ପଞ୍ଚମରେ ନବୀନ

ଭୁବନେଶ୍ୱର,୨୪-୫(ବ୍ୟୁରୋ):ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପ୍ରତିଦ୍ୱନ୍ଦ୍ୱୀ। ଜଣେ ଅପରାଜେୟ ନେତା ଭାବେ ସେ ନିଜକୁ ପୁଣି ଥରେ ପ୍ରମାଣିତ କରିଛନ୍ତି। ପଞ୍ଚମ ଥର କ୍ଷମତାକୁ ଫେରି ରେକର୍ଡ ସୃଷ୍ଟି କରିଛନ୍ତି। ଦୀର୍ଘ ୧୯ ବର୍ଷ ଶାସନରେ ରହିବା ପରେ ମଧ୍ୟ ନବୀନଙ୍କ ଛବି ଅମଳିନ ରହିଛି। ପ୍ରଥମ ଥର ପାଇଁ ନବୀନ ତାଙ୍କର ପାରମ୍ପରିକ ଆସନ ହିଞ୍ଜିଳି ସହ ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରି ବହୁ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଚଳିତ ନିର୍ବାଚନରେ ବିଜୁ ଜନତା ଦଳ(ବିଜେଡି) ଉଭୟ ଲୋକ ସଭା ଓ ବିଧାନ ସଭା ଆସନରେ ଜବରଦସ୍ତ ବିଜୟ ହାସଲ କରି ପୁଣି ଥରେ ରାଜ୍ୟରେ ସରକାର ଗଢିବାକୁ ଯାଉଛି। ୨୦୧୪ ନିର୍ବାଚନ ତୁଳନାରେ ବିଜେଡିର ଭୋଟ ପ୍ରତିଶତ ହ୍ରାସ ପାଇଛି। ଗତ ନିର୍ବାଚନରେ ୨୧ଟି ଲୋକ ସଭା ଆସନରୁ ବିଜେଡିକୁ ୨୦ଟି ମିଳିଥିବା ବେଳେ ଚଳିତ ନିର୍ବାଚନରେ ୮ଟି ଆସନ ହରାଇବାକୁ ପଡିଛି। ସେହିପରି ବିଧାନସଭାରେ ଗତ ନିର୍ବାଚନରେ ବିଜେଡି ୧୧୭ଟି ଆସନ ହାତେଇବାରେ ସଫଳ ହୋଇଥିବା ବେଳେ ଚଳିତ ନିର୍ବାଚନରେ ୧୧୨ଟି ଆସନରେ ବିଜୟୀ ହୋଇଛି। ଏଥିସହ ଶାସକ ଦଳ ବିଧାନସଭାରେ ନିରଙ୍କୁଶ ସଂଖ୍ୟା ହାସଲ କରିବାରେ ସମର୍ଥ ହୋଇଛି।
ଖବର ଲେଖା ହେବା ଯାଏ ବିଜେଡିର ଆସ୍କା ଲୋକ ସଭା ପ୍ରାର୍ଥୀ ପ୍ରମିଳା ବିଶୋୟୀ, ଯାଜପୁର ଲୋକ ସଭା ପ୍ରାର୍ଥୀ ଶର୍ମିଷ୍ଠା ସେଠୀ, ଜଗତ୍‌ସିଂହପୁର ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ, ସୁନ୍ଦରଗଡ ଲୋକ ସଭାର ଭାଜପା ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ବରଗଡ଼ ଲୋକ ସଭା ପ୍ରାର୍ଥୀ ସୁରେଶ ପୂଜାରୀ ବିଜୟୀ ହୋଇଛନ୍ତି। ସେହିପରି ଭୁବନେଶ୍ୱର ଲୋକ ସଭା ଆସନର ଭାଜପା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ କଟକ ଲୋକ ସଭା ଆସନର ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ କଂଗ୍ରେସର ସପ୍ତଗିରି ଉଲାକା କୋରାପୁଟ ଲୋକ ସଭା ଆସନରୁ ବିଜୟୀ ହୋଇଛନ୍ତି। ସେହିପରି ବିଧାନସଭାର ୧୪୬ଟି ଆସନରୁ ବିଜେଡି ୯୦ଟି ଆସନ ଜିତିଥିବାବେଳେ ୨୨ଟି ଆସନରେ ଆଗୁଆ ରହିଥିଲା। ସେହିପରି ଭାଜପା ୧୪ଟି ଆସନରେ ବିଜୟୀ ହୋଇଥିବା ବେଳେ ୮ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ୩ଟି ଆସନରେ ଆଗୁଆ ରହିଥିବା ବେଳେ ୬ଟିରେ ବିଜୟୀ ହୋଇଛି। ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ଆଗରେ ରହିଛନ୍ତି। ତେବେ ଗଣନା ବାକି ଥିବାରୁ ଫଳାଫଳ ମିଳିବାରେ ବିଳମ୍ବ ହେବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଚଳିତ ନିର୍ବାଚନରେ ବହୁ ହେଭିଓ୍ବେଟ ନେତାଙ୍କୁ ପରାଜୟ ମୁହଁ ଦେଖିବାକୁ ପଡ଼ିଛି। ଭାଜପା ବିଧାୟକ ଦଳ ନେତା କେ.ଭି ସିଂଦେଓ, ରବି ନାରାୟଣ ନାଏକ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ରାଧାରାଣୀ ପଣ୍ଡା, ଦାମୋଦର ରାଉତ, ଗୋବିନ୍ଦ ଦାସ ନିଜର ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ତଥା ବିଜେଡି ପ୍ରାର୍ଥୀଙ୍କ ଠାରୁ ହାରି ଯାଇଛନ୍ତି। ସେହିପରି ବିଜେଡି ପ୍ରାର୍ଥୀ ରବି ନାରାୟଣ ନନ୍ଦ, ଦେବାଶିଷ ସାମନ୍ତରାୟ, ପ୍ରସନ୍ନ ଆଚାର୍ଯ୍ୟ, ମହେଶ୍ୱର ମହାନ୍ତି, ସଞ୍ଜୟ ଦାସବର୍ମା, ସରୋଜିନୀ ହେମ୍ବ୍ରମ ପ୍ରମୁଖ ପରାଜିତ ହୋଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଅନନ୍ତ ସେଠୀ, ଚୀରଞ୍ଜୀବୀ ବିଶ୍ୱାଳ ପରାଜିତ ହୋଇଛନ୍ତି।
ଅନ୍ୟପକ୍ଷରେ ଏହି ନିର୍ବାଚନରେ ଭାଜପାକୁ ଯେପରି ଫାଇଦା ମିଳିବ ବୋଲି ଦଳୀୟ ନେତା ଆଶା କରିଥିଲେ, ସେହି ପରିମାଣରେ ତାହା ବାସ୍ତବ ରୂପ ନେଇପାରି ନାହିଁ। ଫଳରେ ରାଜ୍ୟରେ କ୍ଷମତାକୁ ଫେରିବା ଆଶା ମଉଳି ଯାଇଛି। ଯଦିଓ ଲୋକ ସଭା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମ୍ୟାଜିକ୍‌ କିଛି ମାତ୍ରାରେ କାମ କରିଛି, ବିଧାନସଭା କ୍ଷେତ୍ରରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳି ନାହିଁ। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମିଶନ ୧୨୦ ସମ୍ପୂର୍ଣ୍ଣ ଫେଲ ମାରିଛି। ଚଳିତ ନିର୍ବାଚନରେ ରାଜ୍ୟ ନେତୃତ୍ୱ ପୁଣି ଥରେ ପ୍ରଭାବହୀନ ପ୍ରମାଣିତ ହୋଇଛି। ଗତ ନିର୍ବାଚନରେ ଭାଜପା ବିଧାନସଭାରେ ୧୦ଟି ଆସନ ପାଇଥିବା ବେଳେ ଚଳିତ ନିର୍ବାଚନରେ ମାତ୍ର ୨୩ଟି ଆସନରେ ଦଳକୁ ସନ୍ତୁଷ୍ଟ ହେବାକୁ ପଡିଛି। ଲୋକ ସଭାରେ ଭାଜପା ୭ ଟି ଅଧିକ ସିଟ ପାଇବାରେ ସଫଳ ହୋଇଛି। ହେଲେ ବିଧାନସଭା ନିର୍ବାଚନ ଫଳାଫଳ ରାଜ୍ୟ ନେତୃତ୍ୱକୁ ବ୍ୟଥିତ କରିଛି। ତୃଣମୂଳ ସ୍ତରରେ ଭାଜପା ନିଜର ସ୍ଥିତି ଜାହିର କରିବାରେ ବିଫଳ ହେବାରୁ ଏଭଳି ସ୍ଥିତି ଭୋଗିବାକୁ ପଡିଛି ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତିି। ତେବେ ଭାଜପା କଂଗ୍ରେସଠାରୁ ମୁଖ୍ୟ ବିରୋଧୀ ଦଳ ଆସନ ଛଡାଇ ନେବା କିଛି ମାତ୍ରାରେ ଆଶ୍ୱସ୍ତି ଦେଇଛି। ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡା କଳାହାଣ୍ଡି ଲୋକ ସଭା ଆସନରୁ ବିଜୟୀ ହୋଇଛନ୍ତି। ଗତ ପଞ୍ଚାୟତ ନିର୍ବାଚନ ବେଳେ ନୂଆପଡାରେ ଭାଜପା ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଏହାକୁ ନେଇ ସେତେବେଳେ ତାଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହି ବିଜୟ ତାଙ୍କର ପୁରୁଣା କ୍ଷତକୁ କିଛି ମାତ୍ରାରେ ଉପଶମ କରିଛି।
ଚଳିତ ନିର୍ବାଚନ ଫଳାଫଳ କଂଗ୍ରେସକୁ ବଡ଼ ଝଟକା ଦେଇଛି। ଦଳ ଉଭୟ ଲୋକ ସଭା ଓ ବିଧାନସଭାରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଲୋକ ସଭା ଆସନରେ ଦଳ ଖାତା ଖୋଲି ପାରି ନ ଥିବା ବେଳେ ବିଧାନସଭାରେ ମାତ୍ର ୯ଟି ଆସନ ପାଇବାରେ ସକ୍ଷମ ହୋଇଛି। ଦଳୀୟ କନ୍ଦଳ ଓ ନିର୍ବାଚନ ପରିଚାଳନାରେ ତ୍ରୁଟି ଯୋଗୁ କଂଗ୍ରେସକୁ ଏଭଳି ଦଶା ଭୋଗିବାକୁ ପଡିଛି ବୋଲି ଆଲୋଚନା ହେଉଛି। ୨୦୧୪ରେ ଦଳକୁ ୧୬ଟି ବିଧାନସଭା ଆସନ ମିଳିଥିବା ବେଳେ ଚଳିତ ନିର୍ବାଚନରେ ସେଥିରୁ ୭ଟି ଆସନ ହରାଇବାକୁ ପଡିଛି। ଏଥିଯୋଗୁ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ମାନ୍ୟତାରୁ ବଞ୍ଚିତ ହୋଇଛି। ଏପରିକି ରାଜ୍ୟରେ କଂଗ୍ରେସର ମଙ୍ଗ ଧରିଥିବା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ପରାଜୟ ଦୁର୍ଦ୍ଦଶାରୁ ମଧ୍ୟ ବର୍ତ୍ତି ପାରିନାହାନ୍ତି। ତାଙ୍କର ପାରମ୍ପରିକ ଆସନ କେନ୍ଦୁଝରର ଘସିପୁରାରୁ କାଳେ ହାରିଯିବେ ସେଇ ଭୟରେ ସେ ଭଦ୍ରକ ଜିଲାର ଭଣ୍ଡାରୀପୋଖରୀ ଆସନରୁ ମଧ୍ୟ ନିର୍ବାଚନ ଲଢ଼ିଥିଲେ। ମାତ୍ର ଏ ଦୁଇଟିରୁ ସେ କୌଣସି ଗୋଟିଏ ଆସନରୁ ମଧ୍ୟ ବିଜୟୀ ହୋଇପାରି ନାହାନ୍ତି। ଦଳର ଏଭଳି ଦୁର୍ଦ୍ଦଶା ପାଇଁ କଂଗ୍ରେସର ବରିଷ୍ଠ ନେତାମାନେ ପିସିସି ସଭାପତିଙ୍କୁ ଖୋଲାଖୋଲି ସମାଲୋଚନା କରିଛନ୍ତି। ଦଳର ଏଭଳି ପ୍ରଦର୍ଶନକୁ ନେଇ କଂଗ୍ରେସ କର୍ମୀ ମହଲରେ ହାତାଶାଭାବ ଖେଳିଯାଇଛି।
ଭୋଟ ପ୍ରତିଶତକୁ ଯଦି ଦେଖାଯାଏ ତେବେ ୨୦୧୪ ନିର୍ବାଚନ ତୁଳନାରେ ଭାଜପାର ଭୋଟ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ବିଜେଡିର ସାମାନ୍ୟ ହ୍ରାସ ହୋଇଛି। କଂଗ୍ରେସର ଭୋଟ ପ୍ରତିଶତ ଅତିମାତ୍ରାରେ ତଳକୁ ଖସିଯାଇଛି। ୨୦୧୪ରେ ଭାଜପାର ଭୋଟ ହାର ୨୧.୮୮ ପ୍ରତିଶତ ଥିବା ବେଳେ ଚଳିତ ନିର୍ବାଚନରେ ୧୬.୪୯ ପ୍ରତିଶତକୁ ବୃଦ୍ଧି ପାଇ ୩୮.୩୭ ପ୍ରତିଶତରେ ପହଞ୍ଚିଛି। ଭୋଟ ହାର ବୃଦ୍ଧି ପାଇଥିଲେ ମଧ୍ୟ ସେହି ଅନୁପାତରେ ଭାଜପାକୁ ବିଧାନସଭାରେ ଫାଇଦା ମିଳି ପାରି ନାହିଁ। ତେବେ ଭାଜପା କଂଗ୍ରେସକୁ ପଛରେ ପକାଇ ରାଜ୍ୟରେ ଦ୍ୱିତୀୟ ଦଳ ଭାବେ ଉଭା ହୋଇଛି। ଅନ୍ୟପକ୍ଷରେ ୪ଟି ପାଳି ଶାସନ କରିବା ପରେ ମଧ୍ୟ ବିଜେଡିର ଭୋଟ ହାରରେ ସେପରି ଆଖିଦୃଶିଆ ହ୍ରାସ ହୋଇନାହିଁ। ୨୦୧୪ରେ ବିଜେଡିକୁ ମୋଟ ୪୪.୭୭ ପ୍ରତିଶତ ଭୋଟ ମିଳିଥିବା ବେଳେ ଚଳିତ ନିର୍ବାଚନରେ ୪୨.୪୯ ପ୍ରତିଶତକୁ କମିଛି। ଦଳକୁ ପ୍ରାୟ ଦୁଇ ପ୍ରତିଶତ ଭୋଟ ହରାଇବାକୁ ପଡିଛି। ଏଥିଯୋଗୁ ବିଜେଡିକୁ ସେପରି କିଛି ବଡ ଧରଣର କ୍ଷତି ହୋଇ ନାହିଁ। ଅନ୍ୟପକ୍ଷରେ କଂଗ୍ରେସ ଧୀରେ ଧୀରେ ରାଜ୍ୟରେ ସତ୍ତା ହରାଇବା ସ୍ଥିତିକିୁ ଚାଲିଆସିଛି। ଗତ ଦୁଇ ଦଶନ୍ଧି ଧରି କ୍ଷମତାରୁ ଦୂରରେ ରହିଥିବା ଏହି ଦଳର ୨୦୧୪ରେ ଭୋଟ ହାର ୨୬.୩୮ ପ୍ରତିଶତ ଥିବାବେଳେ ଚଳିତ ନିର୍ବାଚନରେ ୧୩ ପ୍ରତିଶତ ତଳକୁ ଖସି ୧୩.୬୭ ପ୍ରତିଶତରେ ପହଞ୍ଚିଯାଇଛି। ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ଥିବା ଏହି ଜାତୀୟ ଦଳ ତୃତୀୟ ସ୍ଥାନକୁ ଖସି ଯାଇଛି। କଂଗ୍ରେସର ଭୋଟ ସିଧା ଭାଜପାକୁ ଯାଇଥିବା ବେଳେ ବିଜେଡିକୁ ପସନ୍ଦ କରୁଥିବା ମତଦାତା ନବୀନଙ୍କଠାରୁ ଏ ପର୍ଯ୍ୟନ୍ତ ମୁହଁ ମୋଡି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ବର୍ଷାରେ ଜଳମଗ୍ନ ଧାମନଗର ବ୍ଲକ

ଧାମନଗର, ୧୭।୭ (ସନ୍ତୋଷ କୁମାର ମହାପାତ୍ର): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିବା ବେଳେ ଜନଜୀବନ ସମ୍ପୂର୍ଣ୍ଣ…

ପାତଲମ୍ବା ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ : ଦନ୍ତା ହାତୀ ଆକ୍ରମଣ ସନ୍ଦେହ; ପୋଲିସ, ବନ ବିଭାଗ ଓ ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ ଆରମ୍ଭ

କଲ୍ୟାଣସିଂହପୁର, ୧୭।୭ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତର ପାତଲମ୍ବା ଜଙ୍ଗଲରୁ ଶୁକ୍ରବାର ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର…

ଦିଗପହଣ୍ଡିରେ ରଥଟଣା ସମ୍ପନ୍ନ: ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ଶ୍ରୀମହାବାହୁ

ଦିଗପହଣ୍ଡି, ୧୭।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଅନ୍ୟତମ ଗଡ଼ଜାତ ତଥା ତତ୍କାଳୀନ ବଡ଼ଖେମୁଣ୍ଡି ରାଜ୍ୟର ରାଜଧାନୀ ଦିଗପହଣ୍ଡିରେ ପବିତ୍ର ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି…

ଦାରିଙ୍ଗବାଡି ଅଞ୍ଚଳରେ ଲଗାଣ ବର୍ଷା: ଏକାଧିକ ସ୍ଥାନରେ ଉପୁଡ଼ିଲା ଗଛ, ସମସ୍ୟା ଘେରରେ…

ଦାରିଙ୍ଗବାଡି, ୧୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ତିନି ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ସମଗ୍ର ଅଞ୍ଚଳ…

ଏନ୍‌ଇଇଟିରେ କ୍ଷୀରୋଦଙ୍କ ସଫଳତା

କଲମପୁର,୧୭ା୭(ଗଣେଶରାମ ବାଗ): କଳାହାଣ୍ଡି ଜିଲା କଲମପୁର ବ୍ଲକ୍‌ ବଲାଗାଁର କ୍ଷୀରୋଦ କାଣ୍ଡ ଏନ୍‌ଇଇଟିରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ବଲାଗାଁର ତ୍ରିନାଥ କାଣ୍ଡ…

 ଥୁଆମୂଳ ରାମପୁର ବ୍ଲକରେ ଭବ୍ୟ ରଥଯାତ୍ରା: ପ୍ରବଳ ବର୍ଷା ସତ୍ତ୍ୱେ ଶ୍ରଦ୍ଧାଳୁ ଟାଣିଲେ ରଥ

ଥୁଆମୂଳ ରାମପୁର, ୧୭।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସଦର ମହକୁମା ସମେତ ଗୋପୀନାଥପୁର, ମହୁଲପାଟଣା, କର୍ଲାପାଟ ଓ ଗୁଣୁପୁର ଆଦି ସ୍ଥାନରେ…

ରଥଟଣା ବେଳେ ଅଘଟଣ: ଶଳାକୁ ଖଣ୍ଡାରେ ହାଣିଥିବା ଭିଣୋଇଙ୍କୁ ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୧୭।୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ଗ୍ରାମରେ ଗୁରୁବାର ରଥଟଣା ଚାଲିଥିବା ବେଳେ ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ଭିଣୋଇ ଟିଟୁ…

ଶ୍ରୀଜଗନ୍ନାଥଙ୍କ ଟାହିଆ ପ୍ରସଙ୍ଗ, ଗୋଟି ଗୋଟି କରି ସବୁ କଥା କହିଦେଲେ ଦଇତାପତି ନିଯୋଗ ସମ୍ପାଦକ, ଜାଣନ୍ତୁ…

ପୁରୀ,୧୭।୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରୁ ବିଶ୍ୱନିୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ନବଦିନାତ୍ମକ ରଥଯାତ୍ରା ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ରଥଟଣା ଶେଷ ହୋଇଛି। ଶରଧାବାଲିରେ ପହଞ୍ଚିଛନ୍ତି ୩ ରଥ। ରଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri