨ ମସିହା ଫେବୃୟାରୀ ୧୩ତାରିଖରେ ପ୍ରତ୍ୟେକଙ୍କୁ ୧୦୦ ଡିସମିଲ ଲେଖାଏଁ ଜମିର ପଟ୍ଟା ପ୍ରଦାନ କରାଯାଇଥିଲା। ମିଳିଥିବା ପଟ୍ଟାର ତଥ୍ୟମତେ ଲିଜ କେସ ନଂ. ୧୧୬/୧୨ ଅନୁଯାୟୀ ଖାତା ନଂ. ୪୮ ରୁ ଜମି ପ୍ରଦାନ କରାଯାଇଛି। ମାତ୍ର ଗ୍ରାମବାସୀ ଉକ୍ତ ପଟ୍ଟାକୁ ପାଇଥିଲେ ମଧ୍ୟ ଜମି ଚିହ୍ନଟ ହୋଇ ନ ଥିବାରୁ ଏହା କୌଣସି କାମରେ ଲାଗୁ ନାହିଁ । ଏବେ ଉକ୍ତ ପରିବାର ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରୁ ଘର ପାଇଛନ୍ତି। ଏନେଇ ସେମାନେ ପଞ୍ଚାୟତରେ ଆନୁସଙ୍ଗିକ କାଗଜପତ୍ର ମଧ୍ୟ ଦେଇ ସାରିଛନ୍ତି । ମାତ୍ର ଜମି ଚିହ୍ନଟ ହୋଇ ନ ଥିବାରୁ ସେମାନଙ୍କର ଜିଓ ଟ୍ୟାଗ୍‌ ମଧ୍ୟ ହେଉନାହିଁ । ଏପଟେ ସମୟ ମଧ୍ୟ ଗଡି ଯାଉଛି । ଯଦି ଜିଓ ଟ୍ୟାଗ୍‌ ନ ହେବ ତେବେ ଉକ୍ତ ପରିବାର ଆବାସ ଯୋଜନାରୁ ଘର ପାଇବେ ନାହିଁ। ଉକ୍ତ ପରିବାର ଏନେଇ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଏପରିକି ଗତ ଜୁଲାଇ ୧୫ତାରିଖରେ ସ୍ଥାନୀୟ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା। ତହସିଲଦାର ମଧ୍ୟ ଜମି ଚିହ୍ନଟ ହେବାର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏଯାଏ କୌରସି ପଦକ୍ଷେପ ନିଆଗଲା ନାହିଁ। ଏ ନେଇ ତହସିଲଦାର ଖଦାଳ ପାତ୍ରଙ୍କୁ ପଚାରିବାରୁ ଆରଆଇଙ୍କୁ ଜମି ଚିହ୍ନଟ ପାଇଁ ଆଦେଶ ଦେଇଛି। ଖୁବଶୀଘ୍ର ଚିହ୍ନଟ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri